Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଭାରତ ପାକିସ୍ତାନ ଯୁଦ୍ଧର ତାରିଖ ଘୋଷଣା କଲେ ପାକିସ୍ତାନ ମନ୍ତ୍ରୀ !

28/08/2019 at 5:51 PM

ଇସଲାମାବାଦ .- କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ପାକିସ୍ତାନ ଭାରତ ସହ ସମସ୍ତ କୂଟ ନୈତିକ ସମ୍ପର୍କ ଛିନ୍ନ କରିଛି । ଦୁଇ ଦେଶ ମଧ୍ୟରେ ଚାଲୁଥିବା ବସ୍‌ସେବା ଓ ଟ୍ରେନ୍ ସେବା ବାତିଲ ହୋଇଛି । ଏବେ ପାକିସ୍ତାନର ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧର ତାରିଖ ଘୋଷଣା କରି ଦେଇଛନ୍ତି ।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ ପରମାଣୁ ଯୁଦ୍ଧର ଧମକ ଦେଇଥିବା ବେଳେ ଏବେ ପାକିସ୍ତାନର ରେଳ ମନ୍ତ୍ରୀ ଶେଖ୍‌ ରସିଦ୍‌ ଅହମ୍ମଦ ଭାରତ ପାକିସ୍ତାନ ମଧ୍ୟରେ ନିଶ୍ଚୟ ଯୁଦ୍ଧ ହେବ ବୋଲି କହିଛନ୍ତି । ଏହା ଶେଷ ଯୁଦ୍ଧ ହେବ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏବେ ଜାତି ସଂଘର ସମର୍ଥନ ମିଳୁନାହିଁ , କାଶ୍ମୀରରେ ଜାତିସଂଘ ଜନମତ ନେଉ ନାହିଁ , କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ କେହି ସମର୍ଥନ କରୁନାହାନ୍ତି ।ତେଣୁ ଯୁଦ୍ଧ ଅନିବାର୍ଯ୍ୟ ବୋଲି ସେ କହିଛନ୍ତି ।

ପାକିସ୍ତାନର ରେଳ ମନ୍ତ୍ରୀ ଶେଖ୍‌ ରସିଦ୍‌ ଅହମ୍ମଦ ସାମ୍ବାଦିକ ସମ୍ମିଳନୀରେ ଯୁଦ୍ଧ ମାସ ଓ ତାରିଖ ବି ଘୋଷଣା କରି ଦେଇଛନ୍ତି । ଅକ୍ଟୋବର ଓ ନଭେମ୍ବର ମାସରେ ଯୁଦ୍ଧ ହେବ ବୋଲି ସେ କହିଛନ୍ତି । ବୁଧବାରରେ ଏକ ସାମ୍ବାଦିକ ସମ୍ମଳନୀ କରି ସେ ଏବିଷୟରେ ସୂଚନା ଦେଇଛନ୍ତି । ରାଓ୍ୱଲପିଣ୍ଡିରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏବିଷୟରେ କହିଛନ୍ତି ।

ଏହ ଶେଷ ଯୁଦ୍ଧ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି ।

   Related Posts