Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ବିପଦରେ ଏସିଆ ! ଆମେରିକା କବାଡିରୁ ଭାଗ୍ୟ ସାଉଣ୍ଟିବାକୁ ଆଫଗାନିସ୍ତାନରେ ପହଞ୍ଚିଲେ ପାକ୍ ସୈନ୍ୟ ଇଞ୍ଜିନିୟର

8/09/2021 at 9:07 PM

କାବୁଲ ୮।୯:  ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। ମିଳୁଥିବା ଗୁଇନ୍ଦା ଇନ-ପୁଟରୁ ପାକିସ୍ତାନୀ ସେନାର ଏକ ଇଞ୍ଜିନିୟର ଦଳ ବୁଧବାର ଆଫଗାନିସ୍ତାନରେ ପହଞ୍ଚିଥିବା ଜଣାପଡିଛି। ଆମେରିକା ସୈନିକ ବଗ୍ରାମ ଓ କାବୁଲ ବାୟୁସେନା ଘାଟିରେ ଛାଡି ଯାଇଥିବା ବାହନ, ବିମାନ, ହେଲିକପ୍ଟର ଓ ଯୁଦ୍ଧାସ୍ତ୍ରଗୁଡିକର ମରାମତି ଦ୍ୱାରା କାମ ଚଳାଯାଇପାରିବ କି ନା ତାହା ଏହି ଇଞ୍ଜିନିୟର ଦଳ ଅନୁଧ୍ୟାନ କରିବାକୁ ପହ଼ଞ୍ଚିଛନ୍ତି।

ସାମାନ୍ୟ ମରାମତି ପରେ ହୁଏତ ଏଥିରୁ କିଛି ଉପଯୋଗକୁ ଆସିପାରେ । ଯାହାକୁ ଆଫଗାନ ପ୍ରତିରକ୍ଷା ଲାଗି ଉପଯୋଗୀ କରିବା ପାଇଁ ଏହି ସୈନ୍ୟ ଇଞ୍ଜିନିୟର ପହଞ୍ଚିଥିବାର କୁହାଯାଉଛି। ତେବେ ପ୍ରତିରକ୍ଷା ବିଶେଷଜ୍ଞମାନେ ଏହାକୁ ଏବେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ଆଫଗାନିସ୍ତାନରେ ତାଲିବାନ ଶାସନ ଲାଗି ନିଜର ରାଜକୋଷ ଖୋଲିଦେଇଥିଲା ପାକିସ୍ତାନ। ସେହି ଅନୁସାରେ ତାଲିବାନ ଏବେ ଆଫଗାନିସ୍ତାନରେ ନିଜର କର୍ତ୍ତୃତ ଜାହିର କରିସାରିଥିବା ବେଳେ କାଙ୍ଗାଳ ପାକିସ୍ତାନ ନିଜର ଖୁରାପାତିରେ ଲାଗି ଯାଇଛି।

ଏଥିରୁ ଆମେରିକୀୟ ସୈନ୍ୟ ଛାଡି ଯାଇଥିବା ଅକାମୀ ବାହନ, ବିମାନ, ହେଲିକପ୍ଟର ଓ ପ୍ରତିରକ୍ଷା ପ୍ରଣାଳୀକୁ କଣ କରାଯାଇପାରିବ ତାର ପାକ୍ ସୈନ୍ୟ ଇଞ୍ଜିନିୟର ଆକଳନ କରୁଛନ୍ତି। ପାକିସ୍ତାନ ଉପରେ ୱାସିଂଟନ ଲଗାଇଥିବା ଯୋଗାଣ ପ୍ରତିବନ୍ଧକ କାରଣରୁ ଏବେ ଅନେକ ପାକିସ୍ତାନୀ ଯୁଦ୍ଧାସ୍ତ୍ର ଓ ବିମାନ ଅଚଳ ହୋଇଯାଇଛି। ହୁଏତ ଆଫଗାନିସ୍ତାନରେ ପଡିଥିବା ଆମେରିକୀୟ କବାଡରୁ କିଛି ହାର୍ଡୱେର ମିଳିଯାଏ ସେଥିଲାଗି ପାକିସ୍ତାନ ଏପରି ପଦକ୍ଷେପ ନେଇଥିବାର ଆକଳନ କରାଯାଉଛି।

ଯଦି ଏହା ହୁଏ  କେବଳ ପୋଡଶୀ ଭାରତ ନୁହେଁ ସମଗ୍ର ଏସିଆ ଲାଗି ବିପଦର କାରଣ ହେବ ବୋଲି ଏବେ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ଆଫଗାନିସ୍ତାନରେ ଆମେରିକା ଛାଡିଯାଇଥିବା ପ୍ରତିରକ୍ଷା ହାର୍ଡୱେର ଏସିଆ ଓ ଏସିଆ ବାହାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରାସାରର କାରଣ ହୋଇପାରେ ବୋଲି ଆତଙ୍କବାଦରୋଧୀ ବିଶେଷଜ୍ଞ ଆକଳନ କରୁଛନ୍ତି। ହୁଏତ ପାକିସ୍ତାନ ରିଭର୍ସ ଇଞ୍ଜିନିୟରିଂ ଦ୍ୱାରା ଏହି ରକ୍ଷା ସମ୍ପତ୍ତିର ଉନ୍ନତ ସଂସ୍କରଣ କରି ଏହି କ୍ଷେତ୍ରର ସୈନ୍ୟ ବଳ ଉପରେ ନିଜର କର୍ତ୍ତୃତ୍ୱ ବିସ୍ତାର ମଧ୍ୟ କରିପାରେ।

ଚୀନ ଓ ପାକିସ୍ତାନ ପ୍ରାୟତଃ ଆମେରିକୀୟ ବୈଷୟିକ ଜ୍ଞାନକୌଶଳର ସନ୍ଧାନରେ ରହୁଛନ୍ତି। ଯେଉଁଥିପାଇଁ ଆମେରିକା ପାକିସ୍ତାନ ଏବୋଟାବାଦରେ ଓସାମାବିନ୍‌ ଲାଡେନ ବିରୋଧରେ କାର୍ଯ୍ୟାନୁଷ୍ଠାନ କାଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବ୍ଲାକ୍‌ ହକ୍‌ ହେଲିକପ୍ଟରର ଧ୍ୱଂସାବଶେଷକୁ ମଧ୍ୟ ସେଠାରୁ ବୁହାଇ ନେଇଥିଲା। ହେଲେ ଏବେ ଛାଡି ଯାଇଥିବା ବିଶାଳ ଗୋଦାମ ଏବେ ଆର୍ଥିକ ଭରଣାରେ ସହାୟକ ହେବ ବୋଲି ପାକିସ୍ତାନ ଆଶା କରୁଛି।

   Related Posts