ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦବେଗଜନକ

Published By : Prameya-News7 Bureau | October 29, 2019 IST

ଲାହୋର : ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ତଥା ପିଏମଏଲ(ଏନ) ନେତା ମିଆଁ ନୱାଜ ଶରିଫଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର ଥିବା ଜଣାପଡିଛି। ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଜଟିଳ ଥିବା କୁହାଯାଉଛି। ଅସୁସ୍ଥତା ଯୋଗୁ ତାଙ୍କୁ ଗତ ସୋମବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଲୋ ପାଲେଟ୍ ଲେଟ୍ କାଉଣ୍ଟ, ଲୋ ବ୍ଲଡ ପ୍ରେସର ଓ ଲୋ ସୁଗାର ଯୋଗୁ ଚିକିତ୍ସା ବେଳେ ସେ ଏଞ୍ଜିନା ଆଟାକର ମଧ୍ୟ ଶିକାର ହୋଇଛନ୍ତି।

{"id":176635}

୬୯ ବର୍ଷ ବୟସ୍କ ଶରିଫ ହସ୍ପିଟାଲରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଥିବା ତାଙ୍କ ଡାକ୍ତର ଅଦନାନ ଖାନ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ଏତେ ଜଟିଳ ଯେ ତାଙ୍କର କୌଣସି ପରୀକ୍ଷା ନିରିକ୍ଷା ମଧ୍ୟ ହୋଇପାରୁନାହିଁ। ତେବେ ଡାକ୍ତରମାନେ ତାଙ୍କ ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛନ୍ତି। ଶରିଫଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ଖରାପ ହେବା ଯୋଗୁ ଇସ୍ଲାମାବାଦ କୋର୍ଟ ତାଙ୍କୁ ଅଜୀଜିଆ ଦୁର୍ନୀତି ମାମଲାରେ ମଙ୍ଗଳବାର ଆଉ ଅଧିକ ୮ ଦିନ ଜାମିନ ପ୍ରଦାନ କରିଛନ୍ତି। ତେବେ ସୁଗାର ମିଲ ଅନିୟମିତତା ମାମଲାରେ ଶରିଫଙ୍କୁ ପୂର୍ବରୁ କୋର୍ଟରୁ ଜାମିନ ମିଳିସାରିଥିଲା।

wp:html > /wp:html

ଲୋ ବ୍ଲଡ ପ୍ରେସର ଯୋଗୁ ଶରିଫଙ୍କ କିଡନୀ ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି। ତାଙ୍କ ଛାତିରେ ଯନ୍ତ୍ରଣା ଥିବାର ଡାକ୍ତରମାନେ ସୂଚନା ଦେଉଥିବାରୁ ହାର୍ଟକୁ ରକ୍ତ ସଞ୍ଚାଳନ ହ୍ରାସ ହେଉଥିବାର ଅନୁମାନ କରାଯାଉଥିବାରୁ ସେ ଗୁରୁତର ଥିବା ଡାକ୍ତରମାନେ କହିଛନ୍ତି। ଦୁର୍ନୀତି ମାମଲାରେ ଶରିଫ କୋଟଲଖପତ ଜେଲରେ ସଜା କାଟୁଥିବା ବେଳେ ଅସୁସ୍ଥ ହୋଇପଡିଥିଲେ। ତେବେ ଉପଯୁକ୍ତ ଚିକିତ୍ସା ମିଳି ନ ପାରିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମଶଃ ଜଟିଳ ହୋଇପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.