ଭାରତୀୟ ଯୁବତୀ ସାମିୟା ଆରଜୁଙ୍କୁ ବିବାହ କଲେ ପାକ୍ କ୍ରିକେଟର ହସନ ଅଲ୍ଲୀ

Published By : Prameya-News7 Bureau | August 21, 2019 IST

ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଓ କାଶ୍ମୀରର ବିଭାଜନ ପରେ ଭାରତ-ପାକ୍‌ ସମ୍ପର୍କ ଅଧିକ ଖରାପ ହେବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଅଛପା ହୋଇ ନାହିଁ ।ଦୁଇଦେଶ ମଧ୍ୟରେ ସମ୍ପର୍କ ଏଭଳିପରିସ୍ଥିତିରେ ପହଞ୍ଚିଥିବାବେଳେ ଏକ ମଧୂର ଖବର ମଧ୍ୟ ଅଛି ।

{"id":147077}

ପାକିସ୍ତାନର ବ୍ୟାଟ୍ସମ୍ୟାନ ହସନ ଅଲ୍ଲୀ ଭାରତର ଜଣେ ଝିଅଙ୍କୁ ବିବାହ କରିବା ନେଇ ଚର୍ଚ୍ଚା ଚାଲିଥିଲା। ହେଲେ ଗତ କାଲି ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି। ହରିଆଣା ନୁଁହର ବାସିନ୍ଦା ସାମିୟା ଆରଜୁଙ୍କୁ ବିବାହ କରିଛନ୍ତି ପାକ୍‌ କ୍ରିକେଟର।

{"id":147078}

ପାକିସ୍ତାନର ପଞ୍ଜାବ ପ୍ରଦେଶ ବାସିନ୍ଦା ହସନ ଓ ଭାରତର ହରିଆଣା ବାସିନ୍ଦା ଦୁବାଇର ଏଟଲାଣ୍ଟିସ ପାମ ଜୁବେରା ପାର୍କ ହୋଟେଲରେ ଅଗଷ୍ଟ ୨୦ ତାରିଖରେ ନିକାହ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଉଭୟ ପରିବାର ଲୋକେ ଉପସ୍ଥିତ ଥିଲେ।

{"id":147079}

ସାମିୟାଙ୍କ ପରିବାର ଲୋକେ ବିବାହର କିଛି ଦିନ ପୂର୍ବରୁ ଦୁବାଇ ପହଞ୍ଚିସାରିଥିଲେ। ବିବାହ ପୂର୍ବରୁ ସାମିୟା ଓ ହସନଙ୍କ ପ୍ରି ୱେଡିଂ ଫଟୋସୁଟ୍‌ ହୋଇଥିଲା।

{"id":147080}

ସନ୍ଧ୍ୟା ୬ଟାରେ ବିବାହ ସମ୍ପୂର୍ଣ୍ଣ ହେବା ପରେ ୮ଟାରେ ଡିନର ଆୟୋଜନ କରାଯାଇଥିଲା। ରାତି ୧୦ଟାରେ ସାମିୟାଙ୍କ ବିଦାୟି ହୋଇଥିଲା।

{"id":147081}

କିଛି ଦିନ ମଧ୍ୟରେ ପାକିସ୍ତାନରେ ଉଭୟଙ୍କ ରିସେପଶନ ପାର୍ଟି ହେବ। ବିବାହରେ ଭାରତର ଝିଅ ସାମିୟା ପୂରା ଭାରତୀୟ ପରିଧାନରେ ନିକାହ କରିଥିଲେ। ସେ ଭାରତୀୟ ପାରମ୍ପାରିକ ଡ୍ରେସ ପିନ୍ଧି ବିବାହ କରିଥିଲେ । ଅପରପକ୍ଷରେ ହସନ ପାକିସ୍ତାନୀ ପରିଧାନ ଅର୍ଥାତ ଶେରୱାନି ପିନ୍ଧିଥିଲେ। ସାମିୟା ଓ ହସନଙ୍କ ଯୋଡି ବହୁତ ସୁନ୍ଦର ଦେଖାଯାଉଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.