ନିଜ ଫିଲ୍ମର ଅଶ୍ଳିଳ ଆଇଟମ ସଙ୍ଗ ପକ୍ଷ ନେଲା ପାକ୍ ସେନା, ସୋସାଲ ମିଡିଆରେ ଆସିଫ ଗଫୁରଙ୍କର ହେଲା କ୍ଲାସ

Published By : Prameya-News7 Bureau | October 31, 2019 IST

ରାଓଲପିଣ୍ଡି : ପାକିସ୍ତାନରେ ଆଜିକାଲି ଏକ ଆଇଟମ ସଙ୍ଗକୁ ନେଇ ବିବାଦ ଜୋର ଧରିଛି। ଫିଲ୍ମ ‘କାଫ କଙ୍ଗନା’ର ଏହି ଗୀତ ଏବେ ସୋସଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୀତଟି ଦ୍ୱିଅର୍ଥବୋଧକ ହୋଇଥିବାରୁ ୟୁଜର ଏହାର ଖୁବ୍ ଟ୍ରୋଲ କରୁଛନ୍ତି। ଏପରି ସମାଲୋଚନା ପରେ ଗୀତରେ ଅଭିନୟ କରିଥିବା ନାୟିକା ନିଲମ ମୁନିର ମୁହଁ ଖୋଲିଛନ୍ତି। ଫିଲ୍ମକୁ ସେ ପାକ୍ ସେନାର ପ୍ରୋଜେକ୍ଟ ବୋଲି କହିଛନ୍ତି।

{"id":177456,"width":581,"height":372}

ନାୟିକା ଫିଲ୍ମର ରହସ୍ୟ ଉପରୁ ପର୍ଦ୍ଦା ହଟାଇବା ପରେ ଗୀତର ପକ୍ଷ ନେଇଛି ପାକ୍ ସେନା। ସେନାମୁଖପାତ୍ର ଆସିଫ ଗଫୁର ଗୀତ ନେଇ ସୋସାଲ ମିଡିଆରେ ଟ୍ୱିଟ୍ କରିଛନ୍ତି। ପାକ୍ ସେନାର ମୁଖ୍ୟାଳୟ ଇସ୍ଲାମାବାଦ ନୁହେଁ ରାଓଲପିଣ୍ଡିରେ ବୋଲି କହିଛନ୍ତି।  ସେହିପରି ସେନା ମୁଖ୍ୟାଳୟରେ ଏଭଳି କୌଣସି କାର୍ଯ୍ୟକ୍ରମ ଆୟୋଜିତ ହୋଇନଥିବା ଉଲ୍ଲେଖ କରିଛନ୍ତି। ଏଣୁ ଗୀତକୁ ସେନା ପ୍ରଜେକ୍ଟ କହି ବଦନାମ କରିବା ଉଚିତ ନୁହେଁ ବୋଲି ଗଫୁର କହିଛନ୍ତି। ସେହିପରି ଫିଲ୍ମରେ ଭୂମିକା ଅନୁସାରେ ଆଇଟମ ସଙ୍ଗରେ ଜଣେ ଭାରତୀୟ ଯୁବତୀ ଅଭିନୟ କରୁଥିବା ଉଲ୍ଲେଖ କରିଛନ୍ତି। ଏଣୁଗୀତକୁ ବୁଝିବା ଲାଗି ପ୍ରଥମେ ପୁରା ଫିଲ୍ମଟି ଦେଖନ୍ତୁବୋଲି ଆସିଫ ଗଫୁର ଟ୍ୱିଟ୍ କରିବା ଏବେ ତାଙ୍କ ଲାଗି ମହଙ୍ଗା ପଡିଛି।

{"id":177457,"width":578,"height":667}

ସୋସାଲ ମିଡିଆରେ ୟୁଜର ଗଫୁରଙ୍କର ଏବେ କ୍ଲାସ ନେଉଛନ୍ତି।ଜଣେ ୟୁଜର ମହିଳାଙ୍କୁ ବସ୍ତୁଭଳି ଉପସ୍ଥାପନ କରିବାରେ ଜାତୀୟତାର କଥା ଉଠୁଛି କାହିଁକି ବୋଲି ପ୍ରଶ୍ନ କରିଥିବା ବେଳେ ଅନ୍ୟ ଜଣେ ୟୁଜର ସେନା ମୁଖପାତ୍ରଙ୍କ ଟ୍ୱିଟ୍ର ଆକ୍ଷରିକ ବିଶ୍ଲେଷଣ କରିଦେଇଛନ୍ତି। ଯାହା ଅତ୍ୟନ୍ତ ଆପତ୍ତିଜନକ ବୋଧ ହେଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.