Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଖାଦ୍ୟରେ ବିଷ ଦେଇ ଭାରତୀୟ ସେନାଙ୍କୁ ମାରିବା ଲାଗି ଷଡଯନ୍ତ୍ର, ହାଇ ଆଲର୍ଟ ଜାରୀ

2/03/2019 at 1:46 PM

ନୂଆଦିଲ୍ଲୀ୨|୩: ଭାରତ-ପାକିସ୍ତାନ ମଧ୍ୟରେ ଟେନସନ ଥମିବାର ନା ନେଉନି । ବଢିବାରେ ଲାଗିଛି । ପୁଲୱାମା ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ ଏପରି ତିକ୍ତତା ଅଧିକ ମାତ୍ରାରେ ବଢିଛି । ବାରମ୍ବାର ପାକ ଅସ୍ତ୍ରବିରତି ଉଲଘଂନ କରୁଛି । କେବଳ ସେତିକି ନୁହେଁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଭୟଙ୍କର ଯୋଜନା କରିଥିବା ନେଇ ସୂଚନା ମିଳିଛି । ପାକ ଆର୍ମି ଓ ଆଇଏସଆଇ ଜାମ୍ମୁକାଶ୍ମୀରରେ ଭାରତୀୟ ସେନାଙ୍କୁ କ୍ଷତି ପହଞ୍ଚାଇବା ପାଇଁ ପ୍ଲାନ ତିଆରି କରିଥିବା ଜଣାପଡିଛି ।

ଖୋଲୁଛି ପାକିସ୍ତାନର ଅସଲ ମୁଖା….ଶାନ୍ତି ଆଳରେ ପଛପଟୁ ଛୁରା ମାରିବାକୁ କରୁଛି ଷଡ଼ଯନ୍ତ୍ର…. ଭାରତୀୟ ସେନାକୁ ଜହର ଖୁଆଇବାକୁ ରଚୁଛି ମାଷ୍ଟର ପ୍ଲାନ୍…. ସେନାର ରାଶନରେ ବିଷ ମିଶାଇବାକୁ ପାକ୍ କରୁଛି ସାଜିସ୍…ସୁରକ୍ଷାବଳ ପାଇଁ ଆଲର୍ଟ ଜାରି କଲା ଗୁଇନ୍ଦା ସଂସ୍ଥା….

ଭାରତ ବିରୋଧରେ ପାକିସ୍ତାନ ରଚୁଥିବା ବଡ଼ ଷଡ଼ଯନ୍ତ୍ରର ହୋଇଛି ଖୁଲାସା ।ଆଉ ପାକିସ୍ତାନର ଏହି ଜହର ସାଜିସ୍ ର ଖୁଲାସା କରିଛି ଗୁଇନ୍ଦା ସଂସ୍ଥା ।ପାକ୍‌ର ମିଲିଟାରୀ ଏଜେନ୍ସି ଓ ଆଇଏସଆଇ ଏକାଠି ରଚୁଥିବା ଏହି ମାଷ୍ଟର ପ୍ଲାନ୍ ଏବେ ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆଣିଛି । ଭାରତୀୟ ଯବାନଙ୍କ ଖାଇବାରେ ବିଷ ମିଶାଇବା ପାଇଁ ଯୋଜନା କରାଯାଉଛି । ଏହି କାମ କରିବା ପାଇଁ ଆଇଏସଆଇ କାଶ୍ମୀରରେ ଥିବା ନିଜର ଏଜେଣ୍ଟମାନଙ୍କୁ ବ୍ୟବହାର କରିପାରେ ବୋଲି ସୂଚନା ଦେଇଛି ଗୁଇନ୍ଦା ବିଭାଗ। ତେବେ ଏହା ଜଣାପଡିବା ପରେ ସେନାକୁ ହାଇଆଲର୍ଟ କରାଯାଇଛି ।

ଗୁଇନ୍ଦା ବିଭାଗରୁ ଏହି ଖବର ମିଳିବା ପରେ ଏବେ ସେନାର ସମସ୍ତ ବିଭାଗ ସଜାଗ ହୋଇଛନ୍ତି । କେବଳ କାଶ୍ମୀରରେ ନୁହେଁ, ସବୁଠି ସେନାକୁ ଆଲର୍ଟ ଜାରି କରାଯାଇଛି ।ଗୁଇନ୍ଦା ବିଭାଗର ସୂଚନା ଅନୁସାରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ଆତଙ୍କୀ ଶିବିର ଧ୍ବଂସ କରାଯିବା ପରେ ବାଉଳି ଚାଉଳି ହେଉଛି ପାକିସ୍ତାନ । କାରଣ ଏହି ଆକ୍ରମଣ ପୂର୍ବରୁ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ସମସ୍ତ ଆତଙ୍କୀ ସଂଗଠନକୁ କର ବା ମର ଫରମାନା ଜାରି କରିଥିଲା ।କିନ୍ତୁ ଭାରତୀୟ ବାୟୁସେନାର ଏଭଳି ଅଚାନକ୍ ଆକ୍ରମଣ ପାକକୁ ଚିନ୍ତାରେ ପକାଇଛି ।

