ଭାରତୀୟ ପ୍ରତିରକ୍ଷା କର୍ମଚାରୀଙ୍କୁ ଟାର୍ଗେଟ କରିବା ପାଇଁ ପାକ୍ ଗୁପ୍ତଚର ବ୍ୟବହାର କରୁଛନ୍ତି ‘ଆରୋଗ୍ୟ ସେତୁ’ App, ସତର୍କ କଲେ ସେନା

Published By : Prameya-News7 Bureau | April 30, 2020 IST

ନୂଆଦିଲ୍ଲୀ: ଭାରତୀୟ ସେନା କର୍ମଚାରୀଙ୍କ ଫୋନ ହ୍ୟାକ୍‌ କରିବା ଲାଗି ପାକ୍ ଗୁଇନ୍ଦା ସଂସ୍ଥା ଆରୋଗ୍ୟ ସେତୁ ଆପ ଭଳି ଏକ ମୋବାଇଲ ଆପ୍ଲିକେସନ ବିକଶିତ କରିଛି। ଏ ନେଇ ସୂଚନା ମିଳିବା ପରେ ସେନାପକ୍ଷରୁ ଏଥିନିମନ୍ତେ କର୍ମଚାରୀମାନଙ୍କୁ ସତର୍କ କରାଇ ଦିଆଯାଇଛି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଲାଗି ଏକ ଅଜ୍ଞାତ ସଂସ୍ଥା ଏପରି ଆପ୍ ବିକଶିତ କରିଥିବା ବେଳେ ଏହାର ନାମ ଆରୋଗ୍ୟ ସେତୁ ଡଟ୍ ଏପିକେ ରଖିଛି। ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ସେନା ପକ୍ଷରୁ କର୍ମଚାରୀମାନଙ୍କୁ ସତର୍କ କରାଯାଇଛି।

{"id":262714,"width":580,"height":383,"sizeSlug":"large"}

ପାକିସ୍ତାନରେ ଥିବା ଗୁଇନ୍ଦା ଅପରେଟିଭମାନେ ଏଭଳି ଆପ୍‌ ପ୍ରସାର କରାଉଥିବା ସନ୍ଦେହ କରାଯାଉଛି। ଏହି ଆପ୍‌ ଭାରତୀୟ ସେନା କର୍ମଚାରୀଙ୍କ ହ୍ୱାଟସ୍‌ ଆପ୍‌କୁ ଆସୁଥିବାର ଜଣାପଡିଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥାମାନେ ‘ଅନୋସ୍କା ଚୋପ୍ରା’ନାମରେ ମିଥ୍ୟା ହ୍ୱାଟସ୍‌ ଆପ୍‌ ଆକାଉଣ୍ଟରୁ ଏଭଳି ଆପ୍‌ ପଠାଉଛନ୍ତି। ଏଣୁ ଏଭଳି କୌଣସି ମୋବାଇଲ ଆପ୍ଲିକେସନ ଡାଉନଲୋଡ କରିବା ବେଳେ ସତର୍କତାଅବଲମ୍ବନ କରିବାକୁ ସେନା ପକ୍ଷରୁ କର୍ମଚାରୀମାନଙ୍କୁ ସତର୍କ କରାଯାଇଛି।

{"id":262719,"sizeSlug":"large"}

ତେବେ ଯେଉଁ ସେନା କର୍ମଚାରୀମାନେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବାକୁ ଚାହୁଁଛନ୍ତି ସେମାନେ ଭାରତ ସରକାରଙ୍କ ମାଇଁ ଗଭ୍ ଡଟ୍ ଇନ୍‌ରୁ ଡାଉନଲୋଡ କରିପାରିବେ ବୋଲି କୁହାଯାଇଛି। ଏହାକୁ ଏଣ୍ଡ୍ରେଏଡ୍ ପ୍ଲେ ଷ୍ଟୋର ଓ ଆପଲ ପ୍ଲେଷ୍ଟୋରରୁ ମଧ୍ୟ ଡାଉନଲୋଡ କରାଯାଇପାରେ। କୋଭିଡ-୧୯ ଚିହ୍ନଟ ଓ ଏହାର ପ୍ରସାର ଜାଣିବା ଲାଗି ଏହି ଆପ୍‌ର ଆବଶ୍ୟକତା ଅତ୍ୟନ୍ତ ଜରୁରି। ଏଣୁ ପ୍ରତ୍ୟେକ ସେନା କର୍ମଚାରୀଙ୍କୁ ଆରୋଗ୍ୟ ସେତୁ ଆପ୍ ସେମାନଙ୍କ ଫୋନରେ ଇନଷ୍ଟଲ କରିବାକୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.