Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଅଭିନନ୍ଦନଙ୍କୁ ଫେରାଇ ଦେଇଥିବା ଯୋଗୁଁ ଇମ୍ରାନଙ୍କ ପାଇଁ ନୋବେଲ ପୁରସ୍କାର ଦାବି କଲେ ପାକିସ୍ତାନୀ ସାଂସଦ

2/03/2019 at 12:34 PM

ଦିଲ୍ଲୀ ୨/୩ : ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ମୁକ୍ତ କରି ଭାରତକୁ ପଠାଇବା ପରେ ପାକିସ୍ତାନ ଏହି ମାମଲାକୁ ଚାପି ଦେବା ପାଇଁ ଚେଷ୍ଟା କରୁଛି | ପାକିସ୍ତାନର ଅନେକ ସାଂସଦ ଏବଂ ରାଜନୈତିଜ୍ଞ କହୁଛନ୍ତି ଯେ, ପାକିସ୍ତାନ ଅଭିନନ୍ଦନଙ୍କୁ ଭାରତକୁ ଫେରାଇ ଦେଇ ବହୁତ ବଡ କାମ କରିଛି | ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବା ଦିଗରେ ଏହା ପ୍ରଥମ ପଦକ୍ଷେପ | ଏଥିପାଇଁ ଇମ୍ରାନଙ୍କୁ ନୋବେଲ ପୁରସ୍କାର ଦିଆଯିବ ଉଚିତ ବୋଲି ଦାବି କରିଛନ୍ତି ପାକିସ୍ତାନୀ ସାଂସଦ | ଏନେଇ ପାକିସ୍ତାନୀ ବିଧାନସଭାରେ ପ୍ରସ୍ତାବ ଆଗତ କରାଯାଇଛି | ଏହାଛଡା ପାକିସ୍ତାନରେ ଅନଲାଇନ ଆବେଦନ ମଧ୍ୟ କରାଯାଇଛି |


ଅପରପକ୍ଷରେ ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତା ଯୋଗୁଁ ପାକିସ୍ତାନ ପଞ୍ଜାବରେ ନିଜର ଏୟାରସ୍ପେସ ମାର୍ଚ୍ଚ ୪ ତାରିଖ ଯାଏଁ ବନ୍ଦ ରଖିବ ପାଇଁ ନିଷ୍ପତ୍ତି ନେଇଛି | ଆନ୍ତର୍ଜାତିକ ସୀମା ରେଖା ଏବଂ ନିୟନ୍ତ୍ରଣ ରେଖାରେ ଜାରି ରହିଥିବା ଅଶାନ୍ତି ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି | ପାକିସ୍ତାନ ସୀମା ଅନ୍ତରାଯୁକ୍ତ ସିଆଲକୋଟରେ ସ୍ଥିତି ଏବେ ପର୍ଯ୍ୟନ୍ତ ଆସନ୍ତା ରହିଛି | ବର୍ଡ଼ରରେ ଗୁଳି ବିନିମୟ ଯୋଗୁଁ ସମସ୍ତ ରାସ୍ତା ବନ୍ଦ କରିଦିଆଯାଇଛି |

   Related Posts