ପାକିସ୍ତାନର ମଜାକ ଉଡାଇଲେ ଇମାରନ୍‌ଙ୍କ ମନ୍ତ୍ରୀ -କହିଲେ ପାକିସ୍ତାନ ପାଖରେ ୧୫୦ଗ୍ରାମ ୨୫୦ ଗ୍ରାମ ଓଜନର ପରମାଣୁ ବୋମା ଅଛି

Published By : Prameya-News7 Bureau | September 02, 2019 IST

ଇସଲାମାବାଦ - କାଶ୍ମୀରରୁ ଧାର ୩୭୦ ଉଚ୍ଛେଦ ହେବାପରେ ପାକିସ୍ତାନର ମନ୍ତ୍ରୀ ଜଣଙ୍କ ପରେ ଜଣେ ଯୁଦ୍ଧ ଧମକ ଦେବାରେ ଲାଗିଛନ୍ତି । ପାକ୍‌ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ ମଧ୍ୟ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି । ଏବେ ଅକ୍ଟୋବର ମାସରେ ଭାରତ ପାକିସ୍ତାନ ଯୁଦ୍ଧ ହେବାର ଭବିଷ୍ୟବାଣୀ କରିଥିବା ମନ୍ତ୍ରୀ ଶେଖ୍‌ ରସିଦ୍‌, ପାକିସ୍ତାନ ପାଖରେ ୧୫୦ ଗ୍ରାମ ଓ ୨୫୦ ଗ୍ରାମ ଓଜନର ପରମାଣୁ ବୋମା ଅଛି ବୋଲି ପିଲାଳିଆ ବୟାନ ଦେଇଛନ୍ତି। ଏ ସବୁ ସ୍ମାର୍ଟ ବୋମା , ବାରତକୁ ନିକ୍ଷେପ କରିବା ପାଇଁ ଏପରି ବୋମା ତିଆରି କରାଯାଇଛି ବୋଲି ସେ କହିଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ଆଗେର ସେ ଏହି କଥା କହିଛନ୍ତି । ଏପରି ବି ପାକିସ୍ତାନ ସେନା ତାଙ୍କୁ ଭାରତ ବିରୋଧରେ କହିବା ପାଇଁ ନିଯୁକ୍ତି ଦେଇଛି ବୋଲି କହିଛନ୍ତି ।

ସେ ମୋଦୀଙ୍କର ଏଜେଣ୍ଡା ପାକିସ୍ତାନକୁ ନଷ୍ଟକରିବା ବୋଲି କହିଛନ୍ତି । ଶେଖ୍‌ ରସିଦ୍‌ ଅକ୍ଟୋବର ମାସରେ ଯୁଦ୍ଧ ହେବ ବୋଲି କହିବା ସହ ପାକିସ୍ତାନ ପାଖରେ ସ୍ମାର୍ଟ ବୋମା ଅଛି ବୋଲି କହିଛନ୍ତି । ଶେଖ୍‌ ରସିଦ୍‌ ଏକ ସଭାରେ ମୋଦୀଙ୍କର ନାମ ନେବା ମାତ୍ରେ ତାଙ୍କୁ କରେଣ୍ଟ ମାରିଥିଲା । କେବଳ ସେତିକି ନୁହେଁ ଏବେ ଭାରତ ବିରୋଧରେ କହୁଥିବାବେଳେ ତାଙ୍କୁ ଜୋତାରେ ନିସ୍ତୁକ ମାଡ ମାରାଯାଇଥିଲା । କେବଳ ସେତିକି ନୁହେଁ ଲୋକେ ତାଙ୍କୁ ଅଣ୍ଡାମାଡ କରିଥିଲେ ।

ପାକିସ୍ତାନ ସରକାର ସେନାର ଅଧିନରେ ଓ ଚାପରେ କାମ କରନ୍ତି । ୧୯୫୮-୭୧, ୧୯୭୭-୧୯୮୮, ୧୯୯୯-୨୦୦୮ରେ ପାକିସ୍ତାନରେ ସେନାର ଶାସନ ଚାଲିଥିଲା । ପାକିସ୍ତାନ ସ୍ୱାଧୀନ ହେବାର ୭୨ ବର୍ଷ ମଧ୍ୟରୁ ୩୮ ବର୍ଷ ସେନାର ଶାସନ ଓ ବାକି ସମୟ ସେନା ଅଧିନରେ ଶାସନ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.