ଚୀନ ସହ କୌଣସି ବିବାଦ ଚାହୁଁନାହାନ୍ତି ଇମ୍ରାନ, ପୁଣି ପାକିସ୍ତାନରେ ଚାଲିବ ‘ଟିକ୍‌ଟକ୍‌’

Published By : Prameya-News7 Bureau | July 02, 2021 IST

ଇସ୍ଲାମାବାଦ ୨/୦୭: ପୁଣି ପାକିସ୍ତାନକୁ ଫେରିବ ଚୀନ ଭିଡିଓ ଆପ୍‌ ‘ଟିକ୍‌ଟକ୍‌’ । ପାକିସ୍ତାନର ଏକ କୋର୍ଟ ଟିକ୍‌ଟକ୍‌ ଉପରେ ଲାଗିଥିବା ପ୍ରିତିବନ୍ଧକୁ ପ୍ରତ୍ୟାହାର କରିନେଇଛନ୍ତି। ଅନୈତିକତା ଏବଂ ଅଶ୍ଳୀଳତା ବିସ୍ତାର କରୁଥିବା ଅଭିଯୋଗ​‌ରେ କୋର୍ଟ ଏହି ଚୀନ ଆପ୍‌କୁ ଦେଶରେ ବ୍ୟାନ୍‌ କରିଥିଲେ। ଲୋକଙ୍କ ପାଖରୁ ଅଭିଯୋଗ ପାଇବା ପରେ ୨୮ ଜୁନ୍‌ରେ ସିନ୍ଧ ହାଇକୋର୍ଟ ପାକ୍‌ ଦୂରସଂଚାର ପ୍ରାଧିକରଣ (ପିଟିଏ)କୁ ଟିକଟକ୍‌କୁ ସସପେଣ୍ଡ କରିବାକୁ କହିଥିଲେ।

କିନ୍ତୁ ଶୁକ୍ରବାର ଏହି ମାମଲାରେ ଶୁଣାଣି ବେଳେ ପିଟିଏ ପକ୍ଷରୁ ଟିକଟକ୍‌ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିଛି ବୋଲି କୁହାଯିବା ସହ ଏହାକୁ ପୁଣିଥରେ ଚାଲୁ କରାଇବା ଉପରେ ବିଚାର କରିବାକୁ ଅନୁରୋଧ କରାଯାଇଥିଲା। ଏହା ପରେ ଆପ୍‌ ଉପରୁ ବ୍ୟାନ ହଟାଇବାକୁ ନେଇ ହୋଇଥିବା ଆବେଦନକୁ କୋର୍ଟ ସ୍ବୀକାର କରିଥିଲେ । ତେବେ ଆପ୍‌ରୁ ସମସ୍ତ ପ୍ରକାର ଆପତ୍ତିଜନକ ଭିଡିଓ, ଫଟୋ ଆଦି ହଟାଇବା ପାଇଁ ତ୍ବରିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପିଟିଏକୁ କୋର୍ଟ ନିର୍ଦେଶ ଦେଇଥିବା ଜଣାପଡ଼ିଛି।

ତେବେ ଟିକ୍‌ଟକ୍‌ ଉପରେ ପାକିସ୍ତାନ ଲଗାଇଥିବା ବ୍ୟାନ୍‌ ମିଛ ଥିଲା ବୋଲି କେହି କେହି କହୁଛନ୍ତି। କାରଣ ପାକିସ୍ତାନ କେବେ ବି ଚାହିଁବ ନାହିଁ ତାର ବନ୍ଧୁ ଦେଶ ସହ କୌଣସି ପ୍ରକାର ବିବାଦ ହେଉ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.