Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ଆଫଗାନିସ୍ତାନ ସୀମାରେ ପଶିଲା ପାକ୍‌ ସେନା, ତାଲିବାନ ଆତଙ୍କବାଦୀଙ୍କ ସହ କଥା ହେଉଥିବାର ଭିଡିଓ ଭାଇରାଲ୍‌

25/07/2021 at 9:25 PM

କାବୁଲ ୨୫/୭: ଆଫଗାନିସ୍ତାନରେ ତାଲିବାନକୁ ପାକିସ୍ତାନ ସହାୟତା କରୁଥିବା ନେଇ ଅନେକ ଥର ଅଭିଯୋଗ ହୋଇଛି। ଏନେଇ ଖୋଦ ଆଫଗାନର ରାଷ୍ଟ୍ରପତି ମଧ୍ୟ କହିଛନ୍ତି। ଏବେ ଏନେଇ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲା ପରେ ଆଫଗାନିସ୍ତାନରେ ପାକିସ୍ତାନର ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହି ଭିଡିଓ ପାକ-ଆଫଗାନ୍‌ ସୀମାରେଖାର ବୋଲି ଜଣାପଡ଼ିଛି।

ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ପାକ ସେନା ଡୁରାଣ୍ଡ ଲାଇନ୍‌ ପାର କରି ଆଫଗାନିସ୍ତାନ ମାଟିରେ ପହଞ୍ଚିଛି। ଏହା ବ୍ୟତୀତ ସେମା​ନେ ତାଲିବାନ ନିୟମନ୍ତ୍ରଣାଧୀନ ଅଞ୍ଚଳରେ ବଡ଼ ଆରାମରେ ବୁଲୁଥିବା ଦେଖିବାକୁ ମିଳିଛି। ଏହା ସହ ସେମାନେ ତାଲିବାନ ଆତଙ୍କବାଦୀଙ୍କ ସହ ଆଲୋଚନା କରୁଥିବା ସ୍ପଷ୍ଟ ଜଣାପଡ଼ୁଥିବା ବେଳେ ଏହି ଭିଡିଓ ଏବେ ଖୁବ ଭାଇରାଲ ହେଉଛି।

ଏ ଭିଡିଓ ଦୁଇ ଦେଶର ସୀମାରେ ଥିବା ସ୍ପିନ୍‌ ବୋଲ୍ଡକ୍‌ ଅଞ୍ଚଳରେ ସୁଟ୍‌ ହୋଇଛି ବୋଲି ଦାବି ହେଉଛି। ଆଫଗାନିସ୍ତାନ ମାଟିରେ ପାକ ଯବାନ ତାଲିବାନ ଆତଙ୍କବାଦୀଙ୍କ ସହ ଆଲୋଚନା କରୁଛନ୍ତି। କିନ୍ତୁ ଭିଡିଓକୁ ନେଇ ପକେ୍‌ ସେନା ପକ୍ଷରୁ ଜବାବ ଦିଆଯାଇନାହିଁ।

ତେବେ ଦୁଇ ଦେଶର ସୀମାରେ ଅବସ୍ଥିତ ଏହି ଅଞ୍ଚଳ ଏବେ ତାଲିବାନ କବଜାରେ ରହିଛି। ଦଶ ଦିନ ପୂର୍ବରୁ ତାଲିବାନ ଆତଙ୍କବାଦୀ ଏହାକୁ କବଜା କରିଛନ୍ତି । ତାଲିବାନ ଏହାକୁ ନେଇଯିବା ପରେ ଏବେ ପାକିସ୍ତାନ ନିଜର ଚମନ ସୀମାକୁ ସିଲ୍‌ କରିବାକୁ ମନା କରିଦେଇଛି ।  

   Related Posts