Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ପାକିସ୍ତାନରେ କରୋନା ସହାୟତା ଲାଗି ଅଧିକାରୀଙ୍କ ଆଗରେ ନାଚିବାକୁ ବାଧ୍ୟ ହେଉଛନ୍ତି ଗରିବ, Video viral

18/04/2020 at 5:26 PM

ଇସ୍ଲାମାବାଦ: ଚୀନ ଉହାନରୁ ବ୍ୟାପିଥିବା କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କର କାରଣ ପାଲଟିଛି। ଏଥିରେ ପାକିସ୍ତାନର ପରିସ୍ଥିତି ଅତ୍ୟନ୍ତ ଦୟନିୟ ହୋଇପଡିଛି। ସଂକ୍ରମଣ ରୋକିବା ଲାଗି ସରକାର ଲକଡାଉନ୍ କରୁଥିବା ବେଳେ ଗରିବ ଲୋକଙ୍କ ପରିସ୍ଥିତି ଜଟିଳ ହୋଇପଡିଛି। ସରକାର ସହାୟତା ଘୋଷଣା କରିଛନ୍ତି ହେଲେ ଦେବା ଲାଗି ଅଧିକାରୀମାନେ ଲୋକଙ୍କୁ ନଚାଇ ଇମ୍ରାନ ଜିନ୍ଦାବାଦ କରିବାକୁ କହୁଥିବାର ଏକ ଭିଡିଓ ଏବେ ପାକିସ୍ତାନରେ ଭାଇରାଲ ହେବାରେ ଲାଗିଛି।

ସ୍ଥାନୀୟ ଗଣମାଧ୍ୟମରୁ ମିଳିଥିବା ସୂଚନାରୁ ପାକ୍ ସରକାର ଲକଡାଉନରେ କାମଧନ୍ଦା ହରାଇଥିବ ଦିନ ମଜୁରିଆଙ୍କ ଗୁଜୁରାଣ ଲାଗି ‘ଏହସାସ’ ନାମରେ ଏକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏଥିରେ ସିନ୍ଧପ୍ରଦେଶର କିଛି ଅଞ୍ଚଳରେ ଆର୍ଥିକ ସହାୟତା ବିତରଣ ବେଳେ ଅଧିକାରୀମାନେ ଲୋକଙ୍କୁ ନାଚିବାକୁ ବାଧ୍ୟ କରୁଥିବା ଓ ଇମ୍ରାନ ଜିନ୍ଦାବାଦ ସ୍ଲୋଗାନ ଦେବାକୁ କହୁଥିବା ଦେଖାଯାଇଛି। ଏଥିରେ ଭୋକ ଉପାସରେ ରହୁଥିବା ଲୋକେ ମଧ୍ୟ ଅଧିକାରୀଙ୍କ କଥା ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ଓ ଇମ୍ରାନ ଜିନ୍ଦାବାଦ କହି ସରକାରୀ ସହାୟତା ନେଉଥିବାର ଏହି ଭିଡିଓରେ ଦେଖାଯାଉଛି।

ଭାଇରାଲ ହେଉଥିବା ଭିଡିଓରେ ସରକାରୀ ଅଧିକାରୀଙ୍କ ସ୍ୱର ମଧ୍ୟ ଶୁଣାଯାଉଛି। ଯେଉଁଥିରେ ଅଧିକାରୀ ହିତାଧିକାରୀଙ୍କୁ ଏହି ଟଙ୍କା ତୁମକୁ କାହା ଦୟାରୁ ମିଳିଛି ବୋଲି ପ୍ରଶ୍ନ କରୁଛନ୍ତି। ଯାହାର ଜବାବରେ ହିତାଧିକାରୀ ଇମ୍ରାନ ଖାନ କହୁଛନ୍ତି। ତେବେ ଘଟଣାର ଭିଡିଓ  ଦେଶରେ ଭାଇରାଲ ହେଉଥିଲେ ହେଁ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ହୋଇଛି କି ନା ତାହା ସ୍ପଷ୍ଟ ହୋଇନାହିଁ।

   Related Posts