Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାକିସ୍ତାନରେ ଚର୍ଚ୍ଚା, ଇମ୍ରାନଙ୍କ ସ୍ଥାନ ନେବେ ଶାହିଦ ଆଫ୍ରିଦି, ଜାଣନ୍ତୁ ସୋସାଲ ମିଡିଆରେ କ’ଣ କହୁଛନ୍ତି ଲୋକେ

ଇସ୍ଲାମାବାଦ : ପୂର୍ବତନ ପାକ୍ କ୍ରିକେଟର ଶାହିଦ ଆଫ୍ରିଦିଙ୍କ ସହ ସେନାମୁଖପାତ୍ର ଆସିଫ ଗଫୁରଙ୍କ ଫଟୋ ଏବେ ଟ୍ୱିଟରରେ ଭାଇରାଲ ହେଉଛି। ଏଥିରେ ୟୁଜର ଭିନ୍ନଭିନ୍ନ ମତ ପୋଷଣ କରୁଛନ୍ତି। କିଏ କହୁଛି ଆଫ୍ରିଦି ଦେଶର ଆଗାମୀ ୱଜିର-ଏ-ଆଜମ ତ ଆଉ କିଏ କହୁଛି ପରିବର୍ତ୍ତନର ସଙ୍କେତ। ଏଭଳି ସ୍ଥିତିରେ ଆଉ କିଛି ୟୁଜର ଦେଶପାଇଁ ଚିନ୍ତାବ୍ୟକ୍ତ କରୁଥିବା ଦେଖାଯାଇଛି। ଏଥିରେ ଇମ୍ରାନ ଯାହା ଯେମିତି ଦେଶ ଚଳାଉଛନ୍ତି ଆଫ୍ରିଦି ଭାରତକୁ ବିନା ବାକ୍ୟରେ ପିଓକେ ଦେଇଦେବେ ବୋଲି ଉଲ୍ଲେଖ କରୁଛନ୍ତି।

ଜଣେ ୟୁଜର ଆଫ୍ରିଦିଙ୍କ ଫଟୋ ଶେୟାର କରି ଉଲ୍ଲେଖ କରିଛନ୍ତି ‘ଅଗଲେ ପ୍ରଧାନମନ୍ତ୍ରୀ ବନନେ କି ଔର’। ସେଥିରେ ଅନ୍ୟ ଜଣେ ରିଟ୍ୱିଟ୍ କରିଛନ୍ତି ଆଉ ଉଲ୍ଲେଖ କରିଛନ୍ତି ଏହା ଏକ ପାଗଳଙ୍କ ଦେଶ ବୋଲି। ସେହିପରି ଆଉ ଜଣେ ୟୁଜର ଆଫ୍ରିଦିଙ୍କୁ ଇମ୍ରାନଙ୍କ ଠାରୁ ବି ବଡ ମିଛୁଆ ବୋଲି ଉଲ୍ଲେଖ କରିଥିବା ବେଳେ ପାକିସ୍ତାନୀଙ୍କ ଭାଗ୍ୟରେ ଏବେ କେବଳ ଲୁହ ହିଁ ଲେଖା ବୋଲି କହିଛନ୍ତି।

ଭାରତର ସମ୍ବିଧାନରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ଇମ୍ରାନ ଇତିମଧ୍ୟରେ ୨ ଥର ପିଓକେ ଗଲେଣି। ନିକଟରେ ଗତ ସେପ୍ଟେମ୍ବର ମାସ ୧୩ ତାରିଖ ଦିନ ଇମ୍ରାନ ମୁଜଫରବାଦ ରାଲିରେ ଯୋଗଦେଇଥିବା ବେଳେ ତାଙ୍କ ସହ ଆଫ୍ରିଦିଙ୍କୁ ମଧ୍ୟ ଦେଖାଯାଇଥିଲା। ସଭାରେ ଆଫ୍ରିଦି ଯୋଗଦେବା ସହ ଭାଷଣବାଜୀ ବି କରିଥିଲେ। ଏଥିରେ ସେ ବିଶ୍ୱରେ ମୁସଲମାନଙ୍କ ଉପରେ କାହିଁକି ଏତେ ଅତ୍ୟାଚାର ହେଉଛି ବୋଲି ପ୍ରଶ୍ନ କରିବା ସହ  ଜାତିସଂଘକୁ ଦାୟି କରିଥିଲେ।

1122 Views

   ସମ୍ବନ୍ଧିତ ଖବର