ପଙ୍ଗପାଳଙ୍କ ମୁକାବିଲା କରିପାରିଲେନି ସରକାର, ପାକିସ୍ତାନରେ ଜାରି ହେଲା ଜାତୀୟ ଜରୁରିକାଳୀନ ପରିସ୍ଥିତି

Published By : Prameya-News7 Bureau | February 02, 2020 IST

ଇସ୍ଲାମାବାଦ ୨।୨: କାଶ୍ମୀରକୁ ନେଇ ଭାରତ ସହ ଆଣବିକ ଯୁଦ୍ଧ ଲାଗି ଧମକ୍ ଦେଉଥିବା ପାକିସ୍ତାନ ଦେଶରେ ଏବେ ଉତ୍ପାତ କରୁଥିବା ପଙ୍ଗପାଳଙ୍କ ମୁକାବିଲା କରି ନପାରି ଜାତୀୟ ଜରୁରିକାଳୀନ ପରିସ୍ଥିତି ଜାରି କରିଛି। ସିନ୍ଧ, ଦକ୍ଷିଣ ପଞ୍ଜାବ, ଖେବର ପୁକ୍ତନଖ୍ୱାରେ ପଙ୍ଗପାଳ ହଜାର ହଜାର ହେକ୍ଟର ଜମିରେ ଫସଲ ଚିରଯାଇଛନ୍ତି। ଏଥିଲାଗି ଶୁକ୍ରବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଡକାଯାଇଥିବା ବେଳେ ପଙ୍ଗପାଳ ଆକ୍ରମଣର ମୁକାବିଲା ଲାଗି ଦେଶରେ ଜାତୀୟ ଜରୁରିକାଳୀନ ପରିସ୍ଥିତି ଜାରି ସହ ଦୀର୍ଘ ପ୍ରସ୍ତାବ ଗୃହୀତ ହୋଇଛି।

{"id":219351,"sizeSlug":"large"}

ବୈଠକରେ ପଙ୍ଗପାଳଙ୍କ ଯୋଗୁ ଏପର୍ଯ୍ୟନ୍ତ ଦେଶରେ ୯ ଲକ୍ଷ ହେକ୍ଟର ଜମିରୁ ଚାଷ ଉଜୁଡି ଯାଇଥିବା ବେଳେ ଗଛରେ ପତ୍ରଟିଏ ବି ରଖୁନଥିବା କୁହାଯାଇଥିଲା। ଏଣୁ ପରିସ୍ଥିତିର ମୁକାବିଲା ଲାଗି ୭.୪ ବିଲିୟନ ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ଯେ କୌଣସି ଉପାୟରେ ପଙ୍ଗପାଳଙ୍କ ନିୟନ୍ତ୍ରଣ ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ମନ୍ତ୍ରୀ ଓ ଅଧିକାରୀମାନେ ଯୋଗଦେଇଥିବା ବେଳେ ଏଥିଲାଗି ନ୍ୟାସନାଲ ଆକ୍ସନ ପ୍ଲାନ (ଏନଏପି) ପ୍ରସ୍ତୁତ କରାଯାଇଥିଲା।

{"id":219353,"sizeSlug":"large"}

ପଙ୍ଗପାଳ ଛିଡା ହୋଇଥିବା ଫସଲ ଖାଇ ଗଦେଇ ଦେଉଛନ୍ତି। ଫଳରେ ଦଶର କୃଷି ଉତ୍ପାଦନ ହ୍ରାସ ହୋଇଥିବା ବେଳେ ଏବେ ଦେଶ ଖାଦ୍ୟ ସଙ୍କଟ ଆଡକୁ ମୁହାଁଇଥିବା ଅଧିକାରୀମାନେ କହିଥିଲେ। ଏମିତିରେ ପାକିସ୍ତାନର ଅର୍ଥନୀତି ଏବେ ଚରମ ଅବସ୍ଥାରେ ପହଞ୍ଚିଛି। ଏଥିରେ ପଙ୍ଗପାଳ ଆକ୍ରମଣ ଦେଶକୁ ଦୋହଲାଇ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.