Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ପାକିସ୍ତାନର ଚିନ୍ତା ବଢାଇଲା ଆମେରିକା, ସିରିଆ ଇସ୍ଲାମିକ ଷ୍ଟେଟ୍ ମୁଭମେଣ୍ଟରେ ଭୂମିକା କରୁଛି ଯାଞ୍ଚ

26/08/2020 at 5:56 PM

ୱାସିଂଟନ : ପାକିସ୍ତାନ ଲାଗି ଉପୁଜିବାକୁ ଯାଉଛି ନୂଆ ସମସ୍ୟା। ସିରିଆ ଇସ୍ଲାମିକ୍‌ ଷ୍ଟେଟ୍‌ ଆନ୍ଦୋଳନରେ ପାକିସ୍ତାନୀମାନଙ୍କ ଭୂମିକା ଯାଞ୍ଚ କରୁଛି ଆମେରିକା। ଏଫଏଟିଏଫଙ୍କ ଗ୍ରେ ଲିଷ୍ଟରୁ ବାହାରିବା ଲାଗି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିକଟରେ ୨ଟି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଗୃହୀତ କରିଥିଲେ। ଏଥିରେ ଆମେରିକାର ଯାଞ୍ଚ ଇମ୍ରାନଙ୍କ ଲାଗି ସମସ୍ୟାର କାରଣ ହୋଇପାରେ ବୋଲି ଆଶଙ୍କା କରାଗଲାଣି।

ଏହି ଯାଞ୍ଚରେ କୁର୍ଦ୍ଦ ସିରିୟାନ ଡେମୋକ୍ରାଟିକ ଫୋର୍ସେସ୍‌ ଆମେରିକାକୁ ଏପରି ୨୯ ଜଣଙ୍କ ସୂଚୀ ଦେଇଛନ୍ତି ଯେଉଁମାନେ ଗତ ଏକ ଦଶନ୍ଧୀ ଧରି ଇରାକ-ସିରିୟାରେ ଅତି ଋଢୀବାଦୀ ସୁନ୍ନୀ ଆନ୍ଦୋଳନ ଇସ୍ଲାମିକ ଷ୍ଟେଟ୍‌ ଲାଗି ସଂଗ୍ରାମ କରିବା ବେଳେ ଗିରଫ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪ ଜଣ ପାକିସ୍ତାନୀ ଥିବା ଜଣାପଡିଛି। ଆମେରିକା ତଦନ୍ତକାରୀ ସଂସ୍ଥାନ ଏବେ ସେମାନଙ୍କୁ ପଚରାଉଚୁରା  କରୁଛି। ଏଥିରୁ ସେମାନଙ୍କର ସମ୍ପର୍କ  ପାକିସ୍ତାନସ୍ଥିତ ଆତଙ୍କବାଦ ସଙ୍ଗଠନ ଅଥବା ଗୋଷ୍ଠୀଙ୍କ ସହ ରହିଛି କି ନା ତାହା ଜଣାପଡିବ।

ଆଫଗାନିସ୍ତାନର ଖୁରାସାନ ପ୍ରାନ୍ତରେ ସକ୍ରିୟ ଥିବା ଆଇଏସକେପି  ଆତଙ୍କବାଦୀଙ୍କ ସହ ପାକିସ୍ତାନୀଙ୍କ ସମ୍ପର୍କ ରହିଛି। ଏଣୁ ଏହି ପଚରା ଉଚରାରୁ ଆତଙ୍କବାଦ ଗତିବିଧି ସହ ପାକିସ୍ତାନ ସମ୍ପର୍କର ରହସ୍ୟ ମଧ୍ୟ ଉଦଘାଟନ ହୋଇପାରିବ। ଖୁରାସାନ ପ୍ରାନ୍ତ ଆଇଏସକେପି ମୁଖିଆ ଅସ୍ଲମ ଫାରୁକୀ ପାକ୍ ସରକାରୀ ଗୁଇନ୍ଦା ଆଇଏସ ସହ ସିଧା ସମ୍ପର୍କରେ ଥିବା ଜଣାପଡିସାରିଲାଣି। ଏଣୁ ସିରିଆ ମୁଭମେଣ୍ଟରେ ପାକିସ୍ତାନର ଭୂମିକା ଜଣାପଡିବା ପରେ ଅନ୍ତର୍ଜାତୀୟ ଆତଙ୍କବାଦ ସହ ପାକିସ୍ତାନର ସମ୍ପୃକ୍ତି ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି।

   Related Posts