ଟିମ୍ ଇଣ୍ଡିଆ ଉପରେ ପ୍ରଶ୍ନ ଉଠାଇଲେ ପାକିସ୍ତାନ ବୋଲିଂ କୋଚ୍, କହିଲେ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟର କାରଣ

Published By : Prameya-News7 Bureau | April 07, 2020 IST

ଲାହୋର, ୦୭|୦୪:  ପାକିସ୍ତାନର ପୂର୍ବତନ ଅଧିନାୟକ ଓ୍ୱକାର ୟୁନିସ ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଛନ୍ତି । ଭାରତୀୟ ଦଳ ୨୦୧୮ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜରେ ବିଜୟୀ ହୋଇଥିଲା । ଡେଭିଡ୍ ଓ୍ୱାର୍ଣ୍ଣର ଓ ଷ୍ଟିଭ୍ ସ୍ମିଥ୍ ଖେଳୁନଥିବାରୁ ଭାରତୀୟ ଦଳ ଜିତିପାରିଲା ବୋଲି ସେ କହିଛନ୍ତି । ଓ୍ୱାର୍ଣ୍ଣର ଓ ସ୍ମିଥ୍ ସିରିଜ ପୂର୍ବରୁ ବଲ ଟ୍ୟାମ୍ପରିଂ ମାମଲାରେ ଦଳରୁ ବାହାରେ ଥିଲେ ।

{"id":250202,"width":749,"height":509,"sizeSlug":"large"}

ବର୍ତମାନ ପାକିସ୍ତାନର ବୋଲିଂ କୋଚ୍ ୟୁନିସ କହିଛନ୍ତି ଯେ, ପାକିସ୍ତାନ ଦଳ ୧୯୯୫ ପରେ ଅଷ୍ଟ୍ରେଲିଆରେ ଗୋଟିଏ ହେଲେ ଟେଷ୍ଟ ଜିତିପାରି ନାହିଁ । କିନ୍ତୁ ଭାରତୀୟ ଦଳଠୁ ଶ୍ରେୟ ନେବା ଆବଶ୍ୟକ ନାହିଁ । ସେମାନେ ଭଲ ଖେଳି ବିଜୟ ଲାଭ କରିଥିଲେ । କିନ୍ତୁ ଭାରତ ଅଷ୍ଟ୍ରେଲିଆରେ ଯେଉଁ ସିରିଜ ଜିତିଥିଲା ସେହି ସମୟରେ କଙ୍ଗାରୁର ଡ୍ରେସିଂ ରୁମରେ ସମସ୍ୟା ଥିଲା । ଦଳର ଦୁଇଜଣ ଭଲ ଖେଳାଳି ଓ୍ୱାର୍ଣ୍ଣର ଓ ସ୍ମିଥ ମ୍ୟାଚ ଖେଳୁନଥିଲ ।

ଏହି ସିରଜରେ ଭାରତ ୨-୧ରେ ବିଜୟ ଲାଭ କରିଥିଲା । ଏହା ଅଷ୍ଟ୍ରେଲିଆ ମାଟିରେ କୌଣସି ଉପମହାଦ୍ୱୀପ ଦଳର ପ୍ରଥମ ସଫଳତା ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.