ଦେଶର ଆର୍ଥିକ ଅବସ୍ଥା ସୁଧାରିବା ଲାଗି ପାକିସ୍ତାନ ନେଲା ଅଶ୍ଲୀଳ ନୃତ୍ୟର ସାହାରା, ଭଡିଓ ଦେଖିଲେ ଆପଣଙ୍କୁ ବି ଲାଗିବ ଲଜ୍ଜା

Published By : Prameya-News7 Bureau | September 09, 2019 IST

ଇସ୍ଲାମାବାଦ: ‘ନୟା ପାକିସ୍ତାନ’ର ସ୍ୱପ୍ନ ଦେଖୁଛନ୍ତି ଏବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ତେବେ ଏଥିରେ ଅର୍ଥ ପାଲଟିଛି ସବୁଠୁ ବଡ ପ୍ରତିବନ୍ଧକ।  ରିୟାସତ-ଏ-ମଦିନା (ଅଜାରବୈଜାନ) ପ୍ରତି ବିଦେଶୀ ନିବେଶକଙ୍କୁ ଆକର୍ଷିତ କରାଯାଇପାରିଲେ ଦେଶର ଆର୍ଥିକ ଦୁରାବସ୍ଥାରେ ସୁଧାର ହୋଇପାରିବ। ଏଠାକାର ଲୋକ ସଂସ୍କୃତି ଓ ପର୍ଯ୍ୟଟନ ବିକାଶ ହେଲେ ଦେଶକୁ ବିଦେଶୀ ନିବେଶର ସୁଅ ଛୁଟିବ। ଏଇ ଆଶାରେ ସରକାର  ସରହଦ ଚାମ୍ବର ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି (ଏସସିସିଆଇ) ଦ୍ୱାରା ଆୟୋଜନ କରିଥିବା ଇନଭେଷ୍ଟର୍ସ ସମ୍ମିଟ ଏବେ ଇମ୍ରାନଙ୍କ ଲାଗି ଭାରି ପଡିଛି।

wp:html /wp:html

୪ରୁ ୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଏହି ନିବେଶକଙ୍କ ସମ୍ମିଳନୀରେ ବିଦେଶୀ ନିବେଶକଙ୍କୁ ଆକର୍ଷିତ କରିବା ଲାଗି ସ୍ଥାନୀୟ କଳାକାରଙ୍କ ଦ୍ୱାରା ଲୋକ ନୃତ୍ୟ (ଋଷିୟ ବେଲି ଡ୍ୟାନ୍ସ ଭଳି) ପରିବେଷଣ କରାଯାଇଥିଲା। ଯାହା ସରକାରଙ୍କୁ ଏବେ ଦେଶବାସୀଙ୍କ ନିକଟରେ ନିନ୍ଦିତ କରିଛି। ଏଭଳି ନୃତ୍ୟ ଜରିଆରେ ଦେଶକୁ କିଭଳି ନିବେଶକ ଆକର୍ଷିତ ହେବେ ସେ ନେଇ ସୋସାଲ ମିଡିଆରେ ଲୋକେ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି।

{"id":155473,"width":575,"height":830}

ତେବେ ଜାଣିଲେ ଆଶ୍ଟର୍ଯ୍ୟ ହେବେ ଏଭଳି କାର୍ଯ୍ୟକ୍ରମ ଲାଗି ସରକାର ଶ୍ୱାତ ପ୍ରଶାସନ ଦ୍ୱାରା ସେଦିନ ଏନଓସି ମଧ୍ୟ ଜାରି କରିଥିଲେ। ଯାହା ଏବେ ସରକାରଙ୍କ ପ୍ରତି  ଲୋକଙ୍କ ଘୃଣାର କାରଣ ପାଲଟିଛି।   ଦେଶରେ ନିବେଶ କରିବାକୁ ଆଗ୍ରହୀ ନିବେଶକଙ୍କୁ ହୀରାମଣ୍ଡିର ମହିଳାଙ୍କୁ ବି ସରକାର ମାଗଣା ଦେବେ ବୋଲି ଏବେ ଘୋଷଣା କରନ୍ତୁ ବୋଲି ଲୋକେ ଟ୍ୱିଟ୍ ରେ ଉଲ୍ଲେଖ କରୁଛନ୍ତି। ହୀରାମଣ୍ଡିକୁ  ପାକିସ୍ତାନ ଦେହ ବ୍ୟବସାୟର ପେଣ୍ଠ ବୋଲି କୁହାଯାଏ। ଯହା ସରକାରଙ୍କ ଲାଗି ଅତ୍ୟନ୍ତ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି।

{"id":155487}

ସୋସାଲ ମିଡିଆରେ ପାକ୍ ରାଜନେତାଙ୍କ ଅଜବ ବୟାନ ଦେଶବିଦେଶରେ ପ୍ରାୟତଃ ଟ୍ରୋଲ ହେଉଛି। ଏଥିରେ ଏବେ ନିବେଶକଙ୍କ ସମ୍ମିଳନୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭାଇରାଲ ହେବାରେ ଲାଗିଛି। ଯାହା ପାକିସ୍ତାନ ନାଗରିକଙ୍କୁ ଲଜ୍ଜିତ କରିଥିବା  ବେଳେ  ସେମାନଙ୍କ ମାନ ଇଜ୍ଜତକୁ ନେଇ ସରକାର ଖେଳ ଖେଳୁଥିବା ସୋସାଲ ମିଡିଆରେ ଅଭିଯୋଗ କରୁଛନ୍ତି। ଗୋଟିଏ ପଟେ ପଡୋସୀ ଭାରତ ଚନ୍ଦ୍ରରେ ପହଞ୍ଚିସାରିଥିବା ବେଳେ ନିଜର ଆର୍ଥିକ ଦୁରାବସ୍ଥା ସୁଧାରିପାରୁନଥିବା ସରକାର ମହିଳାଙ୍କୁ କଣ ନିର୍ବସ୍ତ୍ର ନଚାଇବ ବୋଲି ପ୍ରଶ୍ନ କରୁଛନ୍ତି ନାଗରିକ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.