ପାକିସ୍ତାନ ବୋଲରଙ୍କ ଦାବି- ଗୌତମ ଗାମ୍ଭୀରଙ୍କ କ୍ୟାରିଅର୍‌ ଖତମ କରି ଦେଇଛି ।

Published By : Prameya-News7 Bureau | October 08, 2019 IST

ନୂଆଦିଲ୍ଲୀ ୦୮।୧୦ - ପୁଣି ଗୌତମ ଗମ୍ଭୀରଙ୍କୁ ନେଇ ପାକିସ୍ତାନ କ୍ରିକେଟରଙ୍କ ବଡ ବୟାନ ନେଟ ଦୁନିଆରେ ହଟ ଟପିକ୍‌ ହୋଇଛି । ଗୌତମ ଗମ୍ଭୀରଙ୍କ କ୍ୟାରିଅର ଖତମ କରିଦେଇଥିବା କହିଛନ୍ତି ଏହି ପାକିସ୍ତାନୀ କ୍ରିକେଟର।  ତାପରେ ଆରମ୍ଭ ହୋଇଯାଇଛି ଟ୍ରୋଲିଂ। ସେହିପରି ହରଭଜନ ସିଂହ ଏବଂ ପାକ୍‌ ଅଭିନେତ୍ରୀ ବୀଣା ମଲ୍ଲିକ ମୁହାଁମୁହିଁ ହୋଇଛନ୍ତି।

ଗୌତମ ଗମ୍ଭୀରଙ୍କ କ୍ୟାରିଅର କୁଆଡେ ଇଏ ଖତମ୍‌ କରିଦେଇଥିଲେ।  ଏମିତି ଦାବି କରୁଛନ୍ତି ପାକିସ୍ତାନର ବାମହାତୀ ପେସ୍‌ ବୋଲର ମହମ୍ମଦ ଇରଫାନ୍‌ । ୨୦୧୨ ରେ ପାକିସ୍ତାନ କ୍ରିକେଟ୍‌ ଟିମ୍ ଭାରତ ଗସ୍ତରେ ଆସିଥିବା ବେଳେ ଗୌତମ ଗମ୍ଭୀରଙ୍କୁ ୱାନ୍‌ଡେ ଓ ଟି ଟ୍ବେଣ୍ଟିଂରେ ସେ ୪ ଥର ଶିକାର କରିଥିଲେ ।  ଏଥି ଯୋଗୁଁ ଗମ୍ଭୀରଙ୍କ କ୍ୟାରିଅର ସେଇଠି କୁଆଡ଼େ ଅଟକି ଯାଇଥିଲା।  ସେ ଆହୁରି କହିଛନ୍ତି ତାଙ୍କ ପେସ୍‌କୁ କୁଆଡ଼େ ଗମ୍ଭୀର ପଢ଼ିପାରୁନଥିଲେ।  ସେଥିପାଇଁ ତାଙ୍କ ସହ ଆଖି ବି ମେଳାଇବାକୁ ଡରୁଥିଲେ । ଏମିତିକି ବିରାଟ କୋହଲି ବି କୁଆଡେ ତାଙ୍କ ବୋଲିଂକୁ ବୁଝିପାରୁନଥିଲେ। ଶୁଣନ୍ତୁ କଣ କହୁଛନ୍ତି ସେ। 

ଇର୍ଫାନଙ୍କ ବୟାନ ନେଟରେ ଭାଇରାଲ ହେବା ପରେ ଖୁବ ଟ୍ରୋଲ ହୋଇଛି।  ଭାରତୀୟ କ୍ରିକେଟ ଫ୍ୟାନ୍‌ ଲେଖିଛନ୍ତି ଏହି ବୋଲର କିଏ ସେମାନେ ଗୁଗୁଲ୍‌ ସର୍ଚ୍ଚ କରିଥିଲେ। ମାତ୍ର ୪ଟି ଟେଷ୍ଟ ଓ ୬୦ଟି ୱାନଡେ ଖେଳିଥିବା ମୋହମ୍ମଦ ଇର୍ଫାନ ମ୍ୟାଚ୍‌ ଫିକ୍ସିଂ କରି କ୍ରିକେଟରୁ ତଡ଼ା ଖାଇଥିଲେ। ମାର୍ଚ୍ଚ ୨୦୧୭ ରେ ତାଙ୍କୁ ବ୍ୟାନ୍ କରାଯାଇଥିଲା। ତାଙ୍କ ଉପରେ ୧ ମିଲିୟନ୍‌ ପାକିସ୍ତାନ ମୁଦ୍ରା ଦଣ୍ଡ ବି ଲାଗିଛି। ମହମ୍ମଦ ଇରଫାନ୍‌ଙ୍କ ବୟାନ ସଂପର୍କରେ ସାଂସଦ ଗମ୍ଭୀରଙ୍କ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।  କିନ୍ତୁ ଶହଶହ ନେଟିଜେନ ଏହାର ଜବାବ ସେମାନଙ୍କ ଢଙ୍ଗରେ ଦେଇଛନ୍ତି।

ସେପଟେ କ୍ରିକେଟର ହରଭଜନ ସିଂ ଏବଂ ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲ୍ଲିକଙ୍କ ମଧ୍ୟରେ ବି ଟ୍ବିଟ୍‌ରରେ ଖିଟ୍‌ପିଟ୍‌ ଚାଲିଛି ।  ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ଜାତିସଂଘ ଭାଷଣରେ ଆଣବିକ ଯୁଦ୍ଧ ଧମକ ସଂପର୍କରେ ହରଭଜନ ଟ୍ବିଟ୍‌ କରିଥିଲେ । ଲେଖିଥିଲେ ଯେ ତାଙ୍କଭଳି ଜଣେ କ୍ରିକେଟର ଯୁଦ୍ଧ ନୁହେଁ ଶାନ୍ତି କଥା କହିବା ସେ ଆଶା ରଖନ୍ତି ।  ଏହାର ଜବାବରେ ବୀଣା ମଲ୍ଲିକ ହରଭଜନଙ୍କୁ ଛିଗୁଲେଇଥିଲେ ଆଉ ତାର ଜବାବ ବି ଦେଇଥିଲେ ହରଭଜନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.