ଭାରତ ବିରୋଧରେ ଫେବୃଆରୀ ୧୦କୁ ଏହି ବଡ ଘୋଷଣା କରିପାରେ ପାକ୍, ବଢିଲା ଯୁଦ୍ଧ ଆଶଙ୍କା

Published By : Prameya-News7 Bureau | February 04, 2020 IST

ଇସ୍ଲାମାବାଦ ୪।୨:  ଜମ୍ମୁ-କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପ୍ରସଙ୍ଗରେ ପାକିସ୍ତାନ କାଶ୍ମୀରବାସୀଙ୍କ ପ୍ରତି ତାର ସମର୍ଥନ ଜଣାଇଛି। ଏ ନେଇ ସଂସଦର ନିମ୍ନ ସଂସଦ ନ୍ୟାସନାଲ ଆସେମ୍ୱ୍ଲିରେ ଏକ ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିବା ବେଳେ ପ୍ରସଙ୍ଗର ସମାଧାନ ଲାଗି ଶାସକ ଓ ବିରୋଧୀ ଦଳ ଭାରତ ବିରୋଧରେ ଯୁଦ୍ଧ ଘୋଷଣା ହିଁ ଏକମାତ୍ର ବିକଳ୍ପ ବୋଲି କହିଛନ୍ତି।

{"id":220189,"sizeSlug":"large"}

ଆସେମ୍ବ୍ଲିରେ ଏ ନେଇ ଉଗ୍ର ବିତର୍କ ହୋଇଥିଲା। ପାକ୍ ମିଡିଆ ଅନୁସାରେ ତର୍କ ବେଳେ ଶାସକ ଦଳରେ ବି ବିଭେଦ  ବି ଦେଖାଯାଇଥିଲା। ମାନବାଧିକାର ମନ୍ତ୍ରୀ ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମୁଦ କ୍ୟୁରେସିଙ୍କୁ ଘେରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ପକ୍ଷରୁ କାଶ୍ମୀରକୁ ନେଇ ଯଥା ସମ୍ଭବ ଉଦ୍ୟମ କରିଥିଲେ। ହେଲେ  ବୈଦିଶିକ ମନ୍ତ୍ରାଳୟ ପ୍ରସଙ୍ଗରେ ଯେପରି ସହଯୋଗ କରିବା କଥା ତାହା ନ କରିବାରୁ ଭାରତ ଏକ ତରଫା ଭାବେ ନିଜ କାମ କରିଯାଇଥିବା ମାନବାଧିକାର ମନ୍ତ୍ରୀ ଶିରିନ ମଜାରୀ କହିଥିଲେ।

{"id":220190,"sizeSlug":"large"}

ପ୍ରସଙ୍ଗର ଆଲୋଚନା ବେଳେ କାଶ୍ମୀରକୁ ନେଇ କିଏ କେତେ ବଳିଷ୍ଠ ଯୁକ୍ତି ରଖିପାରୁଛି ଆସେମ୍ବ୍ଲିରେ ପ୍ରତିଯୋଗୀତା ହୋଇଥିଲା। ତେବେ  ପ୍ରସଙ୍ଗରେ ଯାହା ହେବା କଥା ହୋଇ ସାରିଲାଣି ଏବେ କରିବାର ବେଳ ବୋଲି ସାଂସଦମାନେ ମତ ଦେଇଥିଲେ। ଏଥିରେ ଜମିୟତ-ଏ-ଉଲେମା-ଏ-ଇସ୍ଲାମ-ଫଜଲର ସାଂସଦମାନେ ଭାରତ ବିରୋଧରେ ଜିହାଦ ଆହ୍ୱାନ ଦେଇଥିଲେ। ଏଥିରେ ସାଂସଦ ଅବଦୁଲ ଆକବର ଚିତରାଲୀ ଏକ ତାରିଖ ବି ଘୋଷଣା କରିଥିଲେ। ଏଥିରେ ଇମ୍ରାନ ଫେବୃଆରୀ ୧୦ ତାରିଖ ଦିନ ଆନୁଷ୍ଠାନିକ ଯୁଦ୍ଧ ଘୋଷଣା କରନ୍ତୁ ବୋଲି ସେ ଦାବି କରିଥିଲେ।

{"id":220191,"sizeSlug":"large"}

ପାକିସ୍ତାନର ଏହି ଘୋଷଣା ପ୍ରସଙ୍ଗ ପ୍ରତି ଅନ୍ତର୍ଜାତୀୟ ସମୂଦାୟର ଧ୍ୟାନ ଆକର୍ଷଣ କରିବ ବୋଲି ଚିତ୍ରାଲୀ ଗୃହକୁ କହିଥିଲେ। ଯାହାକୁ ଉଭୟ ଶାସକ ଓ ବିରୋଧୀ ଦଳର ସାଂସଦମାନେ ସମର୍ଥନ କରିବା ସହ ପରମାଣୁ ଶକ୍ତି ସମ୍ପନ୍ନ ପାକ୍ ଲାଗି ଏହା ଏକମାତ୍ର ବିକଳ୍ପ ବୋଲି କହିଥିଲେ। ଏଣୁ ଏବେ ସମସ୍ତଙ୍କ ଅପେକ୍ଷା ଇମ୍ରାନଙ୍କ ୧୦ ଫେବୃଆରୀ ଯୁଦ୍ଧ ଘୋଷଣାକୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.