Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଏବେ ଇମ୍ରାନ କରିବେ କ’ଣ ? ଆଫଗାନିସ୍ତାନରେ ନିଜର ଧ୍ୟାନ ଓ ସଂସାଧନ ସବୁ ଲଗାଇ ଦେଇଛି ପାକିସ୍ତାନ, ଏଣେ ନିଜର ଅର୍ଥବ୍ୟବସ୍ଥା ଧ୍ୱସ୍ତ

7/09/2021 at 7:37 PM

ଇସ୍ଲାମାବାଦ ୭।୯: ଡଲାର ତୁଳନାରେ ପାକିସ୍ତାନୀ ମୁଦ୍ରା ଲଗାତାର ମୂଲ୍ୟ ହ୍ରାସର ସମ୍ମୁଖୀନ ହୋଇଛି। ଗତ ଜାନୁୟାରୀ ମାସରେ ପାକିସ୍ତାନୀ ମୁଦ୍ରାରେ ଏକ ଡଲାରର ମୂଲ୍ୟ ୧୫୯ଟଙ୍କା ୬ ପଇସା ଥିଲା, ଯାହା ଏବେ ୧୬୭ଟଙ୍କା ୫ ପଇସାକୁ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାନ ୨୦୧୮ମସିହାରେ ଦାୟିତ୍ୱଗ୍ରହଣ କରିଥିଲେ। ସେତେବେଳେ ପାକିସ୍ତାନୀ ମୁଦ୍ରାରରେ ପ୍ରତି ଡଲାର ୧୨୦ରୁ ୧୨୧ ଟଙ୍କାରେ ଥିଲା। ହେଲେ ଏବେ ୨୦୦ ଆଡକୁ ମୁହାଁଇଛି।

ମୁଦ୍ରାର ଅବମୂଲ୍ୟାନ ଯୋଗୁ ପାକିସ୍ତାନ ଉପରେ ଲଗାତାର ଆର୍ଥିକ ବୋଝ ବଢ଼ିବଢି ଚାଲିଛି। ଆମଦାନୀ ମହଙ୍ଗା ହେଉଥିବା ବେଳେ ଦେଶରେ ଖାଦ୍ୟାନ୍ନ ଦର ମଧ୍ୟ ଢେର ବଢି ଯାଇଛି। ଫଳରେ ସାଧାରଣ ଲୋକଙ୍କ ଥାଳିରେ ଏବେ ଅନେକ ଖାଦ୍ୟ ସ୍ୱପ୍ନ ହୋଇଗଲାଣି। ଆଫଗାନିସ୍ତାନରେ ତାଲିବାନଙ୍କ ସହାୟତା ଲାଗି ପାକିସ୍ତାନ ନିଜର ସମସ୍ତ ସଂସାଧନ ଓ ଧ୍ୟାନ କେନ୍ଦ୍ରିତ କରିଦେଇଥିବା ବେଳେ ଦେଶର ଆର୍ଥିକ ଅବସ୍ଥା ଏବେ ଧୂଳିସାତ ହୋଇ ଯାଇଛି।

ଡନ ସମ୍ବାଦ ପତ୍ର ରିପୋର୍ଟ ଅନୁସାରେ ଗତବର୍ଷ ସରକାରଙ୍କୁ  ଖାଦ୍ୟସାମଗ୍ରୀ ଆମଦାନୀ ଲାଗି ୮ ବିଲିୟନ ଡଲାରରୁ ବି ଅଧିକ ଖର୍ଚ୍ଚ କରିବାକୁ ପଡିଥିଲା। ଡାଲି, ଗହମ, ଚିନି ଆଦି ପାକିସ୍ତାନର ମୁଖ୍ୟ ଆମଦାନୀ ସାମଗ୍ରୀ।  ଯାହା କ୍ରମାଗତ ବୃଦ୍ଧି ପାଇ ଚାଲିଛି।  ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଦେଶରେ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ଦେଶରେ ଆଫଗାନ ଶରଣାର୍ଥୀଙ୍କ ଲାଗି ଏହା ଆହୁରି ଅଧିକ ହୋଇପାରେ ବୋଲି ଏବେ ଆକଳନ କରାଗଲାଣି।

୨୦୧୮ ମସିହା ପରଠାରୁ ଦେଶ ଉପରେ ବିଦେଶୀ ଋଣ ମଧ୍ୟ ବଢି ବଢି ଚାଲିଛି। ପାକିସ୍ତାନର ମୋଟ ଋଣଭାର ଏବେ ୧୪୯ ଟ୍ରିଲିୟନ ଡଲାରରେ ପହଞ୍ଚିସାରିଲାଣି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ-ଏ-ଇନସାଫ ପାର୍ଟି (ପିଟିଆଇ) ଦେଶର ଅନ୍ତର୍ଜାତୀୟ ଋଣ ହ୍ରାସ ପ୍ରତିଶ୍ରୁତିରେ ଗତ ସାଧାରଣ ନିର୍ବାଚନ ଜିତିଥିଲେ। ହେଲେ ସରକାର ଆଫଗାନିସ୍ତାନ ନିଶାରେ ସବୁ ପ୍ରତିଶ୍ରୁତି ଭୁଲି ଯାଇଛନ୍ତି। ଯାହା ଦେଶର ଅବସ୍ଥା ମଧ୍ୟ ଅସମ୍ଭାଳ କରିଦେଇଥିବା ଅର୍ଥନୈତିକ ବିଶ୍ଲେଷକମାନେ କହିଛନ୍ତି।  

   Related Posts