Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ପାକିସ୍ତାନରେ ଜମାତ-ଉଦ-ଦବା ଓ ଜୈସ୍-ଏ-ମହମ୍ମଦର ୯୦୦ ସମ୍ପତ୍ତି ଜବତ

17/09/2020 at 9:31 PM

ଇସ୍ଲାମାବାଦ ୧୭।୯: ପାକିସ୍ତାନ ସରକାର ଟେରର ଫଣ୍ଡିଂ ଓ ମନିଲଣ୍ଡ୍ରିଂ ମାମଲାରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ଫଳରେ ଦେଶରେ ନିଷିଦ୍ଧ ସଙ୍ଗଠନ ଜମାତ-ଉଦ-ଦବା ଓ ଜୈସ୍-ଏ-ମହମ୍ମଦ ଆଦି ସଙ୍ଗଠନଙ୍କ ମୋଟ ୯୬୪ଟି ସମ୍ପତ୍ତି ଫ୍ରିଜ୍ କରିଦିଆଯାଇଛି। ଫାଇନାନ୍‌ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ)ଙ୍କ ୨୭ ସୂତ୍ରୀ ଆକ୍ସନ ପ୍ଲାନର ଉଦ୍ଦେଶ୍ୟ ପୂରଣ ଲାଗି ପାକ୍ ସରକାର ଏହି ପଦକ୍ଷେପ ନେଇଛନ୍ତି।

ପାକ୍ ଗୃହମନ୍ତ୍ରାଳୟଙ୍କ ଅନୁସାରେ ଫ୍ରିଜ ହୋଇଥିବା ସମ୍ପତ୍ତି ମଧ୍ୟରୁ ଜମାତ୍-ଉଦ-ଦବାର ୯୦୭ଟି ସମ୍ପତ୍ତି ଥିବା ବେଳେ ଜୈସ୍-ଏ-ମହମ୍ମଦର ୫୭ ସମ୍ପତ୍ତି ରହିଛି। ସଂସଦୀୟ କାର୍ଯ୍ୟ ରାଜ୍ୟମନ୍ତ୍ରୀ ଅଲ୍ଲୀ ମହମ୍ମଦ ଖାନ ଏ ନେଇ ଘୋଷଣା କରିଥିବା ବେଳେ ପ୍ରାଦେଶିକ ଗୃହ ବିଭାଗମାନେ ବିଦେଶ ମନ୍ତ୍ରାଳୟଙ୍କ ଦ୍ୱାରା ଜାରି ଜାତିସଂଘ ସୁରକ୍ଷା ପରିଷଦ (ଫ୍ରିଜିଂ ଓ ଜବତ)ଆଦେଶ ୨୦୧୯ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଅଭିଯୁକ୍ତ ସଙ୍ଗଠନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଖାନ୍‌ ପାକିସ୍ତାନ ଉଚ୍ଚ ସଦନ ସିନେଟ୍‌କୁ ଏହି ସୂଚନା ପ୍ରଦାନ କରିଛନ୍ତି। ତାଙ୍କ ସୂଚନା ଅନୁସାରେ ଜମାତ-ଉଦ-ଦବାର କେବଳ ପଞ୍ଜାବରେ ୬୧୧ଟି ସମ୍ପତ୍ତି ଫ୍ରିଜ କରାଯାଇଛି। ଏହା ଛଡା ଖୈବର ପୁକ୍ତନଖ୍ୱାରେ ୧୦୮, ସିନ୍ଧରେ ୮୦, ପାକ୍ ଅଧିକୃତ କାଶ୍ମୀରରେ ୬୧, ବଲୁଚିସ୍ତାନରେ ୩୦ ଓ ଇସ୍ଲାମାବାଦରେ ୧୭ଟି ସମ୍ପତ୍ତି ଫ୍ରିଜ କରାଯାଇଛି।

ଜମାତ-ଉଦ-ଦବାର ଫ୍ରିଜ ହୋଇଥିବା ସମ୍ପତ୍ତିରେ ୭୫ଟି ସ୍କୁଲ, ୪ଟି କଲେଜ୍, ୩୩୦ ମସଜିଦ୍ ଓ ସେମିନାରୀ,୧୮୬ ଔଷଧାଳୟ, ୧୫ ହସ୍ପିଟାଲ,୬୨ଟି ଆମ୍ବୁଲାନ୍ସ, ଗୋଟିଏ ଅନ୍ତିମ ସଂସ୍କାର ବାହନ, ୩ ବିପର୍ଯ୍ୟୟ ପ୍ରବନ୍ଧନ କାର୍ଯ୍ୟାଳୟ, ୧୦ଟି ନୌକା, ୧୭ଟି ଭବନ, ଏକ ଭୂଖଣ୍ଡ, କିଛି କୃଷି ଭୂମି ଓ ୨ଟି ମୋଟର ସାଇକେଲ ରହିଛି।

ସେହିପରି ଜୈସ-ଏ-ମହମ୍ମଦର ଜବତ ସମ୍ପତ୍ତି ମଧ୍ୟରେ ୫୩ ମସଜିଦ୍, ୨ଟି ଡିସ୍ପେନସରି ଓ ୨ଟି ଆମ୍ବୁଲାନ୍ସ ରହିଛି। ଏଫଏଟିଏଫଙ୍କ ଗ୍ରେ ଲିଷ୍ଟରୁ ବାହରକୁ ଆସିବା ଲାଗି ପାକିସ୍ତାନ ଏହି ପଦକ୍ଷେପ ନେଇଛି। ଚଳିତବର୍ଷ ଆରମ୍ଭରେ ପାକିସ୍ତାନର ଆଣ୍ଟି ଟେରରିଜିମ୍ କୋର୍ଟ ଜମାତ-ଉଦ-ଦବା ମୁଖିଆ ହାଫିଜ ମହମ୍ମଦ ସଇଦକୁ ୨ଟି ମାମଲାରେ ୫ ବର୍ଷ ୬ ମାସ ଦାଣ୍ଡାଦେଶ କରିଛନ୍ତି। କୋର୍ଟରେ ଅନ୍ୟ ପ୍ରତିବନ୍ଧିତ ସଙ୍ଗଠନ ଓ ଟେରର ଫଣ୍ଡିଂ ଅଭିଯୋଗ ପ୍ରମାଣିତ ହେବାରୁ କୋର୍ଟ ହାଫିଜକୁ ଦୋଷୀ ସାବ୍ୟସ୍ତ କରିଥିଲେ।    

   Related Posts