Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ପାକିସ୍ତାନ: ଟିଏଲପି ନେତାଙ୍କୁ ମହଙ୍ଗା ପଡିଲା ହିଂସାତ୍ମକ ବିରୋଧ, ଭାଇ ଭତିଜାଙ୍କ ସମେତ ୮୬ ଜଣଙ୍କୁ ୪ ହଜାର ୭୩୮ ବର୍ଷ ଜେଲ ଦଣ୍ଡାଦେଶ

18/01/2020 at 7:06 PM

ରାୱଲପିଣ୍ଡି:  ହିଂସାତ୍ମକ ବିରୋଧ ଲାଗି ତହେରିକ-ଏ-ଲବେକ ପାକିସ୍ତାନ (ଟିଏଲପି) ନେତା ଖାଦିମ ହୁସୈନ ରିଜଭି ତାଙ୍କ ଭାଇ ଓ ପୁତୁରାଙ୍କ ସମେତ ୮୬ ଜଣଙ୍କୁ ରାୱାଲ ପିଣ୍ଡି କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଭଳି କାଣ୍ଡ ଲାଗି କୋର୍ଟ ପ୍ରତି ଦୋଷୀଙ୍କୁ ୫୫ ବର୍ଷ ହିସାବରେ ସମସ୍ତ ଅପରାଧୀଙ୍କୁ ମୋଟ ୪ହଜାର ୭୩୮ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ସେହିପରି  ଜଣକା ୧ଲକ୍ଷ ୩୫ ହଜାର ଟଙ୍କା ହିସାବରେ ମୋଟ ୧କୋଟି ୨୯ଲକ୍ଷ ୨୫ ହଜାର ଟଙ୍କା ଜରିମାନା କରା ଯାଇଥିବା ବେଳେ ଏଥିଲାଗି ସେମାନଙ୍କ ସମ୍ପତ୍ତି ଜବତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

କୋର୍ଟଙ୍କ ରାୟପରେ ସମସ୍ତ ଅପରାଧୀଙ୍କୁ କଡା ସୁରକ୍ଷା ବ୍ୟବସ୍ଥାରେ ଅଟକ୍ ଜେଲକୁ ପଠାଇ ଦିଆଯାଇଛି। ଗତ ୧ ବର୍ଷ ହେଲା କୋର୍ଟରେ ଏହି ମାମଲାର ବିଚାର ଚାଲିଥିଲା। ଯେଉଁଥିରେ ୨୦୧୮ ମସିହାରେ ଜନୈକା ଖ୍ରୀଷ୍ଟିୟାନ ମହିଳା ଆସିଆ ବିବିଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ବ୍ଲାସଫେମୀ ମାମଲାରେ ନିର୍ଦ୍ଦୋଷରେ ମୁକ୍ତ କରିଦେବା ଯୋଗୁ  କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ଟିଏଲପି ସାରା ଦେଶରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରିଥିଲା। 

ଇଶ୍ୱର ନିନ୍ଦା ମାମଲାରେ ଆସିଆ ବିବିଙ୍କୁ ୨୦୦୯ ମସିହାରେ ଟ୍ରାଏଲ କୋର୍ଟ ସର୍ବାଧିକ ମୃତ୍ୟୁଦଣ୍ଡାଦେଶ କରିଥିଲେ। ତେବେ ନିମ୍ନ କୋର୍ଟଙ୍କ ରାୟକୁ ଆସିଆ ବିବି ପରେ ଉଚ୍ଚ ଓ ଉଚ୍ଚତମ ନ୍ୟାୟାଳୟରେ ଅପିଲ କରିଥିବା ବେଳେ ୨୦୧୮ ମସିହାରେ ତାଙ୍କୁ କୋର୍ଟ ଦଣ୍ଡମୁକ୍ତ କରିବା ସହ ନିର୍ଦ୍ଦୋଷରେ ଖଲାସ କରିଦେଇଥିଲେ। ତେବେ ପାକିସ୍ତାନରେ ଏଭଳି ମାମଲା ସମ୍ବେଦନଶୀଳ ହୋଇଥିବା ବେଳେ କଠୋରପନ୍ଥୀ ଟିଏଲପି ଏହାକୁ ରାସ୍ତାକୁ ଓହ୍ଲାଇ ବିରୋଧ କରିଥିଲା।

   Related Posts