ମୁଠା ଟାଣ କରୁଛି ପାକ୍ ସେନା, ଇମ୍ରାନ ସରକାରଙ୍କ ହାତରୁ ଖସିଲା ସୂଚନା ଓ ପ୍ରସାରଣ

Published By : Prameya-News7 Bureau | May 31, 2020 IST

ଇସ୍ଲାମାବାଦ ୩୧।୫:  ପାକିସ୍ତାନ ସେନା ସରକାରଙ୍କ ହାତରୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଦାୟିତ୍ୱ ନିଜ ହାତକୁ ନେଇଛି। ଏଣୁ ସରକାରୀ ରେଡିଓ, ଟେଲିଭିଜନ ସମେତ ଘରୋଇ ପ୍ରସାରଣକାରୀ ଓ ଦେଶର ସମ୍ବାଦପତ୍ର ସେହି ସବୁ ଖବର ଓ କାର୍ଯ୍ୟକ୍ରମ ପ୍ରସାରିତ କରିବେ ଯାହା ସେନା ଦ୍ୱାରା ସ୍ୱୀକୃତ। ପୂର୍ବରୁ ସରକାରଙ୍କ ହାତରୁ ସେନା ବିଦେଶ ଓ ଆର୍ଥିକ ବ୍ୟାପାର କାଢି ନେଇଥିଲା। ଏବେ ସୂଚନା ଓ ପ୍ରସାରଣ ଯିବା ପରେ ଇମ୍ରାନ ସରକାରଙ୍କ ଅସ୍ତିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

{"id":279232,"sizeSlug":"large"}

ଗତ ସାଧାରଣ ନିର୍ବାଚନରେ ଇମ୍ରାନଖାନଙ୍କ ପିଟିଆଇ ସେନା ସମର୍ଥନରେ ଶାସନ ହାତେଇ ଥିଲା। ଏବେ ସେନା ସରକାରର କ୍ଷମତା ଛଡାଇବା ପରେ ପ୍ରଧାନମନ୍ତ୍ରୀ ଜନତାଙ୍କ ରାଗ ଆଳାପ କରୁଛନ୍ତି। ତେବେ ଦେଶରେ ନେତା ଓ ପାର୍ଟି ଅପେକ୍ଷା ଜନତା ସେନା ଉପରେ ଅଧିକ ଭରସା କରୁଥିବାରୁ ପାକ୍ ପୁଣି ଏକ ସାମରିକ ଶାସନ ଆଡକୁ ମୁହାଁଉଥିବା ସ୍ପଷ୍ଟ ହୋଇଯାଇଛି।

{"id":279233,"sizeSlug":"large"}

ସୂଚନାପ୍ରସାରଣ ମନ୍ତ୍ରାଳୟସେନା ହାତକୁ ଯିବା ପରେ ପୂର୍ବତନ ସେନାମୁଖପାତ୍ର ଜେନେରାଲ ଆସିଫ ଗଫୁରଙ୍କୁ ପାକିସ୍ତାନ ଟେଲିଭିଜନର ଡିଜି ନିଯୁକ୍ତ ହୋଇଛନ୍ତି। ଏଣୁ ସେନା ହାତକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଯିବାପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କେବଳ ସେହି ସବୁ ସୂଚନା ବାହାରକୁ ଯିବ ଯେଉଁଥିରେ ସେନାର ମୋହର ଥିବ ବୋଲି ସ୍ପଷ୍ଟ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.