ଭାରତ ଆସିବାକୁ ଚାହୁଁଛନ୍ତି ଏହି ପାକିସ୍ତାନୀ କ୍ରିକେଟର, କହିଲେ- 'ଏହା ମୋ ଭୂମି'

Published By : Prameya-News7 Bureau | March 24, 2020 IST

ଲାହୋର, ୨୪|୦୩: ପାକିସ୍ତାନର ଲେଗ୍ ସ୍ପିନର ଦାନିଶ୍ କନେରିଆ ପୁଣି ଥରେ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କଠାରୁ ସାହାଯ୍ୟ ଲୋଡିଛନ୍ତିା ସେ ୨୦୧୨ରେ ମ୍ୟାଚ୍ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲୋ ଏହାପରେ ତାଙ୍କୁ ଦଳରୁ ବାସନ୍ଦ କରାଯାଇଥିଲ।। ଏବେ ସୁଦ୍ଧା ସେ ଦଳରୁ ବାସନ୍ଦ ହୋଇ ରହିଛନ୍ତିା ଅନ୍ୟ ଖେଳାଳିଙ୍କୁ କ୍ଷମା କରାଯାଇଥିବା ବେଳେ କନେରିଆ ଏବେବି ଦଳ ବାହାରେ ରହିଛନ୍ତିା

{"id":243545,"width":748,"height":520,"sizeSlug":"large"}


ସେ ମଙ୍ଗଳବାର ଟ୍ୱିଟ୍ କରି ଲେଖିଛନ୍ତି ଯେ, ପାକିସ୍ତାନ କ୍ରିକେଟ୍ ବୋର୍ଡ ତାଙ୍କ ମାମଲାକୁ ଶୁଣୁ ନାହି । ସେ ହିନ୍ଦୁ ହୋଇଥିବାରୁ ଗର୍ବ କରନ୍ତିା ଭଗବାନ ତାଙ୍କ କଥା ଶୁଣିବେ ଓ ଇମରାନ ଖାନ ତାଙ୍କୁ ସାହାଯ୍ୟ କରିବେ ବୋଲି ସେ ଆଶା ରଖିଛନ୍ତିା ସେ ଅତିଶୀଘ୍ର ପିସିବିକୁ ଚିଠି ଲେଖିବେ ଓ ନିଜର ପକ୍ଷ ରଖିବେ ବୋଲି କହିଛନ୍ତି ।

ସେ ଟ୍ୱିଟ୍ କରିବା ସହ ନିଜ ୟୁଟ୍ୟୁବ ଚ୍ୟାନେଲରେ ଲାଇଭ କରିଥିଲୋ ତାଙ୍କୁ ଜଣେ ଫ୍ୟାନ୍ ଭାରତ ଆସିବାକୁ ଇଚ୍ଛା ହେଉ ନାହିଁ କି ବୋଲି ପ୍ରଶ୍ନ କରିଥିଲେ । ଏହାର ଜବାବ ରଖି ଭାରତ ତାଙ୍କ ମାଟି, ଭଗବାନ ଭାରତରେ ହିଁ ଅବସ୍ଥାନ କରନ୍ତି ଓ ଆସିବାକୁ ଇଚ୍ଛା ହୁଏ ବୋଲି କହିଥିଲୋ

wp:core-embed/twitter {"url":"https://twitter.com/DanishKaneria61/status/1242186493029945346","type":"rich","providerNameSlug":"twitter","className":""}
https://twitter.com/DanishKaneria61/status/1242186493029945346
/wp:core-embed/twitter


ସୂଚନାଯୋଗ୍ୟ, ନିକଟରେ ପାକିସ୍ତାନରର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାର କନେରିଆଙ୍କ ଉପରେ ଏକ ବଡ ପ୍ରତିକ୍ରିୟା ଦେଇଥିଲେ । ସେ ହିନ୍ଦୁ ହୋଇଥିବାରୁ କିଛି ପାକିସ୍ତାନୀ ଖେଳାଳି ତାଙ୍କୁ ପସନ୍ଦ କରୁନଥିବା ସେ କହିଥିଲେ ।

ଦାନିଶ୍ କନେରିଆ ହେଉଛନ୍ତି ପାକିସ୍ତାନ ତରଫରୁ ଖେଳୁଥିବା ଦ୍ୱିତୀୟ ହିନ୍ଦୁ କ୍ରିକେଟର । ସେ ୬୧ଟି ଟେଷ୍ଟ୍ ମ୍ୟାଚ ଖେଳି ୨୬୧ଟି ୱିକେଟ୍ ଅକ୍ତିଆର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.