ଜମ୍ମୁ-କାଶ୍ମୀର : ପାକ୍ ସାମ୍ବାଦିକଙ୍କ ଦାବି ଏଲଓସିକୁ ମୁହାଁଇଛନ୍ତି ପାକିସ୍ତାନୀ ସେନା

Published By : Prameya-News7 Bureau | August 11, 2019 IST

ଇସ୍ଲାମାବାଦ ୧୧।୮:  ଭାରି ଅସ୍ତ୍ରଶସ୍ତ୍ର ସହ ପାକିସ୍ତାନୀ ସେନା ଲାଇନ ଅଫ କଣ୍ଟ୍ରୋଲ (ଏଲଓସି) ଆଡକୁ ମୁହାଁଇଛନ୍ତି। ଏହି ଦାବି କରିଛନ୍ତି ଜନୈକ ପାକ୍ ସାମ୍ବାଦିକ ହିମ୍ମିଦ ମୀର। ଏ ନେଇ ସେ କରିଥିବା ଟ୍ୱିଟ୍ ରେ ପାକ୍ ଅଧିକୃତ କାଶ୍ମୀରର କେତେକ ସାମ୍ବାଦିକ ବନ୍ଧୁ ମଧ୍ୟ ତାଙ୍କୁ ଟେଲିଫୋନ ଯୋଗ କହିଥିବା ଉଲ୍ଳେଖ କରିଛନ୍ତି। ଗତ ରାତିରୁ ସେନାର ଏହି ମୁଭମେଣ୍ଟ ଆରମ୍ଭ ହୋଇଥିବା ମୀରଙ୍କୁ ସୂଚନା ମିଳିଥିଲା। ପିଓକେରେ ଲୋକେ ପାକ୍ ସେନାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରୁଥିବା ସେ ଟ୍ୱିଟ୍ ରେ ସୂଚିତ କରିଛନ୍ତି। ତେବେ ମୀରଙ୍କ ସୂଚନାର ଏପର୍ଯ୍ୟନ୍ତ ପୁଷ୍ଟି ହୋଇ ପାରିନାହିଁ । ଏ ନେଇ ପାକ୍ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳୁନଥିବା ବେଳେ ଭାରତ ସରକାର ମଧ୍ୟ କୌଣସି ବୟାନ ଜାରି କରିନାହାନ୍ତି।

wp:html /wp:html

ତେବେ ଅନ୍ୟ ଜଣେ ପାକ୍ ସାମ୍ବାଦିକ ବାଜ  ଏସ୍.ଖାନ ପାକିସ୍ତାନୀ ସେନାକୁ ଏଥିପାଇଁ ଅନୌପଚାରିକ ଆଦେଶ ଦିଆଯାଇଛି ବୋଲି ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି। ପୂର୍ବ ପାକ୍ ରେ ଅବସ୍ଥାପିତ ସେନାକୁ ମୁଭମେଣ୍ଟର ଆଦେଶ ଦିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି। ସୂଚନା ଯୋଗ୍ୟଯେ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରଠାରୁ ପାକ୍ ଲଗାତାର ପ୍ରୋପାଗଣ୍ଡା ୱାର ଆରମ୍ଭ କରିଦେଇଛି। ପ୍ରସଙ୍ଗରେ ପାକିସ୍ତାନ ବିଶ୍ୱକୁ ବୁଝେଇବାକୁ ଉଦ୍ୟମ କରୁଛି। ହେଲେ ଏଥିରେ ତାକୁ ସଫଳତା ମିଳିପାରୁନାହିଁ।

wp:html /wp:html

କାଶ୍ମୀରର କୌଣସି ସ୍ଥାନରୁ ରବିବାର ଅପ୍ରୀୟ ଘଟଣାର ସୂଚନା ମିଳିନଥିବା ବେଳେ  ବକରିଦ ଲାଗି ରାଜ୍ୟରେ ଉତ୍ସାହର ମାହୋଲ ରହିଛି। ଏଥିଲାଗି ସରକାରଙ୍କ ପକ୍ଷରୁ ମଧ୍ୟ ବିସ୍ତୃତ ବ୍ୟବସ୍ଥା କରାଯାଇଛି। ଲୋକଙ୍କୁ ଯେପରି ସମସ୍ୟାର ସମ୍ମୁଖୀନ ହେବାକୁ ନପଡେ ଏଥିଲାଗି ରବିବାର ଛୁଟି ଦିନରେ ମଧ୍ୟ ପ୍ରଦେଶରେ ବ୍ୟାଙ୍କ ଖୋଲା ରହିଛି। କେବଳ ସେତିକି ନୁହେଁ ସରକାର ଲୋକଙ୍କ ଘର ପର୍ଯ୍ୟନ୍ତ ସାମଗ୍ରୀ ପହଞ୍ଚାଇ ଦେଉଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.