Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତ ସହ ଯୁଦ୍ଧ ପାଇଁ ମନାକଲେ ପାକିସ୍ତାନର ଶକ୍ତିଶାଳୀ ମନ୍ତ୍ରୀ , ଜାଣନ୍ତୁ କାହିଁକି

1/09/2019 at 6:32 PM

ଇସଲାମାବାଦ – କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନଙ୍କ ଠାରୁ ଆରମ୍ଭ କରି ଅନ୍ୟ ମନ୍ତ୍ରୀ ମାନେ ଯୁଦ୍ଧ ଧମକ ଦେଇଥିଲେ । ମାତ୍ର ଏବେ ଇମରାନ୍‌ଙ୍କ ମନ୍ତ୍ରୀ ମଣ୍ଡଳରେ ସବୁଠାରୁ ଶକ୍ତିଶାଳୀ ମନ୍ତ୍ରୀ ଶାହ ମହମୁଦ୍‌ କ୍ୟୁରେସି ଭାରତ ସହ ଯୁଦ୍ଧ ପାଇଁ ମନା କରି ଦେଇଛନ୍ତି । ଏବେ କାଶ୍ମୀର ପ୍ରସଙ୍କରେ ଯୁଦ୍ଧ ଏକ ବିକଳ୍ପ ନୁହେଁ ବୋଲି ସେ ସିଧାସଲଖ କହିଛନ୍ତି ।

ଇମରାନ୍‌ ଖାନ୍ ଏବେ ପରମାଣୁ ଯୁଦ୍ଧ ପାଇଁ ଧମକ ଦେଉଥିବା ବେଳେ ଶାହ ମହମୁଦ୍‌ କ୍ୟୁରେସି ଯୁଦ୍ଧ କରିବା ଠିକ୍‌ ନୁହଁ ବୋଲି କହିଛନ୍ତି । ଏବେ କାଶ୍ମୀର ପ୍ରସଙ୍ଗରେ ଇମରାନ୍‌ ଖାନ ସବୁଠାରେ ଫେଲ୍‌ ମାରିଛନ୍ତି ।

ଭାରତ ଆଗରୁ ଏ ପ୍ରସଙ୍ଗରେ ପାକିସ୍ତାନକୁ କଡା ଜବାବ ଦେଇଛି । ଦାରା ୩୭୦ ଉଚ୍ଛେଦ ଭାରତର ଅଭ୍ୟନ୍ତରୀଣ ମାମଲା ଏଥିରେ ଅନ୍ୟମାନେ ବିଚଳିତ ହେବାର ଆବଶ୍ୟକତା ନାହିଁ ବୋଲି ଭାରତ କହିଥିଲା ।
ମାତ୍ର ପାକିସ୍ତାନର ବୈଦଶିକ ମନ୍ତ୍ରୀ ଶାହ ମହମୁଦ୍‌ କ୍ୟୁରେସି ଯୁଦ୍ଧ ନୁହେଁ ବଂର ଶାନ୍ତିର ଆବଶ୍ୟକତା ରହିଛି ବୋଲି ବିବିସିର ଉର୍ଦ୍ଧୁ ସଂସ୍କରଣକୁ ଏକ ସାକ୍ଷାତକାରରେ ଜଣାଇଛନ୍ତି । ଏବେ ଭାରତ ଓ ପାକିସ୍ତାନ ପରମାଣୁ ଶକ୍ତି ଥିବା ଦେଶ, ଏମାନେ ଯୁଦ୍ଧ କରିବା ସମ୍ଭବ ନୁହେଁ ବୋଲି ସେ ସୂଚନା ଦେଇଛନ୍ତି ।

ଏବେ ପାକିସ୍ତାନର ଅର୍ଥ ବ୍ୟବସ୍ଥା ବିଗିଡିଯାଇଛି। ପାକିସ୍ତାନରେ ଠିକ୍‌ ଭାବରେ ଖାଦ୍ୟ ଦ୍ରବ୍ୟ ମିଳୁନାହିଁ ଦୁର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧି ପାଇଛି ।

ଏବେ କାଶ୍ମୀରକୁ ସେ ଅନ୍ତର୍ଜାତୀୟ ମାମଲା ବୋଲି ପୁଣି ଦୋହରାଇଛନ୍ତି , ଏହା ଦ୍ୱିପାକ୍ଷିକ ସମସ୍ୟା ନୁହେଁ ବୋଲି ସାକ୍ଷାତକାର ସମୟରେ ସୂଚନା ଦେଇଛନ୍ତି ।

କାଶ୍ମୀରରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ସିଧାସଳଖ ଯୁଦ୍ଧ କଥା କହିଥିଲେ ।

   Related Posts