ଦୀପିକାଙ୍କୁ ପ୍ରଶଂସା କରିବାକୁ ଯାଇ ସୋସିଆଲ ମିଡିଆରେ ଟ୍ରୋଲ୍ ହେଲେ ପାକ୍‌ ସେନାର ମୁଖପାତ୍ର...

Published By : Prameya-News7 Bureau | January 08, 2020 IST

ନୂଆଦିଲ୍ଲୀ୮/୧: ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହେଲେ ପାକ୍‌ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ୍‌ ଗଫୁର। ଜେଏନ୍‌ୟୁ ବିଶ୍ବବିଦ୍ୟାଳୟରେ ହୋଇଥିବା ମାରପିଟ୍‌ ଘଟଣାରେ ଛାତ୍ରଛାତ୍ରୀଙ୍କୁ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ସମର୍ଥନ ଜଣାଇଥିଲେ। ଅନ୍ୟପଟେ ଦୀପିକାଙ୍କୁ ନେଇ ପାକିସ୍ତାନରେ ରାଜନୀତି ଆରମ୍ଭ ହୋଇଯାଇଛି।  ଏ ନେଇ ପାକିସ୍ତାନ ରାଜନୈତିକ ମହଲରେ ବୟାନ ବାଜି ଆରମ୍ଭ ହୋଇଯାଇଛି। ପାକ୍‌ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ୍‌ ଗଫୁର ଟ୍ବିଟ୍ କରି ଦୀପିକାଙ୍କୁ ପ୍ରଶଂସା କରିଛନ୍ତି।

{"id":208736,"sizeSlug":"large"}

ମେଜର ଜେନେରାଲ ଆସିଫ୍‌ ଗଫୁର ଟ୍ବିଟ୍‌ରେ ଲେଖିଛନ୍ତି ଯେ ‘ସତ୍ୟ ଓ ନ୍ୟାୟ ପାଇଁ ଛାତ୍ରଛାତ୍ରୀଙ୍କ ସହ ଛିଡ଼ା ହେବା ପାଇଁ ସାବାସ୍ ଦୀପିକା। କିନ୍ତୁ ପାକ୍ ସେନାର ମୁଖପାତ୍ର ଆସିଫ୍ ଗଫୁର ଟ୍ବିଟ୍‌ରେ ଦୀପିକାଙ୍କ ନାଁର ସ୍ପେଲିଂ ଭୁଲ୍ ଲେଖି ଦେଇଥିଲେ। ଏଥିପାଇଁ ସୋସିଆଲ ମିଡିଆରେ ଆସିଫ୍‌ ସମାଲୋଚନାର ଶିକାର ହୋଇଛନ୍ତି। ଏପରି କି ଗଫୁରଙ୍କ ଟ୍ବିଟ୍‌ର ସ୍କ୍ରିନ ସଟ୍ ମାରି ସୋସିଆଲ ମିଡିଆରେ ଭାଇରାଲ କରି ଦେଇଛନ୍ତି ୟୁଜର୍ସ।

wp:core-embed/twitter {"url":"https://twitter.com/nailainayat/status/1214659966612725760","type":"rich","providerNameSlug":"twitter","className":""}
https://twitter.com/nailainayat/status/1214659966612725760
/wp:core-embed/twitter

ସୂଚନାଯୋଗ୍ୟ ଯେ ମଙ୍ଗଳବାର ଜେଏନ୍‌ୟୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପହଞ୍ଚି ଥିଲେ। ସେଠାରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସମର୍ଥନ ଜଣାଇଥିଲେ ଦୀପିକା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.