Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ମସୁଦ ଅଜହର ପାକିସ୍ତାନରେ ଥିବା ସ୍ୱୀକାର କଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ କୁରେସି

1/03/2019 at 12:49 PM

ଦିଲ୍ଲୀ ୦୧/୦୩ : ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସି ସ୍ୱୀକାର କରିଛନ୍ତି ଯେ, ଜୈସ ସଂଗଠନର ମୁଖ୍ୟ ମସୁଦ ଅଜହର ପାକିସ୍ତାନରେ ହିଁ ଅଛି | କୁରେସି କହିଛନ୍ତି ଯେ, ମସୁଦ ବର୍ତ୍ତମାନ ବହୁତ ଅସୁସ୍ଥ ଅଛି |

ଜାମ୍ମୁ କାଶ୍ମୀର ପୁଲବାମାରେ ଫେବୃଆରୀ ୧୪ ତାରିଖରେ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନ ଦ୍ୱାରା ସିଆରପିଏଫ ଯବାନଙ୍କ ଉପରକୁ ଆତଙ୍କୀ ହମଲା କରାଯାଇଥିଲା | ଘଟଣାର ଠିକ ୧୨ ଦିନ ପରେ ୨୬ ତାରିଖରେ ଭାରତୀୟ ବାୟୁସେନା ତରଫରୁ ପିଓକେରେ ଆତଙ୍କୀ ଶିବିର ଧ୍ବଂସ କରାଯାଇଥିଲା | ଏହାପରେ ୨ ଦେଶ ମଧ୍ୟରେ ସ୍ଥିତି ଗମ୍ଭୀର ହୋଇଯାଇଛି | ସମସ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତ ମସୁଦ ଅଜହରକୁ ନେଇ ପାକିସ୍ତାନ ଏବେ ଯାଏଁ କୌଣସି ବୟାନ ଦେଇନାହିଁ |

ଆଜି ପାକିସ୍ତାନର ବୈଦେଶିକ ମନ୍ତ୍ରୀ କୁରେସି ଏକ ନିୟୁଜ ଚାନେଲକୁ କହିଛନ୍ତି ଯେ, ମସୁଦ ପାକିସ୍ତାନରେ ହିଁ ଅଛି | କୁରେସି କହିଛନ୍ତି ଯେ, ପାକିସ୍ତାନ କେବେ ହେଲେ ଭାରତ ଉପରେ ଆକ୍ରମଣ କରିବାକୁ ଚାହେଁନାହିଁ | ଭାରତ ଯେବେ ଯେବେ ପାକିସ୍ତାନ ଉପରେ ଆକ୍ରମଣ କରେ ସେତେବେଳେ ହିଁ ପାକିସ୍ତାନ ହମଲା କରିଥାଏ ବୋଲି କହିଥିଲେ କୁରେସି |

ମାସୁଦ ଅଜହରକୁ ନେଇ ପ୍ରଶ୍ନ ପଚରାଯିବା ପରେ କୁରେସି କହିଥିଲେ ଯୁଦ୍ଧର ଯେକୌଣସି ସ୍ଥିତିକୁ କମ କରିବା ସମ୍ବନ୍ଧୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ପାକିସ୍ତାନର ଦ୍ବାର ସବୁବେଳେ ଖୋଲା ଅଛି | ଯଦି ଭାରତ ପାଖରେ ଦୃଢ ପ୍ରମାଣ ଅଛି ତାହେଲେ ଆଲୋଚନା କରନ୍ତୁ | ଆଲୋଚନା ଆରମ୍ଭ କଲେ ଆମେ ମାସୁଦ ବାବଦରେ ତଥ୍ୟ ଉପସ୍ଥାପନା କରିବୁ ବୋଲି କହିଥିଲେ କୁରେସି | ସେ କହିଥିଲେ ଯେ, “ମୁଁ ଜାଣିବା ହିସାବରେ ମସୁଦ ଅଜହର ପାକିସ୍ତାନ ଅଛି ଏବଂ ସେ ଅସୁସ୍ଥ ଅଛି | ସେ ଏତେ ଅସୁସ୍ଥ ଅଛି ଯେ ଘରୁ ବାହାରି ପାରୁନାହିଁ |”

   Related Posts