Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲୋକହସା ହେଲେ ପୂର୍ବତନ ପାକିସ୍ତାନ ରାଷ୍ଟ୍ରଦୂତ, ମଜାକ ଉଡାଇଲେ ଅଡଲ୍ଟ ସିନେମା ଷ୍ଟାର, କାରଣ ଜାଣନ୍ତୁ

4/09/2019 at 6:47 PM

ଇସଲାମାବାଦ – ଏକ ଭୂଲ ଲୋକର ଟ୍ୱିଟ କରିବା ପାକିସ୍ତାନ ରାଷ୍ଟ୍ରଦୂତ ଅବଦୁଲ ବସିତଙ୍କୁ ମହଙ୍ଗା ପଡିଛି। ସେ ନିଜ ଟ୍ୱିଟରେ ଏହି ଅଡଲ୍ଟ ଷ୍ଟାରଙ୍କ ଫଟୋ ଭୁଲରେ ସେୟାର କରିବା ସହ ତାଙ୍କୁ କାଶ୍ମୀର ଯୁବକ ବୋଲି କହିଥିଲେ । ପେଲେଟ୍‌ ଗନ୍‌ ମାଡରେ ତାଙ୍କର ଆଖି ଖରାପ ହୋଇଯାଇଥିବା କଥା ଟ୍ୱିଟ କରିଥିଲେ । ଏଥିପାଇଁ ତାଙ୍କୁ ଟ୍ରୋଲ କରଯାଇଥିଲା। ପରେ ସେ ପର୍ଣ୍ଣଷ୍ଟାର ଜାନି ସିନ୍ସଙ୍କ ଫଟୋକୁ ସେ ସେୟାର କରିଛନ୍ତି ବୋଲି ଅନେକ ପ୍ରଶ୍ନ କରିଥିଲେ ।

ଅଡଲ୍ଟ ସିନେମା ଷ୍ଟାର ଜାନୀ ସିନ୍ସ ବି ତାଙ୍କୁ ଟ୍ରୋଲ କରିଛନ୍ତି ।ତାଙ୍କର ଆଖି ପୁରା ଭଲ ଅଛି ବୋଲି ଟ୍ୱିଟ କରିଛନ୍ତି । ନୂଆ ଫଲୋରସ୍‌ଙ୍କ ପାଇଁ ଧନ୍ୟବାଦ ବି ଦେଇଛନ୍ତି ।

ମାତ୍ର ସାମାଜିକ ଗଣମାଧ୍ୟମରେ ଅବଦୁଲ ବସିତଙ୍କୁ ଏଥିପାଇଁ ଟ୍ରୋଲ କରାଯାଇଛି । ବସିତ ଜନୀ ଜିନସ୍‌ହ୍କୁ ଅନନ୍ତ ନାଗର ୟୁସୁଫ ଓ ପେଲେଟ ଗନ୍‌ ମାଡରେ ଆଖି ଖରାପ ହୋଇଯାଇଛି ବୋଲି ଟ୍ୱିଟ କରିଥିଲେ । ପୁଣି ରି ଟ୍ୱିଟ କରିଥିଲେ , ମାତ୍ର ସେ ପର୍ଣ୍ଣ ସିନେମାର ଏକ ଫଟୋକୁ ଟ୍ୱିଟ କରିଛନ୍ତି ଜାଣିବା ପରେ ଏହାକୁ ଡିଲିଟ୍‌କରିଥିଲେ ।

ଜାମ୍ମୁ-କାଶ୍ମୀରକୁ ନେଇ ଏପରି ପ୍ରଥମ ଥର ହୋଇ ନାହିଁ । ଅନେକ ଥର ଭୁଲ୍ ଫଟୋ ଓ ଟ୍ୱିଟ କରି ପାକିସ୍ତାନର ଅନେକ ନେତା ଲୋକହସା ହୋଇଛନ୍ତି ।

   Related Posts