Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ଅଭିନନ୍ଦନଙ୍କୁ ଦୁର୍ବଳ କରିବା ପାଇଁ ସମ୍ପୂର୍ଣ ପ୍ରସ୍ତୁତ ଥିଲା ପାକିସ୍ତାନ, ତଥାପି ମୁଣ୍ଡ ନୁଆଁଇଲେ ନାହିଁ

2/03/2019 at 4:05 PM

ଦିଲ୍ଲୀ ୨/୩ : ପାକିସ୍ତାନରୁ ନିଜ ଦେଶକୁ ଫେରିବା ପରେ ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ପ୍ରଥମେ ପାଲମ ବିମାନବନ୍ଦରରେ ନିଜ ପରିବାରକୁ ସାକ୍ଷାତ କରିଥିଲେ | ଅଭିନନ୍ଦନଙ୍କ ଶାରୀରିକ ପରୀକ୍ଷା ଛଡା ମାନସିକ ପରୀକ୍ଷା କରୁଛନ୍ତି ମନଵୈଜ୍ଞାନିକ | ପାକିସ୍ତାନ ଅଭିନନ୍ଦନଙ୍କ ଶରୀରରେ କାଳେ କଣ ଚିପ ଲଗାଇଦେଇଥିବା ସେନେଇ ମଧ୍ୟ ଯାଞ୍ଚ କରାଯାଇଛି |

ଅଭିନନ୍ଦନ ବନ୍ଦୀ କରି ୨ ଦିନ ରଖିବା ଭିତରେ ପାକିସ୍ତାନୀ ସେନା ତାଙ୍କୁ ନିର୍ଯ୍ୟାତନା ଦେବାକୁ ଚେଷ୍ଟା କରିଥିଲା |

ପାକିସ୍ତାନୀ ସେନା ଏବଂ ଆଇଏସଆଇ ଅଧିକାରୀ ଲଗାତାର ଚେଷ୍ଟା ଜାରି କରିଥିଲେ ଯଦି ଅଭିନନ୍ଦନ ନିଜ ମୁକ୍ତି ପାଇଁ ପାକିସ୍ତାନ ଆଗରେ ମୁଣ୍ଡ ନୁଆଁନ୍ତି କିମ୍ବା ଦୁର୍ବଳ ପଡ଼ିଯାଆନ୍ତି ତାହେଲେ ତାଙ୍କର ଏକ ଭିଡିଓ ପ୍ରସ୍ତୁତ କରିବେ | ସେଥିପାଇଁ ପାକିସ୍ତାନୀ ସେନା ଏବଂ ଆଇଏସଆଇ ଅଧିକାରୀ ଅଭିନନ୍ଦନଙ୍କ ୨/୩ଟି ଅଲଗା ଅଲଗା ଭିଡିଓ ରେକର୍ଡିଙ୍ଗ କରିଥିଲେ | କିନ୍ତୁ ପାକିସ୍ତାନୀ ସେନା ନିଜ ଇଛା ପୂରଣ କରିପାରିଲେନାହିଁ | ଅଭିନନ୍ଦନ ନିଜ ଦମ୍ଭ ହାରିନଥିଲେ | ସେ ପାକିସ୍ତାନୀ ସେନାକୁ ଦେଶର କୌଣସି ଗୁପ୍ତ ତଥ୍ୟ ଦେଇନଥିଲେ | ପାକିସ୍ତାନୀ ସେନା ଏବଂ ଆଇଏସଆଇ ଅଧିକାରୀ ଅଭିନନ୍ଦନଙ୍କୁ ତାଙ୍କ ପରିବାରକୁ ନେଇ ମଧ୍ୟ ଚାପ ପକାଇବା ପାଇଁ ବହୁତ ଚେଷ୍ଟା କରିଥିଲେ | କିନ୍ତୁ କୌଣସି ପରିସ୍ଥିତିରେ ପଛଘୁଞ୍ଚା ଦେଇନଥିଲେ ଅଭିନନ୍ଦନ |

ଗତକାଲି ଅଭିନନ୍ଦନ ନିଜ ଦେଶରେ ଗୋଡ ଦେବା ପରେ ପ୍ରଥମେ ନିଜ ପରିବାରକୁ ସାକ୍ଷାତ କରିଥିଲେ | ବାପା, ମା, ପତ୍ନୀ ଏବଂ ପୁଅକୁ ଆଲିଙ୍ଗନ କରିଥିଲେ | ଏହାପରେ ବାୟୁସେନା ଅଧିକାରୀ ଅଭିନନ୍ଦନଙ୍କୁ ଯାଞ୍ଚ ପାଇଁ ହସ୍ପିଟାଲ ନେଇଯାଇଥିଲେ | 

ଆଜି ସକାଳେ ଅଭିନନ୍ଦନ ଜଳଖିଆ ଖାଇବା ପରେ ତାଙ୍କର ଶାରୀରିକ ଏବଂ ମାନସିକ ଯାଞ୍ଚ ହୋଇଥିଲା | ପାକିସ୍ତାନରେ ତାଙ୍କୁ ମାରପିଟ କରାଯାଇଥିଲା | ତାଙ୍କୁ ଲୌଣସି କ୍ଷତି ହୋଇଥିବା ନେଇ ସନ୍ଦେହ ପ୍ରକାଶ କରି ସେନାର ଜଣେ ବରିଷ୍ଠ ଡାକ୍ତର ତାଙ୍କର ସମ୍ପୂର୍ଣ ଯାଞ୍ଚ କରୁଛନ୍ତି | ବାୟୁସେନାର ପଚରାଉଚୁରା ପ୍ରକ୍ରିୟାରେ ଏବେ କିଛି ସମୟ ଲାଗିପାରେ | ପାକିସ୍ତାନ କବଜାରେ ଥିବାବେଳେ ତାଙ୍କ ସହ କ’ଣ କ’ଣ ଘଟିଥିଲା ସେନେଇ ପଚରାଉଚୁରା କିଛି ସମୟ ପରେ କରାଯିବ | 

ପଚରାଉଚୁରା ବେଳେ ଭାରତର ସମସ୍ତ ଗୁଇନ୍ଦା ସଂସ୍ଥା ର, ଆଇବି, ମିଲିଟାରୀ ଇଣ୍ଟେଲିଜେନ୍ସ, ବାୟୁସେନା ଏବଂ ବିଦେଶ ମନ୍ତ୍ରାଳୟର ଅଧିକାରୀ ଉପସ୍ଥିତ ରହିବେ | ପାକିସ୍ତାନ କବଜାରେ ରହିଥିବାର ଅନୁଭବ ଅଭିନନ୍ଦନ ସମସ୍ତଙ୍କ ସାମ୍ନାରେ ବଖାଣିବେ |

   Related Posts