ଫିଲ୍ମ ‘ପାନିପତ୍’କୁ ନେଇ ପାକିସ୍ତାନୀ ମନ୍ତ୍ରୀଙ୍କ ଆପତ୍ତି, ଜାଣନ୍ତୁ କହିଲେ କ’ଣ

ଇସ୍ଲାମାବାଦ : ବଲିଉଡ୍ ଫିଲ୍ମ ‘ପାନିପତ୍’କୁ ନେଇ ପାକିସ୍ତାନୀ ବିଜ୍ଞାନ ଓ ପ୍ରାଦ୍ୟୋଗିକୀ ମନ୍ତ୍ରୀ ଫବାଦ ଚୌଧୁରୀ ଆପତ୍ତି କରିଛନ୍ତି। ଫିଲ୍ମରେ ଇତିହାସ ସହ ଦୂରାଚାର କରାଯାଇଥିବା ସେ କହିଛନ୍ତି। ଏଥିରେ ମୁସଲମାନ ଶାସକକୁ ଜାଲିମ ପ୍ରମାଣିତ କରିବା ଲାଗି ଇତିହାସକୁ କଦର୍ଥ କରାଯାଇଥିବା ଫବାଦ ଏକ ଟ୍ୱିଟ୍ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି। ତେବେ ପାକିସ୍ତାନରେ ବଲିଉଡ ଫିଲ୍ମ ପ୍ରଦର୍ଶନ ଉପରେ ନିଷିଦ୍ଧାଦେଶ ଥିବା ବେଳେ ଫବାଦଙ୍କ ପ୍ରଚାର ଲାଗି ନିର୍ଥକ ଟ୍ୱିଟ୍ ବୋଲି ବିବେଚନା କରାଯାଉଛି।

ତେବେ ଭାରତରେ ଅବସ୍ଥାପିତ ଆଫଗାନିସ୍ତାନ ରାଷ୍ଟ୍ରଦୂତ ଡା.ଶାଇଦା ଅବ୍ଦାଲୀ ଭାରତୀୟ ଚଳଚିତ୍ର ଆଫଗାନ-ଭାରତ ସମ୍ପର୍କକୁ ସବୁବେଳେ ପ୍ରାଧାନ୍ୟ ଦେଇଆସିଥିବା କହିଛନ୍ତି। ଏଣୁ ସେ ଆଶାବ୍ୟକ୍ତ କରିଛନ୍ତି ଫିଲ୍ମ ପାନିପତର କାହାଣୀ ଉଭୟ ଦେଶର ମିଳିତ ଇତିହାସକୁ ନେଇ ପ୍ରସ୍ତୁତ କରାଯାଇଛି ଯାହା ଉଭୟ ଦେଶଙ୍କ ଇତିହାସକୁ ଅଧିକ ମଜଭୁତ କରିବ।

ସୂଚନାଯୋଗ୍ୟ ଯେ ପ୍ରଶିଦ୍ଧ ବଲିଉଡ ନିର୍ଦ୍ଦେଶକ ଆଶୁତୋଷ ଗୋୱାରୀକର ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ଏଥିରେ ଅର୍ଜୁନ କପୁର, ସଞ୍ଜୟ ଦତ୍ତ, କିର୍ତ୍ତି ସେନନ, ମୋହନିଶ ବହଲ, ପଦ୍ମିନୀ କୋହ୍ଲାପୁରୀ ଓ ଜିନତ ଅମାନ ଆଦି ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ତେବେ ଏହି ଫିଲ୍ମଟି ତୃତୀୟ ପାନିତ ଯୁଦ୍ଧ ଉପରେ ଆଧାରିତ ବୋଲି ଜଣାପଡିଛି।
431 Views