ପାକ୍ ମଡେଲ କନ୍ଦିଲ ବଲୋଚ୍ ହତ୍ୟାକାଣ୍ଡର ଆସିଲା ରାୟ, ଅଭିଯୁକ୍ତ ଭାଇ ଦୋଷୀ ସାବ୍ୟସ୍ତ

Published By : Prameya-News7 Bureau | September 27, 2019 IST

ଇସ୍ଲାମାବାଦ୍: ପାକ୍ ମଡେଲ ତଥା ସୋସାଲ ମିଡିଆ ସେନସେସନ କନ୍ଦିଲ ବଲୋଚ୍ ହତ୍ୟାର ରାୟ ପ୍ରକାଶ ପାଇଛି। କୋର୍ଟ କାନ୍ଦିଲଙ୍କ ଭାଇ ୱସୀମ ଅଜିମଙ୍କୁ ହତ୍ୟାକାରୀ ସାବ୍ୟସ୍ତ କରିଥିବା ବେଳେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୬ ମସିହାରେ ହୋଇଥିବା ଏହି ମଡେଲ ହତ୍ୟା ମାମଲାରେ ପୋଲିସ କାନ୍ଦିଲଙ୍କ ୨ ଭାଇଙ୍କ ସମେତ ମୋଟ ୬ ଜଣଙ୍କୁ ଗିରଫ କରିଥିଲା। ତେବେ ୱାସୀମ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ୫ ଜଣଙ୍କୁ କୋର୍ଟ ନିର୍ଦ୍ଦୋଷରେ ମୁକ୍ତ କରିଦେଇଛନ୍ତି।

{"id":163443}

କାନ୍ଦିଲ ବଲୋଚ ହତ୍ୟାକାଣ୍ଡ ଏକ ଅନର କିଲିଂ ଥିଲା । ଯାହା ସେତେବେଳେ ଦେଶରେ ଖୁବ୍ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଅଭିଯୁକ୍ତ ୱସୀମ ଗିରଫ ବେଳେ ନିଜେ ହତ୍ୟା କରିଥିବା ସ୍ୱୀକାର କରିଥିଲା। ତେବେ ପରେ କୋର୍ଟରେ ତାର ବୟାନ ବଦଳାଇ ଦେଇଥିଲା। ହେଲେ ପୋଲିସ ଦ୍ୱାରା କୋର୍ଟଙ୍କୁ ଉପଲବ୍ଧ କରାଯାଇଥିବା ସାକ୍ଷ ଓ ପ୍ରମାଣ ଆଧାରରେ ୱାସୀମ ଦୋଷୀ ସାବସ୍ତ ହୋଇଛନ୍ତି।  ୱାସୀମକୁ କ୍ଷମା କରିଦେବା ଲାଗି କାନ୍ଦିଲଙ୍କ ପିତା କୋର୍ଟଙ୍କୁ ଏକ ପିଟିସନ ପ୍ରଦାନ କରିଥିଲେ। ତେବେ କୋର୍ଟ ତାଙ୍କର ଏହି କ୍ଷମାଯାଚନାକୁ ଅଗ୍ରାହ୍ୟ କରିଦେଇଥିଲେ।

{"id":163444}

ପାକିସ୍ତାନରେ ଅନର କିଲିଂକୁ ଏକ ଧର୍ତ୍ତବ୍ୟ ଅପରାଧ ବୋଲି ବୁଝାଯାଉଛି। ପାକିସ୍ତାନ ଆଣ୍ଟି ଅନର କିଲିଂ ଲ ୨୦୧୫ ଅନୁସାରେ ଅଭିଯୁକ୍ତଙ୍କୁ କ୍ଷମାନିବେଦନ ପରେ ମଧ୍ୟ କୋର୍ଟ କ୍ଷମା ପ୍ରଦାନ କରନ୍ତି ନାହିଁ। ଏହି ଆଇନ ଆସିବା ପରେ କାନ୍ଦିଲଙ୍କ ହତ୍ୟା ହୋଇଥିଲା। ଏଣୁ କୋର୍ଟ ଦୋଷୀ ସାବ୍ୟସ୍ତ ହୋଇଥିବା ୱାସୀମଙ୍କୁ ଆଜୀବନ ଦଣ୍ଡାଦେଶ କରିଥିବା ବେଳେ ସେ ଏବେ ଦେଶର ଆଇନ ଅନୁସାରେ ୨୫ ବର୍ଷ ଜେଲରେ କଟାଇବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.