ସ୍ୱାମୀକୁ ମୋଟା ଘୁଷୁରୀ କହିବାରୁ କାନ୍ଦିଲେ ସରଫରାଜ ଅହମଦଙ୍କ ପତ୍ନୀ

Published By : Prameya-News7 Bureau | June 27, 2019 IST

ପାକିସ୍ତାନ ଅଧିନାୟକ ସରଫରାଜ ଅହମଦ ନିଜ ଦେଶର ପ୍ରଶଂସକଙ୍କୁ କ୍ରିକେଟ ଖେଳାଳିଙ୍କ ବିରୋଧରେ ଅଭଦ୍ର ମନ୍ତବ୍ୟ ନଦେବା ପାଇଁ କହିଛନ୍ତି । କିଛି ଦିନ ପୂର୍ବରୁ ଜଣେ ପାକିସ୍ତାନୀ ଯୁବକ ସରାଫରାଜଙ୍କୁ ମୋଟା ଘୁଷୁରୀ କହିବା ପରେ ସେ ଏହିଭଳି ପ୍ରତିକ୍ରିୟା ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ନିଜ ପୁଅକୁ ସାଙ୍ଗରେ ନେଇ ମାଲ ବୁଲିବାକୁ ଯାଇଥିବା ସରାଫରାଜଙ୍କୁ ଜଣେ ଯୁବକ ଅପଶବ୍ଦ ବ୍ୟବହାର କରି ଅଭାଦ୍ରାମୀ କରିଥିଲେ । ଯୁବକ ଜଣକ ଏହାର ଲାଇଭ ଭିଡିଓ ମଧ୍ୟ କରିଥିଲେ । ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଯୁବକଙ୍କ ଅଭାଦ୍ରାମୀ ସତ୍ୱେ ସରାଫରାଜ ତାଙ୍କୁ କିଛି ନକହି ଘଟଣାକୁ ନଜର ଅନ୍ଦାଜ କରିଥିଲେ ।

{"id":127761}

ଏହି ପ୍ରସଙ୍ଗରେ ସରଫରାଜ ନିଜ ପ୍ରତିକ୍ରିୟା ରଖି କହିଥିଲେ, ଲୋକ କଣ କହୁଛନ୍ତି ତା ଉପରେ ଆମର କିଛି ନିୟନ୍ତ୍ରଣ ନାହିଁ । ଲୋକଙ୍କୁ ପାଟିକୁ ଆମେ ଚୁପ କରାଇ ପାରିବୁନାହିଁ । ହାର ଜିତ ଖେଳର ଏକ ଅଂଶ । ପାକିସ୍ତାନ ପ୍ରଥମ ଟିମ ନୁହେ ଯିଏ ମ୍ୟାଚ ହାରିଯାଇଛି । ପୂର୍ବରୁ ମଧ୍ୟ ଅନେକ ଟିମ ହାରିଛନ୍ତି । ତେବେ ଆଗରୁ ମ୍ୟାଚ ହାରିଯାଇଥିବା ଟିମକୁ ନେଇ ଯଦି ପ୍ରଶଂସକ ଏହିଭଳି ମନ୍ତବ୍ୟ ଦେଇଥାନ୍ତେ ତାହେଲେ ସେମାନେ ବୁଝିପାରିଥାନ୍ତି ଏସବୁ ମନ୍ତବ୍ୟ କେତେ ଆଘାତ ଦେଇଥାଏ । ଏବେ ସୋସିଆଲ ମିଡ଼ିଆରେ ମଧ୍ୟ ଲୋକେ ଯାହା ଇଛା ତାହା କହୁଛନ୍ତି, ଲେଖୁଛନ୍ତି । ତେବେ ଏହିଭଳି ଘଟଣା ଖେଳାଳିଙ୍କ ମନକୁ ପ୍ରଭାବିତ କରିଥାଏ ବୋଲି କହିଛନ୍ତି ସରଫରାଜ ।

ସରଫରାଜ କହିଛନ୍ତି, ଯେତେବେଳେ ତାଙ୍କ ପତ୍ନୀ ଏହି ଭିଡିଓ ଦେଖିଥିଲେ ସେ ହୋଟେଲ ରୁମରେ କାନ୍ଦିଥିଲେ । ସେ ଆହୁରି କହିଛନ୍ତି ଯେ, କ୍ରିକେଟକୁ ନେଇ ଆଲୋଚନା କରିବା କିମ୍ବା କ୍ରିକେଟ ଖେଳିବା ଉପାୟକୁ ନେଇ ଆଲୋଚନା କରିବା ଭୁଲ ନୁହେଁ କିନ୍ତୁ ଗାଳିଗୁଲଜ କରିବା ଅନୁଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.