Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ପାକିସ୍ତାନରେ ନକଲି ପାଇଲଟ୍ : ୩ ଜଣରୁ ଜଣଙ୍କ ପାଖରେ ଫେକ୍ ଲାଇସେନ୍ସ, ଉଡାଇ ପାରୁନାହାନ୍ତି ବିମାନ, ମାନିଗଲେ ମନ୍ତ୍ରୀ

27/06/2020 at 4:58 PM

କରାଚୀ ୨୭/୦୬ : ପାକିସ୍ତାନର ୩୦ ପ୍ରତିଶତରୁ ଅଧିକ ପାଇଲଟଙ୍କ ପାଖରେ ନକଲି ଲାଇସେନ୍ସ ଅଛି ଏବଂ ସେମାନେ ବିମାନ ଉଡାଇବା ପାଇଁ ସକ୍ଷମ ନୁହନ୍ତି ବୋଲି ପାକିସ୍ତାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ବୁଧବାର ଦିନ କହିଥିଲେ | ଘୁଲାମ ସରବର ଖାନ କହିଥିଲେ ଯେ ଦେଶର ୨୬୨ ପାଇଲଟ ପରୀକ୍ଷା ଦେଇନଥାନ୍ତି | ତାଙ୍କ ବଦଳରେ ଆଉ ଜଣେ ପରୀକ୍ଷା ଦିଅନ୍ତି | ସେଥିପାଇଁ ସେ ନକଲି ପରୀକ୍ଷାର୍ଥୀଙ୍କୁ ଟଙ୍କା ଦିଅନ୍ତି | ପାସ ହେବା ପରେ ତାଙ୍କୁ ଲାଇସେନ୍ସ ମିଳିଥାଏ କିନ୍ତୁ ବିମାନ ଉଡାଇବା କ୍ଷମତା ତାଙ୍କ ପାଖରେ ନଥାଏ |


ପାକିସ୍ତାନର ବିମାନ ଚଳାଚଳ ପାଇଁ ୮୬୦ ପାଇଲଟ ଅଛନ୍ତି | ସେଥିରେ ଅନ୍ତରାଷ୍ଟ୍ରୀୟ ବିମାନ ଚାଳକ ମଧ୍ୟ ସାମିଲ ଅଛନ୍ତି ବୋଲି ଘୁଲାମ କହିଛନ୍ତି | କିଛି ନକଲି ପାଇଲଟ ଅନ୍ତରାଷ୍ଟ୍ରୀୟ ବିମାନ PIA ମଧ୍ୟ ଉଡାଇଥାନ୍ତି |
ମେ ୨୨ ତାରିଖରେ କରାଚୀରେ ହୋଇଥିବା ବିମାନ ଦୁର୍ଘଟଣାର ଏକ ରିପୋର୍ଟ ସାମ୍ନାକୁ ଆସିବା ପରେ ବୁଧବାର ଦିନ ଉଡୟଣ ମନ୍ତ୍ରାଳୟ ଏ ସମ୍ପର୍କରେ ଖୁଲାସା କରିଥିଲେ | ବିମାନ ଦୁର୍ଘଟଣାରେ ୯୭ ଜଣଙ୍କ ମୃତ୍ୟୁ ହୋଇଥିଲା | PIA ବିମାନ ଲାହୋରରୁ ଟେକ ଅଫ କରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ବିମାନର ସମସ୍ତ ଯାତ୍ରୀ ମୃତ୍ୟୁବରଣ କରିଥିଲେ | ତେବେ ଦୁର୍ଘଟଣାଗ୍ରସ୍ତ ବିମାନ PK 8303 ନକଲି ଲାଇସେନ୍ସଧାରୀ ପାଇଲଟ ଉଡାଉଥିଲେ ନା ନାହିଁ ତାହା ଘୁଲାମ ଖାନ ସ୍ପଷ୍ଟ କରି ନାହାନ୍ତି |

ରିପୋର୍ଟ ଅନୁଯାୟୀ, ବିମାନ ଉଡାଇବା ସମୟରେ ପାଇଲଟ ଲଗାତାର କରୋନା ଭାଇରସ ସମ୍ପର୍କରେ କଥା ହେଉଥିଲେ ଏବଂ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କ ୱାର୍ଣ୍ଣିଙ୍ଗକୁ ଅଣଦେଖା କରିଥିଲେ | ଫଳରେ ବିମାନ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ପାଇଲଟ ବିମାନରେ କରୋନା ସମ୍ପର୍କରେ ଆଲୋଚନା କରୁଥିଲେ | କରୋନା ଯୋଗୁଁ ସେମାନଙ୍କ ପରିବାର କିଭଳି ସମୟ ଭୋଗୁଛନ୍ତି ସେ ସମ୍ପର୍କରେ ଆଲୋଚନା କରୁଥିଲେ | ବିମାନ ପ୍ରତି ତାଙ୍କର ଦୃଷ୍ଟି ନଥିଲା | ତେବେ ପାଇଲଟମାନେ ଓଭର କନଫିଡେଣ୍ଟ ଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି |

ଘୁଲାମ ଖାନ କହିଛନ୍ତି ଯେ, ସେତେବେଳେ ଏୟାର ଟ୍ରାଫିକ କଣ୍ଟ୍ରୋଲର ପାଇଲଟଙ୍କୁ ୩ଥର ସଚେତନ କରାଇଥିଲେ ଯେ ବିମାନ ବହୁ ଉଚ୍ଚରେ ଅଛି ଏବଂ ସେମାନେ ବିମାନକୁ ଲ୍ୟାଣ୍ଡ କରିବାକୁ ଉଦ୍ୟମ ଣ କରନ୍ତୁ | କିନ୍ତୁ ପାଇଲଟ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କ କଥା ଶୁଣିନଥିଲେ | ବିମାନର ଲ୍ୟଣ୍ଡିଙ୍ଗ ଗିଅରକୁ କମ ନ କରି ପାଇଲଟ ବିମାନକୁ ଲ୍ୟାଣ୍ଡ କରିବା ଆରମ୍ଭ କରିଥିଲେ | ଫଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା |

   Related Posts