ପାକିସ୍ତାନ ସେନା କରୁଛି କାଶ୍ମୀରରେ ବଡ ଆତଙ୍କବାଦୀ ଆକ୍ରମଣର ଯୋଜନା, ସୀମାରେ ଠୁଳ ହୋଇଛନ୍ତି ଆତଙ୍କବାଦୀ

Published By : Prameya-News7 Bureau | August 22, 2019 IST

ନୂଆଦିଲ୍ଲୀ .- ପାକିସ୍ତାନ ସେନା କାଶ୍ମୀରରେ ବଡ ଆତଙ୍କବାଦୀ ଆକ୍ରମଣର ଯୋଜନା କରୁଥିବା ଗୁଇନ୍ଦା ସୂଚନା ମିଳିଛି ।ପାକ ଅଧିକୃତ କାଶ୍ମୀରରେ ଆତଙ୍କବାଦୀଙ୍କୁ ଠୁଳ କରିବା ସହ ବିଭିନ୍ନ ଆତଙ୍କବାଦୀ ଲଞ୍ଚ ପ୍ୟାଡରେ ଆତଙ୍କବାଦୀଙ୍କୁ ତାଲିମ ଦିଆଯାଉଛି।

ମିଳିଥିବା ଗୁଇନ୍ଦା ସୂଚନା ଅନୁସାରେ ପାକିସ୍ତାନ ସେନା ତାଲିବାନର ୨୦୦ରୁ ଅଧିକ ତାଲିମ ପ୍ରାପ୍ତ ଆତଙ୍କବାଦୀଙ୍କୁ  ଭାରତୀୟ ସୀମାରେ ଠୁଳ କରିଛି । ଏମାନେ ଆଫଗାନୀସ୍ଥାନରେ ଲଢୁଥିଲେ । ଭାରତରେ ଆକ୍ରମଣ ପାଇଁ ଏମାନେ ଏଲ୍ଓସି ନିକଟରେ ଆତଙ୍କବାଦୀ ଲଞ୍ଚପ୍ୟାଡରେ ରହିଛନ୍ତି ।

ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ପାକିସ୍ତାନର ନିଦ ହଜିଯାଇଛି । ଜାତିସଂଘର ସୁରକ୍ଷା ପରିଷଦରୁ କୌଣସି ସହାୟତା ନ ମିଳିବାଯୋଗୁଁ ଏବେ ପାକିସ୍ତାନ ସେନା କାଶ୍ମୀରରେ ବଡ ଧରଣର ଅଘଟଣ ଘଟାଇବା ପାଇଁ ପ୍ରସ୍ତୁତି କରିଛି। ପାକିସ୍ତାନର ଏହି ଯୋଜନାକୁ  ଭାରତୀୟ ସେନା ଅନେକ ମାତ୍ରାରେ ପ୍ରତିହତ କରିଛି ।

{"id":147617,"width":538,"height":332}

କେବଳ କାଶ୍ମୀର ନୁହେଁ ଦିଲ୍ଲୀ ସହିତ ଅନ୍ୟ ବଡ ସହରରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଯୋଜନା କରୁଛି । ପାକିସ୍ତାନ ଅଧିକୃତ କାଶ୍ମୀରରେ ମାସୁଦ ଆଝାରର ଭାଇ ଏବେ ସକ୍ରିୟ ରହିଛି । ଅଗଷ୍ଟ ୧୯ ତାରିଖରେ ସେ ବହାବଲପୁରରେ ଆତଙ୍କୀ ନେତାମାନଙ୍କର ଏକ ବୈଠକ ଡକାଇଥିଲା ।

ମାସୁଦର ଭାଇ ରାଉଫ ତାଲିବାନ ପାଇଁ ଆଫଗାନୀସ୍ଥାନରେ ଲଢୁଥିଲା ।ଆଫଗାନୀ ଆତଙ୍କବାଦୀ ଅନ୍ୟ ଆତଙ୍କବାଦୀଙ୍କ ଠାରୁ ଅଧିକ ତାଲିମ ପ୍ରାପ୍ତ ହୋଇଥିବାରୁ ପାକି୍ସ୍ତାନ ଏମାନଙ୍କର ସହଯୋଗ ନେବା ପାଇଁ ଚେଷ୍ଟା କରୁଛି ।

ଆକ୍ରମଣପାଇଁ ଏହି ଆତଙ୍କବାଦୀମାନେ ନିର୍ଦେଶକୁ ଅପେକ୍ଷା କରିଛନ୍ତି । ପାକି୍ସ୍ତାନ ସେନାର ବରିଷ୍ଠ ଅଧିକାରୀମାନେ ଏମାନଙ୍କ ସମ୍ପର୍କରେ ଥିବା ଗୁଇନ୍ଦା ସୂଚନା ମିଳିଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ବି ଏମାନଙ୍କର ସହଯୋଗ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.