ଆଫ୍ରିଦିଙ୍କୁ ନେଇ ଏବେ ଧର୍ମ ସଂକଟରେ ଇମ୍ରାନ, ଉଠାଇଲେ 'ଉଇଗର' ମୁସଲମାନଙ୍କ ପ୍ରସଙ୍ଗ

Published By : Prameya-News7 Bureau | December 23, 2019 IST

ଇସ୍ଲାମାବାଦ :  ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜକୁ ବିଶ୍ୱର ମୁସଲମାନଙ୍କ ସଙ୍ଗଠକ ବୋଲି କହୁଛନ୍ତି । ହେଲେ ସେ ମୁସଲମାନଙ୍କ ସଂରକ୍ଷଣ ଲାଗି କ'ଣ କରୁଛନ୍ତି ସେ ନିଜେ ଖେଳୁଥିବା କ୍ରିକେଟ୍‌ ଟିମର ଜନୈକ ଖେଳାଳି ତାଙ୍କୁ ପ୍ରଶ୍ନ କରିଛନ୍ତି।  ଏକ ଟ୍ୱିଟ୍ ବାର୍ତ୍ତାରେ ପାକ୍ କ୍ରିକେଟର ଶାହିଦ ଆଫ୍ରିଦି ଦେଇଥିବା ବାର୍ତ୍ତାକୁ ନେଇ ଏବେ ପ୍ରଧାନମନ୍ତ୍ରୀ ଧର୍ମ ସଂକଟରେ ପଡିଛନ୍ତି। ଚୀନରେ ଉଇଗର ମୁସଲମାନଙ୍କ ପ୍ରତି ନିର୍ଯାତନା ବିଶ୍ୱରେ କାହାକୁ ଅଛପା ନାହିଁ। ତେବେ ସେମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ପ୍ରସଙ୍ଗରେ ପାକିସ୍ତାନକୁ ମୁହଁ ଖୋଲିବାକୁ ଆଫ୍ରିଦି ନିବେଦନ କରିଛନ୍ତି ।

wp:html /wp:html

ପ୍ରସଙ୍ଗରେ ଇମ୍ରାନ ଏବେ ସାପ ଚୁଚୁନ୍ଦ୍ରା ଅବସ୍ଥାରେ ଅଛନ୍ତି। ବିଶ୍ୱରେ କେବଳ ଚୀନ ହିଁ ଏକମାତ୍ର ଦେଶ ଯିଏ ପାକିସ୍ତାନକୁ ସହଯୋଗ କରୁଛି। ଏଥିରେ ଯଦି ପାକ୍ ସେଭଳି କୌଣସି ପ୍ରସଙ୍ଗ ଆଳାପ କରେ ତେବେ ପରିସ୍ଥିତି କ'ଣ ହେବ ସେ ନେଇ ଇମ୍ରାନ ଏବେ ରାତି ଶୋଇପାରୁନାହାନ୍ତି । ଉଇଗରକୁ ଏପର୍ଯ୍ୟନ୍ତ ପାକିସ୍ତାନ ଚୀନର ଆଭ୍ୟନ୍ତରିଣ ମାମଲା କହି ଚୁପ୍ ରହିଛି। ତେବେ ଉଇଗରରେ ମୁସଲମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଖବରରେ ହୃଦୟ ବିଗଳିତ ହେଉଥିବା ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟ୍ ବାର୍ତ୍ତାରେ ଲେଖିଛନ୍ତି ଆଫ୍ରିଦି।

{"id":201700,"width":585,"height":547,"sizeSlug":"large"}

ପ୍ରଧାନମନ୍ତ୍ରୀ ସାରା ବିଶ୍ୱରେ ମୁସଲମାନ ସମୂଦାୟଙ୍କୁ ସଙ୍ଗଠିତ କରିବେ ବୋଲି କହୁଛନ୍ତି। ଏଣୁ ଚୀନର ଉଇଗରଙ୍କ ସମ୍ପର୍କରେ ଟିକେ ଚିନ୍ତା କରନ୍ତୁ ବୋଲି ଆଫ୍ରିଦି ଉଲ୍ଲେଖ କରିଛନ୍ତି । ସେହିପରି ଆଫ୍ରିଦି ଚୀନ ଶାସକଙ୍କୁ ଉଇଗରଙ୍କୁ ଦେଉଥିବା ନିର୍ଯାତନା ହ୍ରାସ କରନ୍ତୁ ବୋଲି ନିବେଦନ କରିଛନ୍ତି।   ଚୀନର ସିନଜିଆଙ୍ଗ ପ୍ରାନ୍ତରେ ୧ କୋଟିରୁ ଅଧିକ ଉଇଗର ମୁସଲମାନ ବସବାସ କରୁଛନ୍ତି। ସେମାନଙ୍କୁ ଏବେ ଚୀନ ଡିଟେନସନ ସେଣ୍ଟରମାନଙ୍କରେ ରଖିଛି। ଚୀନ ସରକାରଙ୍କ ସଂଖ୍ୟାଲଘୁ ନିର୍ଯାତନା ପ୍ରସଙ୍ଗରେ ଆମେରିକା ଚୀନର ୨୮ ସରକାରୀ ଓ ସ୍ୱେଛାସେବୀ ସଂସ୍ଥାଙ୍କ ଉପରେ କଟକଣା ଜାରି କରିଛି। କେବଳ ଆଫ୍ରିଦି ନୁହଁନ୍ତି ନିକଟରେ ତୁର୍କ ପ୍ରବାସୀ ଜର୍ମାନ ଫୁଟବଲର ମେସୁତ ଓଜିଲ ଉଇଗର ମୁସଲମାନଙ୍କ ଲାଗି ଚୀନସରକାରଙ୍କ ନୀତିକୁ ନିନ୍ଦା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.