ECBରେ PAK କ୍ରିକେଟର ମହମ୍ମଦ ହାଫିଜ୍ ବ୍ୟାନ୍, ଏହି ଲିଗ୍ରେ କରିପାରିବେନି ବୋଲିଂ
25/12/2019 at 7:35 PM

ପାକିସ୍ତାନ ଓ ଇଂଲଣ୍ଡର କାଉଣ୍ଟି ମିଡିଲ ସେକ୍ସର ଅଲରାଉଣ୍ଡର ମହମ୍ମଦ ହଫିଜ୍ଙ୍କୁ ଇଂଲିସ କ୍ରିକେଟର ଘରୋଇ ଟୁର୍ଣ୍ଣାମେଣ୍ଟରେ ବୋଲିଂ କରିବା ଲାଗି ପ୍ରତିବନ୍ଧିତ କରାଯାଇଛି। ତାଙ୍କ ତ୍ରୁଟିପୂର୍ଣ୍ଣ ବୋଲିଂ ଆକ୍ସନ ଯୋଗୁ ଇସିବି ତାଙ୍କ ଉପରେ ଏହି କଟକଣା ଜାରି କରିଛନ୍ତି। ମଝି ସିଜିନରେ ଏବି ଡେଭିଲିୟର୍ସଙ୍କ ସ୍ଥାନରେ ନିଡିଲ ସେକ୍ସ ହାଫିଜଙ୍କୁ ଖେଳାଉଥିଲା। ତେବେ କଟକଣା ପରେ ତାଙ୍କ ବୋଲିଂ ବନ୍ଦ ହୋଇଯାଇଛି।

ଗତ ଅଗଷ୍ଟ ୩୦ ତାରିଖରେ ଟାନଟନ୍ରେ ଖେଳାଯାଇଥିବା ଟି-୨୦ ବ୍ଲାଷ୍ଟରେ ପ୍ରଥମ ଥର ହାଫିଜଙ୍କ ବୋଲିଂ ଆକ୍ସନକୁ ନେଇ ବିବାଦ ଦେଖାଦେଇଥିଲା। ସୋମରସେଟ୍ ଓ ମିଡିଲସେକ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ତାଙ୍କର ସନ୍ଦିଗ୍ଧ ବୋଲିଂ ଆକ୍ସନକୁ ନେଇ ଅଭିଯୋଗ ମିଳିଥିଲା। ଯାହାର ସ୍ୱତନ୍ତ୍ର କମିଟି ଯାଞ୍ଚ କରିଥିଲେ। ତଦନ୍ତ ବେଳେ ଏହି ଅଫସ୍ପିନ୍ ବୋଲରଙ୍କ କହୁଣୀ ୧୫ ଡିଗ୍ରିରୁ ଅଧିକ ବୁଲୁଥିବା ଦେଖାଯାଇଥିଲା। ଏଣୁ ତାଙ୍କୁ କମିଟି ବୋଲିଂ ଲାଗି ଅନଫିଟ୍ ଘୋଷଣା କରିଥିଲେ।

୩୯ ବର୍ଷ ବୟସେକ ହାଫିଜ ତାଙ୍କୁ କମିଟିଙ୍କ ରିପୋର୍ଟ ମିଳିଥିବା କହିଥିବା ବେଳେ ସେ ଏହାକୁ ସ୍ୱୀକାର କରିଥିବା କହିଛନ୍ତି। ତେବେ ଇସିବିଙ୍କ ନିୟମାନୁସାରେ ସେ ଆଇସିସିଙ୍କ ମାନ୍ୟତାପ୍ରାପ୍ତ ସେଣ୍ଟରରେ ପୁଣି ସ୍ୱତନ୍ତ୍ର ଯାଞ୍ଚ କରାଇବେ ବୋଲି କହିଛନ୍ତି। ତେବେ ହାଫିଜଙ୍କ ବୋଲିଂ ଆକ୍ସନ ସନ୍ଦିଗ୍ଧ ବୋଲି ଗତ ଅଗଷ୍ଟ ନୁହେଁ ୨୦୦୫ ମସିହାରେ ବି ଅଭିଯୋଗ ହୋଇଥିଲା। ହେଲେ ସେତେବେଳେ ତାଙ୍କ ବୋଲିଂ ଉପରେ କେହି କଟକଣା ଲାଗୁ କରିନଥିଲେ।