Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଲାଇଭ ଶୋରେ ସାମ୍ବାଦିକଙ୍କୁ ମାଡ଼ ମାରିଲେ ଇମ୍ରାନ ଖାନଙ୍କ ଦଳର ନେତା : ଭିଡିଓ ଭାଇରାଲ

25/06/2019 at 12:25 PM

କରାଚୀ ୨୫/୬ : ପାକିସ୍ତାନର ଏକ ଟିଭି ଚାନେଲରେ ଆୟୋଜିତ ଟକ୍ ଶୋରେ ଇମ୍ରାନ ଖାନଙ୍କ ଦଳର ନେତା ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ । ଲାଇଭ କ୍ୟାମେରା ସାମ୍ନାରେ ହୋଇଥିବା ଏହି ଆକ୍ରମଣ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଟକ୍ ଶୋରେ ସାମିଲ ମସରୁର ଅଲି ସିୟାଲ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ତହରିକ-ଏ-ଇନ୍ସାଫର ଦଳର ନେତା ।

ମସରୁର ଅଲି ସିୟାଲ ଏବଂ ସାମ୍ବାଦିକ ଇମ୍ତିଆଜ ଖାନ ଟିଭି ଚାନେଲ ଶୋ ‘ନ୍ୟୁଜ ଲାଇନ ୱିଥ ଆଫତାବ ମୁଗେରୀ’ ରେ ଭାଗ ନେବା ପାଇଁ ପହଞ୍ଚିଥିଲେ । ଏହାପରେ ପ୍ରଶ୍ନ ଉତ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଶ୍ନ ଉତ୍ତର ଚାଲିଥିବା ସମୟରେ ମସରୁର ଅଲି ଅଚାନକ ରାଗି ଯାଇଥିଲେ । ସେ ହଠାତ ନିଜ ସିଟରୁ ଉଠି କରାଚୀ ପ୍ରେସ କ୍ଲବର ପ୍ରେସିଡେଣ୍ଟ ଇମ୍ତିଆଜ ଖାନଙ୍କୁ ମାଡ ମାରିଥିଲେ ଏବଂ ଧକ୍କା ମାରି ତଳେ ପକାଇ ଦେଇଥିଲେ । ପ୍ରତିରକ୍ଷାରେ ଇମ୍ତିଆଜ ମଧ୍ୟ ତାଙ୍କୁ ଧକ୍କା ମାରିଥିଲେ ।

ଏହାପରେ ଆଗକୁ କଣ ହେଲା ତାହା କ୍ୟାମେରାରେ କଏଦ ହୋଇପାରିନଥିଲା । କିନ୍ତୁ କିଛି ସମୟ ପରେ ଉଭୟ ପରସ୍ପରକୁ ଧମକ ଦେଇଥିଲେ ।

ମାରପିଟର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଇମ୍ରାନ ଖାନଙ୍କ ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି । ନାୟଲା ନାମକ ଆଉ ଜଣେ ସାମ୍ବାଦିକ କହିଛନ୍ତି ଯେ, କଣ ଏଇଟା ନୂଆ ପାକିସ୍ତାନ । ଲାଇଭ ଟକ୍ ଶୋରେ ମସରୁର ଅଲି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରୁଛନ୍ତି ।   

ଆଉ କିଛି ସୋସିଆଲ ମିଡ଼ିଆ ୟୁଜର୍ସ କହିଛନ୍ତି ଘଟଣା ପରେ କ୍ୟାମେରା ବନ୍ଦ କରିଦିଆଯାଇଥିଲା । ପରେ ଶୋ ଏମିତି ଆରମ୍ଭ କରାଯାଇଥିଲା ଯେମିତି କିଛି ହୋଇନଥିଲା ।

   Related Posts