ନୱାଜ୍ ସରିଫଙ୍କ ବିରୋଧରେ NBW ଜାରି

Published By : Prameya-News7 Bureau | September 03, 2020 IST

ଲାହୋର ୩।୯:  ଏକ ପାକିସ୍ତାନୀ ନ୍ୟାୟାଳୟ ପୂର୍ବତନ ପ୍ରଧାନମନ୍ତ୍ରୀ ମିଆଁ ନୱାଜ ସରିଫଙ୍କ ଗିରଫଦାରୀ ଲାଗି ଗୁରୁବାର ବୈଦେଶିକ ମନ୍ତ୍ରାଳୟଙ୍କୁ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲୁ) ଜାରି କରିଛନ୍ତି। ଭୂମି ଆବଣ୍ଟନ ଦୁର୍ନୀତି ମାମଲାରେ ଏହି ୱାରେଣ୍ଟ ଜାରି ହୋଇଥିବା  ଜଣାପଡିଛି। ଲାହୋର ନ୍ୟାସନାଲ ଆକାଉଣ୍ଟେବିଲିଟି କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି।

ଗତମାସରେ ନ୍ୟାୟାଳୟ ଏକ ୱାରେଣ୍ଟ ଜାରି କରିଥିଲେ। ଏଥିରେ ସରିଫଙ୍କୁ ଜାମିନ ମିଳିପାରିଥାନ୍ତା। ତେବେ ୱାରେଣ୍ଟ ତାଙ୍କ ଘରକୁ ଯିବା ବେଳେ ସେ ସେଠାରେ ନଥିଲେ। ସେ ବ୍ରିଟେନରେ ରହି ଚିକିତ୍ସିତ ହେଉଥିବାରୁ ଆବାସରେ ନଥିଲେ। ଏ ନେଇ କୋର୍ଟଙ୍କୁ ସୂଚିତ କରାଯାଇଥିଲା। ହେଲେବି ସେ କୋର୍ଟରେ ଉପସ୍ଥିତ ହେଉ ନଥିବାରୁ ଶେଷରେ ଏନବିଡବ୍ଲୁ ଜାରି ହୋଇଛି।

ପାକିସ୍ତାନ ମୁସ୍ଲିମ ଲିଗ-ଏନ୍ ନେତା ଅତା ତରାର ଗୁରୁବାର ମାମଲାରେ କୋର୍ଟରେ ହାଜର ହୋଇଥିଲେ। ୭୦ ବର୍ଷ ବୟସ୍କ ସରିଫ ଏବେ ବ୍ରିଟେନରେ ରହି ଚିକିତ୍ସିତ ହେଉଥିବା ତରାର କୋର୍ଟଙ୍କୁ ଜଣାଇଥିଲେ। ତେବେ ସରକାରୀ ପକ୍ଷ ଓକିଲ ହ୍ୟାରିସ୍ କ୍ୟୁରେସୀ କୋର୍ଟଙ୍କୁ ଏନବିଡବ୍ଲୁ ଜାରି ଲାଗି ନିବେଦନ କରିଥିଲେ। ସେହି ଅନୁସାରେ କୋର୍ଟ ଏନବିଡବ୍ଲୁ ଜାରି କରିଥିବା ବେଳେ ବୈଦେଶିକ ମନ୍ତ୍ରାଳୟଙ୍କୁ ଲଣ୍ଡନରେ ଉଚ୍ଚାୟୁକ୍ତଙ୍କ ଦ୍ୱାରା ଗିରଫ ନିର୍ଦ୍ଦେଶ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.