Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

ଉଲଗ୍ନ କରି ଅତ୍ୟାଚାର କରିଥିଲେ , କାର୍ଯ୍ୟାନୁଷ୍ଠାନ ଦାବି କଲେ ସାମ୍ୱାଦିକ, ଅଡ଼ୁଆରେ ଇମ୍ରାନଙ୍କ ଦଳ ତହେରିକ୍-ଇ-ଇନ୍‌ସାଫ୍

23/02/2021 at 9:11 PM

ଚାରସଦା, ୨୩/୦୨: ଅତ୍ୟାଚାର ଏବଂ ଅମାନବୀୟ କାର୍ଯ୍ୟକଳାପର ଶିକାର ହୋଇଥିବା ଜଣେ ପାକିସ୍ତାନ ସାମ୍ବାଦିକ ଇମ୍ରାନ ଖାନ୍‌ଙ୍କ ଦଳ ପାକିସ୍ତାନ ତହେରିକ୍-ଇ-ଇନ୍‌ସାଫ୍‌ (ପିଟିଆଇ) ରାଜନେତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ତାଙ୍କୁ ଉଲଗ୍ନ କରି ସେମାନେ ପିଟିଥିବା ସେ କହିଛନ୍ତି ।

ସାମ୍ୱାଦିକ ଜଣକ ପାକିସ୍ତାନ ଚରସଦା ପ୍ରେସ୍‌ କ୍ଲବ୍‌ର ଜଣେ ସଦସ୍ୟ ହୋଇଥିବାବେଳେ ତାଙ୍କ ନାମ ସୈଫୁଲ୍ଲା ଜାନ୍‌ ଜଣାପଡ଼ିଛି । ସେ ଗଣମାଧ୍ୟମକୁ ପତିକ୍ରିୟା ଦେଇ କହିଛନ୍ତି ଯେ, ପିଟିଆଇର ନେତା ଅବଦୁଲ୍ଲା, ତାଙ୍କ ଭାଇ ଫାହିମ୍‌, ଜାକତ କମିଟି ଚେୟାର୍‌ମ୍ୟାନ୍‌ ଇଫ୍ତିକାର ଏବଂ ସେନାର କିଛି ଲୋକ ତାଙ୍କୁ ଜବରଦସ୍ତ ଚାରସଦାର ପିଟିଆଇ ଅଫିସ୍‌କୁ ଟେକି ନେଇଥିଲେ । ସେଠାରେ ତାଙ୍କୁ ଉଲଗ୍ନ କରି ଅତ୍ୟାଚାର କରିଥିଲେ ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ।

ପୁଣି ସେ କହିଛନ୍ତି ଯେ, ଏହି ରାଜନେତା ଉଲଗ୍ନ ସମୟର ଏକ ଭିଡିଓ ଉତ୍ତୋଳନ କରି ରଖିଛନ୍ତି । ଲୋକଙ୍କ ଚାପ ପଡ଼ିବାରୁ ସେମାନେ ତାଙ୍କୁ ସେଠାରୁ ଛାଡ଼ି ଦେଇଥିଲେ । ଏନେଇ ସେ ଜିଲ୍ଲା ପୋଲିସ୍‌ ଅଫିସର୍‌ ମହମ୍ମଦ ସୋଇବ୍‌ଙ୍କୁ ଜଣାଇଥିଲେ । ସର୍ଦାରି ଥାନାରେ ଆଇନ୍‌ ଅନୁସାରେ ଏକ ମାମଲା ଦାଏର୍‌ କିରିଥିଲେ । କିନ୍ତୁ ପୋଲିସ୍‌ ଏଥିରେ ତାଙ୍କୁ ସହଯୋଗ କରିନଥିଲା । ତଦନ୍ତରେ ବିଳମ୍ୱ କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ ଧାରା ଲଗାଇନଥିଲେ । ସାମ୍ୱାଦିକଙ୍କ ଗୋଡ଼ରେ ଭାଙ୍ଗିଥିବା ସେ ପୋଲିସ୍‌କୁ କହିଥିଲେ । ହେଲେ ପୋଲିସ୍‌ ଏଫ୍ଆଇଆର୍‌ରେ ତାଙ୍କର ସାମାନ୍ୟ କ୍ଷତି ହୋଇଥିବା ଦର୍ଶାଇଥିଲେ ।

ଦାଏର୍‌ ହୋଇଥିବା ମାମଲା ଅନୁସାରେ ୫ ଜଣଙ୍କ ବିରୋଧରେ ଏହି କେସ୍‌ ରେଜିଷ୍ଟର୍‌ ହୋଇଥିଲା । କିନ୍ତୁ ପୋଲିସ୍‌ ସେଥିମଧ୍ୟରୁ ଇଫ୍ତିଖାର୍‌ର ନାମକୁ ହଟାଇ ଦେଇଥିଲା । ଯିଏକି ଏଥିରେ ମୁଖ୍ୟ ଅଭିଯୁକ୍ତ ରହିଥିଲା । ଏଥିରେ ଦେଶର ପ୍ରଧାନ ବିଚାରପତି ହସ୍ତକ୍ଷେପ କରିବାକୁ ସେ ନିବେଦନ କରିଛନ୍ତି ।

ତେବେ ପୋଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ସ୍ଥାନୀୟ କୋର୍ଟ ସେମାନଙ୍କୁ ଜାମିନ ଦେଇଥିବା ଜଣାପଡ଼ିଛି ।

   Related Posts