ଲାହୋର ପ୍ରଦୂଷଣ ଲାଗି ଭାରତ ଓ ମୋଦିଙ୍କୁ ଦାୟି କଲେ ପାକ୍ ମନ୍ତ୍ରୀ, ଜାଣନ୍ତୁ ଟ୍ୱିଟ୍ ରେ ଲେଖିଛନ୍ତି କ’ଣ

Published By : Prameya-News7 Bureau | October 30, 2019 IST

ଇସ୍ଲାମାବାଦ : ସବୁ ରାସ୍ତାରେ ବିଫଳ ହେବା ପରେବି ଭାରତର ପିଛା ଛାଡୁନି ପାକ୍ । ତାଜା ଘଟଣାକ୍ରମରେ ଲାହୋର ସହରର ପ୍ରଦୂଷଣ ଲାଗି ଜନୈକ ପାକ୍ ମନ୍ତ୍ରୀ ଏବେ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟି କରୁଛନ୍ତି। ପାକ୍ ବିଜ୍ଞାନ ଓ ପ୍ରାଦ୍ୟୋଗିକ ମନ୍ତ୍ରୀଫବାଦ ଚୌଧୁରୀ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥିବା ପାକ୍ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଜଣାପଡିଛି।

{"id":177037}

ଚୌଧୁରୀ ବୁଧବାର ଏକ ଟ୍ୱିଟ୍ ବାର୍ତ୍ତାରେ ଲାହୋର ସହରର ପ୍ରଦୂଷଣ ସ୍ତର ୱାଘା ତୁଳନାରେ ଅଧା ବୋଲି ଉଲ୍ଲେଖ କରିଛନ୍ତି। ଦିଲ୍ଲୀରୁ ଆରମ୍ଭ କରି ଅମୃତସର ପର୍ଯ୍ୟନ୍ତ ଫସଲ କଟା ପରେ ଚାଷୀ  ପାଳ ଜଳାଉଥିବାରୁ  ପାକ୍ ଲାଗି ବଡ ପରିବେଶ ସମସ୍ୟା ସୃଷ୍ଟି ହୋଇଥିବା ଫବାଦ କହିଛନ୍ତି। ଲାହୋର ପ୍ରଦୂଷଣର କାରଣ ସୀମା ସେପାଖର ପରିବେଶ ବୋଲି ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମଙ୍ଗଳବାର କ୍ୟାବିନେଟରେ କହିଥିବା ଫବାଦ ଟ୍ୱିଟ୍ ରେ ଉଲ୍ଳେଖ କରିଛନ୍ତି।

wp:html /wp:html

ଏଥିଲାଗି ଫବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟି କରିବା ସହ ଭାରତର ଦାୟିତ୍ୱହୀନ ସରକାର ପାକ୍ ଲାଗି ଅଭିଶାପ ସମାନ ବୋଲି ଉଲ୍ଲେଖ କରିଛନ୍ତି। ତେବେ ୱାର୍ଲଡ ଏୟାର କ୍ୱାଲିଟି ଇଣ୍ଡେକ୍ସ ରିପୋର୍ଟଆସିବା ପରେ ପାକ୍ ନେତାମାନେ ଏଭଳି ମତମନ୍ତବ୍ୟ ଦେଉଥିବା ଜଣାପଡିଛି।

{"id":177038,"width":575,"height":444}

ରିପୋର୍ଟରେ ୨୯ ଅକ୍ଟୋବରରେ ଲାହୋରକୁ ବିଶ୍ୱର ଦ୍ୱିତୀୟ ପ୍ରଦୂଷିତ ସହର ଭାବେ ସୂଚିତ କରାଯାଇଥିଲା।  ଏଥିଲାଗି ବାହନ, ଉଦ୍ୟୋଗମାନଙ୍କରୁ ହେଉଥିବା ବାସ୍ପ ଉତ୍ସର୍ଜନ, ଭବନ ନିର୍ମାଣ ସ୍ଥଳରୁ ଉଡୁଥିବା ଧୂଳିକୁ ପ୍ରମୁଖ କାରଣ  କୁହାଯାଇଥିଲା। ତେବେ ମନ୍ତ୍ରୀମାନେ ଅଭ୍ୟାସଗତ ଭାବେ ଏଥିଲାଗି ଭାରତକୁ ଦାୟି କରିଛନ୍ତି।  ତେବେ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ପାକିସ୍ତାନ ପଞ୍ଜାବ ପ୍ରାନ୍ତରେ ସରକାର ଆସନ୍ତା ୩ ମାସ ପର୍ଯ୍ୟନ୍ତ ଖେତରେ ପାଳ ଜାଳିବା,ପ୍ଲାଷ୍ଟିକ, ଲେଦର ତଥା ଅଳିଆ ଆବର୍ଜନାରେ ନିଆଁ ନଲଗାଇବାକୁ ନିର୍ଦ୍ଦେଶ ଜାରିକରିଥିବା ଜଣାପଡିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.