Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଚୀନକୁ ସହାୟତା ମାଗିବାକୁ ଯାଇଥିବା ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ହୋଟେଲ ଭିଡିଓ ହେଉଛି ଭାଇରାଲ! ରାଗରେ ପଞ୍ଚମ ପାକିସ୍ତାନୀ ଲେଖୁଛନ୍ତି ଯାହା ତାହା…

12/08/2019 at 5:30 PM

ଚୀନ୧୨|୮: ଜମ୍ମୁ-କଶ୍ମୀରରୁ ୩୭୦ ହଟିବା ପରେ ପାକିସ୍ତାନର ରାଜନୈତିକ ମହଲରେ ହାହାକାର ପଡିଯାଇଛି।କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଉପରେ ଚାପ ପକାଇବା ପାଇଁ ପାକିସ୍ତାନ ସରକାର ଜୋରଦାର କସରତ ଆରମ୍ଭ କରିଦେଇଛି। ସେଥିପାଇଁ ପାକସ୍ତାନ ସରକାରର ମନ୍ତ୍ରୀମାନେ ବାରଦ୍ବାରା ହେଉଛନ୍ତି।

ନିକଟରେ କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେସୀ ଚୀନ ଗସ୍ତ କରିଥିଲେ।କୁରେସୀ ଚୀନରେ ପହଞ୍ଚିବା ପରେ ଏକ ଭିଡିଓ କ୍ଲିପ୍ ସୋସାଲ ମିଡିଆରେ ଭାଇରାଲ ହୋଇଛି।ଯେଉଁ ଭିଡିଓରେ ହୋଟେଲ କର୍ମଚାରୀଙ୍କ ସହ ହାତ ମିଳାଉଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସୀ।

ଏହି ଭିଡିଓ କ୍ଲିପ ଭାଇରାଲ ହେବା ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କୁ ନେଇ ବିଭିନ୍ନ ପ୍ରକାର ମନ୍ତବ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓ କ୍ଲିପ ଦେଖି ପରେ କେହି କେହି ତାଙ୍କୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ ତାଙ୍କୁ ଥଟ୍ଟା ପରିହାସ କରିଛନ୍ତି।

ଭାଇରାଲ ଭିଡିଓ କ୍ଲିପ ଉପରେ ଜଣେ ୟୁଜର୍ସ ଟ୍ବିଟକରି ଲେଖିଛନ୍ତି, ପାକିସ୍ତାନର ବୈଦେଶିକ ମନ୍ତ୍ରୀ ସାହାଯ୍ୟ ମାଗିବାକୁ ଯାଇଥିଲେ କିନ୍ତୁ ହୋଟେଲ କର୍ମଚାରୀଙ୍କ ସହ ସାକ୍ଷାତ କରି ସନ୍ତୁଷ୍ଟ ହୋଇଗଲେ।ହେଲେ ହୋଟେଲ କର୍ମଚାରୀଙ୍କ ସହ ହାତ ମିଳାଇବାର ଦୃଶ୍ୟକୁ ଭିଡିଓ କେର୍ଡିଂ କରି ସେ ଜାଣିଶୁଣି ଟିଭି ଚ୍ୟାନେଲକୁ  ପଠାଇ ଦେଇଛନ୍ତି।ଏହି ଭିଡିଓରୁ ଜଣାପଡିବ ଯେ, ଚୀନରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କୁ ଜୋରଦାର୍ ସ୍ବାଗତ କରାଯାଇଛି।ଏହି ଉଦ୍ଦେଶ୍ୟରେ ସେ ଭିଡିଓ ରେକର୍ଡି କରିଛନ୍ତି ବୋଲି  ୟୁଜର୍ସ ଜଣଙ୍କ ଟ୍ବିଟକରି ଲେଖିଛନ୍ତି।

ସେହିପରି ଆଉ ଜଣେ ୟୁଜର୍ସ ଟ୍ବିଟକରି ଲେଖିଛନ୍ତି, ହୋଟେଲ କର୍ମଚାରୀଙ୍କ ସହ ବିଭିନ୍ନ ପ୍ରକାର ଡିସ୍ ସଂପର୍କରେ ଆଲୋଚନା କରିବା ପାଇଁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଚୀନ ଯାଇଥିଲେ।ପାକିସ୍ତାନର ଜଣେ ୟୁଜର୍ସ ଟ୍ବିଟକରି ଲେଖିଛନ୍ତି, ଏହା ଦୁଃଖର ବିଷୟ।ଏହିଭଳି ଜଟିଳ ପରିସ୍ଥିତିରେ ବି ପାକିସ୍ତାନରେ କାପୁରୁଷ ନେତା ରହିଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି, ବୈଦେଶିକ ମନ୍ତ୍ରୀଙ୍କ ଚୀନ ଗସ୍ତ ବହୁତ କଷ୍ଟ ଦାୟକ।ସେ  କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଇ ନଥିଲେ ବରଂ ହୋଟେଲ କର୍ମଚାରୀ ଓ ଓ୍ବେଟରଙ୍କ ସହ ଆଲୋଚନା କରିବାକୁ ଯାଇଥିଲେ ବୋଲି ପାକିସ୍ତାନ ୟୁଜର୍ସ ଜଣଙ୍କ ଲେଖିଛନ୍ତି।

ଅନ୍ୟ ଜଣେ ପାକିସ୍ତାନୀ ୟୁଜର୍ସ ଟ୍ବିଟରେ ଲେଖିଛନ୍ତି, ମୋଟା ଅଙ୍କର ଟିପ୍ସ ବଦଳରେ ହୋଟେଲ କର୍ମଚାର ଲାଇନ ଛିଡ଼ାହୋଇ  କର୍ମଚାରୀ ତାଙ୍କୁ ସମ୍ମାନ ଦେଉଛନ୍ତି। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବା ବଦଳରେ ଚୀନରେ ଏକ ରେସ୍ତୋରାଣ୍ଟ ବ୍ରାଞ୍ଚ ଖୋଲି ଦେଇ ଆସିଲେ ବୈଦେଶିକ ମନ୍ତ୍ରୀ। ଆଉ ଜଣେ ପାକିସ୍ତାନୀ ୟୁଜର୍ସ ଲେଖିଛନ୍ତି ଯେ, ତାଙ୍କ ବୈଦେଶିକ ମନ୍ତ୍ରୀ ପାଖରେ ଯଥେଷ୍ଟ ସମୟ ରହିଛି। ସେ କେବଳ କିଚେନ ଡିପ୍ଲୋମେସି ବା ରୋଷେଇ କୁଟନୀତି ପାଇଁ ସକ୍ଷମ ।ଚୀନ ଗସ୍ତ ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀଙ୍କ ଉପରେ ଏହିଭଳି ମନ୍ତବ୍ୟ ସୋସାଲ ମିଡିଆ ୟୁଜର୍ସମାନେ ଦେଉଛନ୍ତି।  

   Related Posts