Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ପାକିସ୍ତାନୀ ହିନ୍ଦୁଙ୍କୁ ସହଯୋଗର ହାତ ବଢାଇଲେ ସାହିଦ ଆଫ୍ରିଦି, ବାଣ୍ଟିଲେ ଟଙ୍କା ଓ ରାସନ

6/04/2020 at 12:42 PM

କରାଚୀ, ୦୬|୦୪:  ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି ନିଜ ଦେଶରେ କରୋନା ସଂକ୍ରମଣ ମଧ୍ୟରେ ହିନ୍ଦୁଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି । ସେ ପାକ୍ ହିନ୍ଦୁଙ୍କୁ ଅଟା, ଚାଉଳ ଓ ଅନ୍ୟ ଜରୁରୀ ସାମଗ୍ରୀ ପ୍ରଦାନ କରିଛନ୍ତି । ଏପରିକି ସେ ଆର୍ଥିକ ସାହାଯ୍ୟ ମଧ୍ୟ ପ୍ରଦାନ କରୁଛନ୍ତି । ମହାମାରୀ ମଧ୍ୟରେ ସେ ସଂଖ୍ୟାଲଘୁଙ୍କୁ ରାସନ ଓ ଟଙ୍କା ବାଣ୍ଟିବା ମଧ୍ୟ ଆରମ୍ଭ କରିଦେଇଛନ୍ତି ।

ଜଣେ ହିନ୍ଦୁ ଟେନିସ୍ ଖେଳାଳି ସଂଖ୍ୟାଲଘୁଙ୍କ ସମସ୍ୟା ଉପରେ ମଜର ଦେବାକୁ ଆଫ୍ରିଦିଙ୍କୁ ଅନୁରୋଧ କରିଥିଲେ । ଏହାପରେ ଆଫ୍ରିଦି ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ।

ଅନ୍ତରାଷ୍ଟ୍ରୀୟ ଟେନିସ୍ ଖେଳାଳି ରବିନ ଦାସ କହିଥିଲେ ଯେ, ପାକରେ କରୋନା ସଙ୍କଟ ମଧ୍ୟରେ ହିନ୍ଦୁମାନେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି । ତେଣୁ ସେ ଏହାକୁ ନେଇ ଆଫ୍ରିଦିଙ୍କ ସହଯୋଗ କାମନା କରିଥିଲେ ।

କରାଚୀ ସ୍ପୋର୍ଟସ୍ ଫୋରମର ସଚିବ ଆସିଫ୍ ଅଜିମ କହିଛନ୍ତି ଯେ, ରବିନ ଦାସଙ୍କ ଅପିଲକୁ ଗୁରୁତର ସହ ନିଆଯାଇଛି । ଏହି ସଙ୍କଟରେ ସଂଖ୍ୟାଲଘୁଙ୍କୁ ସାହାଯ୍ୟ କରିବା ଆବଶ୍ୟକ । ହିନ୍ଦୁ କିମ୍ବା ଇସାଇ ହେଲେ ମଧ୍ୟ ସେମାନଙ୍କୁ ସାହଯୋଗର ହାତ ବଢାଇବା ଉଚିତ । ଏହାପରେ ଦେଶର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ସଂଖ୍ୟାଲଘୁଙ୍କୁ ସାହାଯ୍ୟ କରାଯାଉଛି । 

   Related Posts