ଯୁଦ୍ଧ ପ୍ରସ୍ତୁତିରେ ପାକିସ୍ତାନ! କାଶ୍ମୀର ସୀମାରେ ଠୁଳ କଲାଣି ୨୦୦୦ରୁ ଅଧିକ ସୈନ୍ୟ

Published By : Prameya-News7 Bureau | September 05, 2019 IST

ନୂଆଦିଲ୍ଲୀ - ବିଚଳିତ ପାକିସ୍ତାନ ଏବେ ଜୋର ସୋରରେ ଛାୟା ଯୁଦ୍ଧ ସହ ଆତଙ୍କବାଦ ଘଟଣା ବୃଦ୍ଧି ପାଇଁ ପ୍ରସ୍ତୁତି କରୁଛି। ସାରା ବିଶ୍ୱ ସମୁଦାୟଠାରୁ କାଶ୍ମୀର ପ୍ରସଙ୍ଗରେ ସମର୍ଥନ ନ ମିଳିବା ପାରେ ପାକିସ୍ତାନ ପୁରା ହଡ ବଡେଇଯାଇଛି । ଆତଙ୍କବାଦୀ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ଏବେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି । କାଶ୍ମୀର ସୀମାରେ ପାକିସ୍ତାନ ୨ହଜାରର ଅଧିକ ସୈନ୍ୟଙ୍କୁ ଠୁଳ କରିଛି ।

ଏବେ ପାକିସ୍ତାନର କାଶ୍ମୀର ସୀମାରେ ଏକ ବ୍ରିଗେଡ ସୈନ୍ୟ ମୁତୟନ କରିଛି । ପାକିସ୍ତାନ ଅଧିକୃତ କାଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ କୌଟଲୀ ସେକ୍ଟରରେ ଏହି ସୈନ୍ୟମାନଙ୍କୁ ମୁତୟନ କରାଯାଇଛି । ଆକ୍ରମକ ସ୍ଥିତିରେ ରହିଛି ପାକିସ୍ତାନ । ଭାରତୀୟ ସେନାସୁତ୍ରରୁ ଏହି ଘଟଣାକୁ ସ୍ୱୀକାର କରାଯାଇଛି । ନିୟନ୍ତ୍ରଣ ରେଖାର ୩୦ କିଲୋମିଟର ମଧ୍ୟରେ ଏମାନଙ୍କୁ ମୁତୟନ କରାଯାଇଥିବା ସୂଚନା ମିଳିଛି ।
ପାକିସ୍ତାନ ସେନା ଏବେ ସୀମାରେ ନିଜର ଗତିବିଧି ବଢାଇଛି । ସ୍ଥାନୀୟ ଯୁବକଙ୍କୁ ଆତଙ୍କବାଦର ପ୍ରଶିକ୍ଷଣ ଦେବା ସହ ଲକ୍‌ଶର-ଏ ତୋଇବାର ଆତଙ୍କବାଦୀମାନଙ୍କୁ ଅନୁପ୍ରବେଶ ପାଇଁ ଉସ୍‌କାଉଛି । କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଏବେ ସମ୍ପୂର୍ଣ୍ଣ ଭାବେ ବିଚଳିତ ହୋଇଯାଇଛି ।

ପାକିସ୍ତାନ ସେନା ସୀମାରେ ଗତ ମାସେ ମଧ୍ୟରେ ସଂଖ୍ୟା ବୃଦ୍ଧି କରିବା ସହ ବିଭିନ୍ନ ଗତି ବିଧି ବୃଦ୍ଧି କରିଛି ।ଗତ ମାସେ ମଧ୍ୟରେ କାଶ୍ମୀରେ ବଡ ଧରଣର ହିଂସାକାଣ୍ଡ ହୋଇ ନଥିବା ବେଳେ ପାକିସ୍ତାନ ଏକ ବଡ ଧରଣର ହିଂସା କାଣ୍ଡ ପାଇଁ ଯୋଜନା କରୁଛି ।
ଆତଙ୍କବାଦୀ ଘଟଣା ବୃଦ୍ଧି ପାଇଁ ପାକିସ୍ତାନ ୧୦୦ ଏସ୍‌ଏସ୍‌ଜି ଯବାନଙ୍କୁ ମୁତୟନ କରିଥିଲା । ଭାରତୀୟ ସେନାର ଗୁଳି ମାଡରେ ୧୦ ଜଣ ପାକ୍‌ ଯବାନ୍‌ଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.