Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଭାରତୀୟ ରାଷ୍ଟ୍ରପତିଙ୍କୁ ଏୟାରସ୍ପେସ୍ ମନା କରିଦେଲା ପାକ୍, ବୈଦେଶିକ ମନ୍ତ୍ରୀ କହିଲେ ଏହା ଇମ୍ରାନଙ୍କ ନିଷ୍ପତ୍ତି

7/09/2019 at 9:50 PM

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆଇସ୍ ଲ୍ୟାଣ୍ଡ ଗସ୍ତ ଲାଗି ପାକିସ୍ତାନ ବାୟୁକ୍ଷେତ୍ର ଉପରେ ଭାରତକୁ ଉଡାଣ ଅନୁମତି ଦେଲାନି ପାକିସ୍ତାନ। ଏ ନେଇ ଭାରତ ପକ୍ଷରୁ କରାଯାଇଥିବା ଅନୁରୋଧକୁ ପାକ୍ ସରକାର ଅଗ୍ରାହ୍ୟ କରିଦେଇଛନ୍ତି। ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କ୍ୟୁରେସୀ ଶନିବାର ଏହି ସୂଚନା ଦେଇଛନ୍ତି। ପାକ୍ ବୈଦେଶିକମନ୍ତ୍ରୀଙ୍କ ସୂଚନା ପରେ ଭାରତର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର ଭିଭିଆଇପିଙ୍କ ବିଶେଷ ଉଡାଣ ନିମନ୍ତେ ପାକ୍ ସରକାରଙ୍କ ନିଷ୍ପତିକୁ ଦୁର୍ଭାଗ୍ୟଜନକ କହିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଆଇସ୍ ଲ୍ୟାଣ୍ଡ, ସ୍ୱିଜରଲ୍ୟାଣ୍ଡ ଓ ସ୍ଲୋଭେନିଆ ଗସ୍ତରେ ଯିବେ। ତେବେ ପାକିସ୍ତାନ ବାୟୁକ୍ଷେତ୍ର ଉପରେ ତାଙ୍କ ବିମାନ ଯାତ୍ରା ଲାଗି ପାକିସ୍ତାନ ଅନୁମତି ପ୍ରଦାନ କରିନାହିଁ। ଏ ସମ୍ପର୍କରେ ପାକ୍ ଗଣ ମାଧ୍ୟମକୁ ବୈଦେଶିକ ମନ୍ତ୍ରୀ କ୍ୟୁରେସୀ ଦେଇଥିବା ବୟାନରେ କାଶ୍ମୀର ପ୍ରସଙ୍ଗକୁ ନେଇ ଉପୁଜିଥିବା ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ନିର୍ଣ୍ଣୟ କରିଥିବା କହିଛନ୍ତି। ତେବେ ପାକ୍ ଉଗ୍ରବାଦ ସଙ୍ଗଠନ କାଶ୍ମୀର ପୁଲୱାମାରେ କରିଥିବା ଆକ୍ରମଣ ପରିପ୍ରେକ୍ଷୀରେ ଭାରତର କାର୍ଯ୍ୟାନୁଷ୍ଠାନ ପରଠାରୁ ପାକ୍ ତାର ଏରୋ ସ୍ପେସ୍ କୁ ଅନ୍ତର୍ଜାତୀୟ ଉଡାଣ ଲାଗି ନିଷିଦ୍ଧ କରିଛି।

ଫଳରେ ସାଧାରଣ ଯାତ୍ରୀବାହୀ ବିମାନ ଏବେ ପାକ୍ ଏରୋସ୍ପେସ୍ ବ୍ୟବହାର କରିପାରୁନଥିବା ବେଳେ ଗତମାସରେ କିନ୍ତୁ ଭାରତର ପ୍ରଧାନମନ୍ତ୍ରୀଙ୍କ ଉଜବେକୀସ୍ତାନ ଗସ୍ତ ଲାଗି ଏହାକୁ ଉନ୍ମୁକ୍ତ କରିଥିଲା। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକ୍ ଏରୋସ୍ପେସ୍ ର ବ୍ୟବହାର କରିନଥିଲେ। ଏବେ ମଧ୍ୟ ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଭାତ ସେହି ନୀତି ଅବଲମ୍ବନ କରିବ। ତେବେ ପାକ୍ ର ଏଭଳି ନିଷ୍ପତ୍ତି ପରେ ଭାରତ ତାର କଣ ପ୍ରତିକ୍ରିୟା ପ୍ରକାଶ କରୁଛି ଏବେ ତା ଉପରେ ସମସ୍ତଙ୍କ ନଜର ରହିଛି।

   Related Posts