ଭାରତ ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକ୍ ପରେ ଜେହାଦ୍ ୟୁନାଇଟେଡ୍ କାଉଁସିଲ ଭାରତରେ ଅନୁପ୍ରବେଶ କରିଥିବା ଆତହ୍କୀଙ୍କୁ ଆକ୍ରମଣ ପାଇଁ ପ୍ରସ୍ତୁତ ରହବାକୁ ନିର୍ଦ୍ଦେଶ ଜାରି କରିଛି । ପାକ୍ ଖୁଫିଆ ଏଜେନ୍ସି ଆଇଏସଆଇ ଜୈଶ-ଏ-ମୋହମ୍ମଦ, ଲସ୍କର-ଇ-ତୋଇବା ଏବଂ ହିଜବୁଲ ମୁଜାହିଦ୍ଦିନ୍ ଭଳି ଆତଙ୍କୀ ସଂଗଠନଗୁଡିକୁ ଆତଙ୍କୀ ହମଲା ପାଇଁ ପ୍ରସ୍ତୁତ ରହିବାକୁ କହିଛି । ଭାରତର ପ୍ରମୁଖ ସହରରେ ହମଲା କରିବା ସହ ବୋମା ବିସ୍ଫୋରଣ ପାଇଁ ବ୍ଲୁ-ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଉଛି । 

କେବଳ ଏତିକି ନୁହେଁ ବରଂ ରାଜଧାନୀ ଦିଲ୍ଲୀ ସମେତ ଅନେକ ସହର ବି ଆତଙ୍କୀଙ୍କ ଟାର୍ଗେଟର ରହିଛି । ତେଣୁ ଦିଲ୍ଲୀରେ ରେଡ ଆଲର୍ଟ ଜାରି ହୋଇଛି । ତେବେ ପୂର୍ବରୁ ମଧ୍ୟ ପାକିସ୍ତାନ ଏପରି ଭାବରେ ଅନେକ ଥର ଅସ୍ତ୍ରବିରତି ଉଲଘଂନ କରିଛି ଯେଉଁଥିରେ କି ଭାରତର ସୀମାରେ ରହୁଥିବା ଲୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଛି ।

ଗତକାଲି ପାକ ଗୁଳିରେ ଭାରତର ୫ ଯବାନ ସହିଦ ହୋଇଛନ୍ତି । ଭୀଷଣ ଗୁଳିବର୍ଷାରେ ଗୋଟିଏ ପରିବାରର ତିନି ଜଣ ସଦସ୍ୟ ଜୀବନ ହରାଇଲେ ଏବଂ ଦୁଇଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଗତ କିଛି ଦିନ ହେଲା ପୁ୍ଛ୍ ରେ ୪ ଜଣ ନିରୀହ ଲୋକଙ୍କ ଜୀବନ ଯାଇଛି । ଅଧିକାରୀଙ୍କ କହିବାନୁସାରେ ପାକ୍ ସେନା ମୋର୍ଟାର ଏବଂ ଭାରୀ ଗୁଳିରେ ସାଧାରଣ ନାଗରିକ ବସବାସ କରୁଥିବା ଅଞ୍ଚଳକୁ ଟାର୍ଗେଟ୍ କରୁଛନ୍ତି । ଭାରତୀୟ ସୁରକ୍ଷା ବଳୟ ଏହାର ପାଲଟା ଜବାବ୍ ଦେଉଛନ୍ତି ।

ଏପଟେ ଶାନ୍ତିର ବାର୍ତ୍ତା ଦେଇ ପାକିସ୍ତା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିଛି । ସେପଟେ କିନ୍ତୁ ଜାମ୍ମୁ କାଶ୍ମୀରରେ ପୁଣି ଥରେ ହମଲା କରିଛନ୍ତି ଆତଙ୍କବାଦୀ । ଅଭିନନ୍ଦନଙ୍କ ଫେରିବାରେ ବିଳମ୍ବ ନେଇ ପଦାରେ ପଡିଛି ପାକିସ୍ତାନର ସନ୍ଦେହ ଜନକ କାର୍ଯ୍ୟ । ଏହାରି ଭିତରେ ନିଜର ପ୍ରଚାର କରିବା ପାଇଁ ଅଭିନନ୍ଦନଙ୍କୁ ଅଧାରାସ୍ତାରେ ଅଟକାଇ ପ୍ରଚାର ପାଇଁ ଭିଡିଓ ସୁଟ୍ କରିଥିଲା ପାକ୍ ଆର୍ମି । ଯାହାକୁ ନେଇ ପୁଣି ଥରେ ପାକିସ୍ତାନର କାର୍ଯ୍ୟକୁ ନେଇ ସନ୍ଦେହ ବଢ଼ିଛି । ଅଭିନନ୍ଦନଙ୍କୁ କରିବା ହସ୍ତାନ୍ତର ପୂର୍ବରୁ ରାତି ସାଢ଼େ ୮ଟାରେ ପାକିସ୍ତାନ ଉଦ୍ଦେଶ୍ୟକୁ ସୁହାଇଲା ଭଳି  ଭିଡିଓର ୧୯ କଟ୍ ସମ୍ବଳିତ ସମ୍ପାଦିତ କଳେବର ପ୍ରସାରିତ କରାଯାଇଥିଲା । ସେଥିରେ ଭାରତୀୟ ଗଣମାଧ୍ୟମକୁ ଅଭିନନ୍ଦନ ଭୀଷଣ ସମାଲୋଚନା କରିବା ସହ ପାକ୍ ସେନାକୁ ପ୍ରଶଂସାରେ ପୋତି ଦେଇଥିବା ଦେଖାଯାଇଥିଲା । ହେଲେ ଏବେ ପ୍ରଶ୍ନ ଭାରତ-ପାକିସ୍ତାନ ଫାଇଟିଂ ଏପିସୋଡରେ ଏଇଠି ଯବନିକା ଟଣାଯିବ..ନା ଆଗକୁ ବି ଏହି ତିକ୍ତତା ଜାରି ରହିବ ?

   Related Posts