ପାକ୍ ମୌଲାନାଙ୍କ ଅଜବ ପରାମର୍ଶ: କରୋନା ସଂକ୍ରମିତ ହେଲେ ଯାଅନି ହସ୍ପିଟାଲ, ମାରି ଦେବେ

Published By : Prameya-News7 Bureau | June 05, 2020 IST

ଇସ୍ଲାମାବାଦ ୫।୬: କରୋନା ଭାଇରସ୍ ନେଇ ଜନୈକ ପାକିସ୍ତାନୀ ମୌଲାନାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମୌଲାନା କୌକବ ନୁରାନୀ ଭିଡିଓରେ ପାକିସ୍ତାନୀମାନଙ୍କୁ କରୋନା ଭାଇରସ ସଂକ୍ରମିତ ହେଲେ ହସ୍ପିଟାଲ ନଯିବାକୁ ପରାମର୍ଶ ଦେଇଛନ୍ତି। ସେହିପରି କରୋନାକୁ ଇସ୍ଲାମ ବିରୋଧରେ ଇହୁଦୀଙ୍କ ଏକ ବିରାଟ ଷଡଯନ୍ତ୍ର ବୋଲି ମଧ୍ୟ କହିଛନ୍ତି । ଅତୀତରେ ଏପରି ମୌଳବାଦୀ ନୀତି ଯୋଗୁ ପାକିସ୍ତାନରେ ପଲସ ପୋଲିଓ ଟିକାକରଣ ବିଫଳ ହୋଇଥିଲା। ଏବେ ମୌଲାନାଙ୍କ ଅପିଲ ସମସ୍ତଙ୍କୁ ଚକିତ କରିଛି।

wp:html /wp:html

ମୌଲାନା କୌକବ ନୁରାନୀ ପାକିସ୍ତାନର ପ୍ରମୁଖ ଧାର୍ମିକ ନେତାଙ୍କ ମଧ୍ୟରେ ଅନ୍ୟତମ। ସେ ଭିଡିଓରେ ଇୟୁଦୀମାନେ ଏହି ଭୂତାଣୁକୁ ସୃଷ୍ଟି କରିଥିବା କହିଛନ୍ତି। ଏଥିଲାଗି ସେମାନେ ଭେକ୍ସିନ ମଧ୍ୟ ରଖିଛନ୍ତି। ଏହି ଭେକ୍ସିନରେ ସେମାନେ ମୁସଲମାନ ଲୋକଙ୍କ ଦେହରେ ଚିପ୍‌ ଛାଡିଦେବେ। ଫଳରେ ଆମେ ଯାହା ବିଚାର କରୁଛେ ତାର ଖବର ସେମାନେ ଆଗରୁ ପାଇବା ସହ ଆମର ସମସ୍ତ ରଣନୀତି ବିଫଳ କରିଦେବେ ବୋଲି ମୌଲାନା ଭିଡିଓ ମାଧ୍ୟମରେ ଲୋକଙ୍କୁ ସତର୍କ କରାଇଛନ୍ତି।

{"id":281672,"width":577,"height":380,"sizeSlug":"large"}

ସେହିପରି ମୁସଲମାନ ଲୋକେ କରୋନା ଆକ୍ରାନ୍ତ ହେଲେ ହସ୍ପିଟାଲ ନ ଯିବା ଲାଗି ସେ ସତର୍କ କରାଇଛନ୍ତି। ଯଦି କେହି କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲ ଯାଏ ସେଠାରୁ ସେ ଜୀବିତ ଫେରିବ ନାହିଁ। ସେଠାରେ ଡାକ୍ତର ଭେଣ୍ଟିଲେଟରକୁ ନେଇ ମାରିଦେବେ ବୋଲି ମୌଲାନା କହିଛନ୍ତି। ସେହିପରି କରୋନା ମାମଲାରେ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କ ସହ ଘର ଲୋକଙ୍କୁ ମିସାଇ ଦେଉ ନାହାନ୍ତି। କାରଣ ସେମାନଙ୍କ କଳାକାରନାମା ସମସ୍ତେ ଜାଣିଯିବେ। କରୋନା ସଂକ୍ରମଣ ଦ୍ୱାରା ଇହୁଦୀମାନେ ସାରା ବିଶ୍ୱକୁ ନିଜ ଆୟତ୍ତରେ ରଖିବାକୁ ଚାହାନ୍ତି। ଏଥିପାଇଁ ସେମାନେ ଖୁବ୍ ଶୀଘ୍ର ଏକ କରେନ୍ସି ବି ଆଣିବେ ଓ ଏହା ଦ୍ୱାରା ସାରା ଦୁନିଆ ସେମାନଙ୍କ ନିୟନ୍ତ୍ରଣରେ ରହିବ ବୋଲି କହିଛନ୍ତି ମୌଲାନା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.