Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ସୀମାରେ ଏସ୍ଏସଜି କମାଣ୍ଡୋଙ୍କ ସହ ତୋପ ରେଜିମେଣ୍ଟ ମୁତୟନ କଲା ପାକ, Loc ରେ ବଢୁଛି ଉତ୍ତେଜନା

14/11/2019 at 4:32 PM

ନୂଆଦିଲ୍ଲୀ: ଏଲଓସିରେ ଅଶାନ୍ତି ଉସକାଇବା ଭଳି କାର୍ଯ୍ୟକ୍ରମ ବନ୍ଦ କରୁନି ପାକିସ୍ତାନ। ଏଣୁ ସୀମାରେ ବାରମ୍ବାର ଯୁଦ୍ଧ ବିରାମ ଉଲ୍ଲଂଘନ ଘଟଣା ବଢିବାରେ ଲାଗିଛି। ଏଥିରେ ପାକିସ୍ତାନ ଏବେ ତାର ତୋପ ରେଜିମେଣ୍ଟ ସମେତ ଏସଏସଜି କମାଣ୍ଡୋଙ୍କୁ ମୁତୟନ କରିବା ନୂଆ ଉତ୍ତେଜନାର କାରଣ ପାଲଟିଛି। ସୀମାରେ ପାକ୍ ଯୁଦ୍ଧ ଭଳି ପ୍ରସ୍ତୁତି କରିବା ଦେଖି ଭାରତ ମଧ୍ୟ ସୀମାରେ ପାଟ୍ରୋଲିଂ କାର୍ଯ୍ୟକ୍ରମ ବଢାଇଦେଇଛି।

ଗତ ଅଗଷ୍ଟ ୫ ତାରିଖରେ ସମ୍ଭିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ଲାଗି ଭାରତର ନିଷ୍ପତ୍ତି ପରିପ୍ରେକ୍ଷୀରେ  ପାକିସ୍ତାନ ସୀମାରେ ସୈନ୍ୟ ଓ ସରଞ୍ଜାମ ଠୁଳ କରିଥିଲା। ତେବେ ପୁଣି ଥରେ ସୀମାରେ ପାକ୍ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ଠୁଳକରିବା ଏବେ ନୂଆ ଉତ୍ତେଜନାର କାରଣ ହେବ ବୋଲି ଅନୁମାନ କରାଯାଉଛି। ସୀମାରେ ପାକ୍ ସେନା ବାରମ୍ବାର ଯୁଦ୍ଧବିରାମ ଉଲ୍ଲଂଘନ କରିବା ସହ ମଝିରେ ମଝିରେ ଭାରି ଅସ୍ତ୍ରଶସ୍ତ୍ରରେ ଗୁଳି ଓ ଗୋଳାମାଡ କରୁଛି। ଭାରତର ଜବାବରେ ପାକିସ୍ତାନର ବିପୁଳ କ୍ଷୟକ୍ଷତି ହେଉଥିଲେ ହେଁ ନୀତି ପରିବର୍ତ୍ତନ ନ କରିବା ଏବେ ନୂଆ ଚିନ୍ତାର କାରଣ ପାଲଟିଛି।

ପାକିସ୍ତାନ ସେନା ଆଜିକାଲି ତୋପ ଲଗାଇ ଭାରତୀୟ ସୈନ୍ୟ ପୋଷ୍ଟ ଓ ଆବାସିକ ଅଞ୍ଚଳକୁ ଟାର୍ଗେଟ କରୁଛି। ଫଳରେ ଭାରତକୁ କ୍ଷୟକ୍ଷତିର ସମ୍ମୁଖୀନ ହେବାକୁ ପଡୁଛି। ଚଳିତବର୍ଷ ଏପର୍ଯ୍ୟନ୍ତ ସୀମାରେ ୨ ହଜାର ୪୭୨ରୁ ଅଧିକ ଥର ଯୁଦ୍ଧବିରାମ ଉଲ୍ଲଂଘନ କରିଛି ପାକିସ୍ତାନ ।ଯାହା ପୂର୍ବ ୨ ବର୍ଷ ଅପେକ୍ଷା ଚଳିତବର୍ଷ ସର୍ବାଧିକ ବୋଲି ଜଣାପଡିଛି। ଏଥର ପାକିସ୍ତାନ ସୀମାରେ ସୈନିକଙ୍କ ସମେତ ଏସଏସଜିଙ୍କୁ ବି ମୁତନ କରିଛି। ଏହି କମାଣ୍ଡୋମାନେ  ଏଲଓସିରେ ଭାରତର ପାଟ୍ରୋଲ ଓ ସୈନ୍ୟ ପୋଷ୍ଟଙ୍କୁ ବର୍ଡର ଆକ୍ସନ ଟିମ ସହ ମିସି ଟାର୍ଗେଟ କରୁଛନ୍ତି।

ଏବେ ସୀମାରେ ପାକିସ୍ତାନ ୮୦ ହଜାରରୁ ଅଧିକ ସୈନିକଙ୍କୁ ମୁତୟନ କରିଛି। ଯେଉଁଥିରେ ୩୦ରୁ ଅଧିକ ଇନଫେଣ୍ଟ୍ରି ୟୁନିଟ୍ ଥିବା ବେଳେ ୨୫ ମୁଜାହିଦ ବଟାଲିୟନ ଓ ଗୋଟିଏ ଏୟାରଫୋର୍ସ ସ୍କ୍ୱାଡ୍ରନ ମଧ୍ୟ ଅଛି। ଏହା ଛଡା ପାକିସ୍ତାନ ଗିଲଗିତ ବାଲତିସ୍ତାନସ୍ଥିତ ସ୍କର୍ଦ୍ଦୁ ବିମାନ ଘାଟିରେ ଜେଏଫ-୧୭ ଯୁଦ୍ଧବିମାନଙ୍କୁ ମଧ୍ୟ ମୁତୟନ ରଖିଛି। ସେପଟେ ପାକିସ୍ତାନ ପକ୍ଷରୁ ଯେକୌଣସି ପ୍ରକାର ସମ୍ଭାବିତ ବିପଦର ସମ୍ମୁଖୀନ ହେବା ଲାଗି ଭାରତ ମଧ୍ୟ ସୀମା ସୁରକ୍ଷାକୁ ଚୌକସ କରିଛି। ସୀମାରେ ସେନା, ବାୟୁସେନା ଓ ନୌସେନା ଶକ୍ତି ଲଗାତାର ବୃଦ୍ଧି କରାଯାଉଛି।

   Related Posts