କର୍ତ୍ତାରପୁର କରିଡର ସମ୍ପର୍କରେ ଜଣାପଡିଲା ପାକ୍ ର ନାପାକ୍ ଚାଲ, ମନ୍ତ୍ରୀ ଦେଲେ ଏଭଳି ବିବାଦସ୍ପଦ ବୟାନ

Published By : Prameya-News7 Bureau | December 01, 2019 IST

ନୂଆଦିଲ୍ଲୀ : ଇମ୍ରାନ ଖାନ ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବାର କିଛି ଦିନ ପରେ ଅଚାନକ କର୍ତାରପୁର କରିଡର ପ୍ରସଙ୍ଗ ଉଠାଇଥିଲେ। ସେବେଠାରୁ ଭାରତ ସମେତ ପଡୋଶୀ ଦେଶଙ୍କ ସୁରକ୍ଷା ବିଶେଷଜ୍ଞମାନେ ପାକିସ୍ତାନର ଉଦାରତାକୁ ନେଇ ସନ୍ଦେହରେ ରହିଛନ୍ତି। ଏଥିରେ ପ୍ରଥମ ଥର ପାକ୍ ସରକାରଙ୍କ ଜନୈକ ବରିଷ୍ଠ ମନ୍ତ୍ରୀ ପ୍ରସଙ୍ଗରେ ମୁହଁ ଖୋଲିଥିବା ବେଳେ ଇମ୍ରାନଙ୍କ ଷଡଯନ୍ତ୍ର ପଦାରେ ପଡିଯାଇଛି।

{"align":"center","id":192618,"sizeSlug":"large"}

ଇମ୍ରାନଙ୍କ ମନ୍ତ୍ରୀମଣ୍ଡଳରେ ରେଳମନ୍ତ୍ରୀ ଥିବା ଶେଖ ରଶିଦ କର୍ତ୍ତାର ପୁର କରିଡର ପାକ୍ ସେନାମୁଖ୍ୟ ଜେନେରାଲ ବଜୱାଙ୍କ ମସ୍ତିଷ୍କ ଉପଜ ବୋଲି କହିଛନ୍ତି। ଏଥିଯୋଗୁ ଯେଉଁ ପରିସ୍ଥିତି ଉପୁଜିବାକୁ ଯାଉଛି ଭାରତ ତାକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଭୋଗିବ ବୋଲି କହିବା ପ୍ରସଙ୍ଗ  ସିଧା ଖାଲିସ୍ତାନ ଆତଙ୍କବାଦ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି।

{"id":192619,"sizeSlug":"large"}

ବୟାନବାଜି ଲାଗି ରଶିଦ ପ୍ରଥମରୁହିଁ ଦେଶରେ ଚର୍ଚ୍ଚିତ । ଭାରତ ସମ୍ପର୍କରେ ସେ ପ୍ରାୟତଃ ବିବାଦୀୟ ମନ୍ତବ୍ୟ ଦେଇଥାନ୍ତି। ହେଲେ ପ୍ରଥମ ଥର ତାଙ୍କ ମୁହଁରୁ ପାକ୍ ସେନାର ଷଡଯନ୍ତ୍ର କଥା ଖସିଯିବା ଏବେ ଭାରତକୁ ସତର୍କ କରିଦେଇଛି। ତେବେ କର୍ତ୍ତାରପୁର କରିଡରର ଶ୍ରେୟ ନିଜେ ଇମ୍ରାନ ନେଇଥିବାବେଳେ ରଶିଦ କିନ୍ତୁ ଏଥିଲାଗି ସମସ୍ତ ଶ୍ରେୟ ପାକ୍ ସେନାଧ୍ୟକ୍ଷ ଜେନେରାଲ ବଜୱାଙ୍କୁ ଦେଇଛନ୍ତି। ଗତ ନଭେମ୍ବର ୯ ତାରିଖ ଦିନ ପ୍ରଧାନନ୍ତ୍ରୀ ଇମ୍ରାନ ଖାନ  ଭାରତରୁ ଆମନ୍ତ୍ରିତ ଅତିଥିଙ୍କ ଗହଣରେ କର୍ତ୍ତାରପୁର କରିଡରର ଉଦଘାଟନ କରିଥିଲେ। ଏଥିଲାଗି ଶାସକ ଦଳ ପିଟିଆଇ ସମସ୍ତ ଶ୍ରେୟ ଇମ୍ରାନଙ୍କୁ ଦେଉଥିବା ବେଳେ ରଶିଦ ଏହା ମିଥ୍ୟା ବୋଲି କହିଛନ୍ତି।

{"id":192620,"sizeSlug":"large"}

ତେବେ ରଶିଦ ସେନାମୁଖ୍ୟଙ୍କୁ ଖୁସ୍ କରିବା ଲାଗି ଏଭଳି ବିବୃତ୍ତି ଦେଇଥିବା ଜଣାପଡିଛି। ହେଲେ ପରୋକ୍ଷରେ ଖାଲିସ୍ତାନ ଆତଙ୍କବାଦ ଆଡକୁ ଇଶାରା କରି ଭାରତକୁ ଶତର୍କ କରାଇବା ଏବେ ତାଙ୍କୁ ମହଙ୍ଗା ପଡିବ ବୋଲି ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.