Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଭାରତୀୟ ସେନାକୁ କାର୍ଯ୍ୟାନୁଷ୍ଠାନ ବନ୍ଦ ଲାଗି ଶେଷରେ ଲାଉଡ୍ ସ୍ପିକରରେ ନିବେଦନ କଲା ପାକ୍ ସେନା

12/06/2020 at 3:38 PM

ଜମ୍ମୁ ୧୨।୬: ସୀମାରେ ଯୁଦ୍ଧବିରତୀ ଉଲ୍ଲଂଘନ ପାକିସ୍ତାନ ସେନାକୁ ମହଙ୍ଗା ପଡିଛି। ପରିସ୍ଥିତି ଏପରି ହେଲା ଯେ ଲାଉଡ୍ ସ୍ପିକରରେ ଭାରତୀୟ ସେନାଙ୍କୁ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ନିବେଦନ କଲେ ପାକିସ୍ତାନୀ ସୈନିକ। ଶୁକ୍ରବାର ନିଲମ ଘାଟିରେ ଏହି ଘଟଣା ଏବେ ହାସ୍ୟସ୍ପଦ ପରିସ୍ଥିତି ସୃଷ୍ଟି କରିଛି। ଆତଙ୍କବାଦୀଙ୍କ ଅନୁପ୍ରବେଶ ଲାଗି ଗୁରୁବାର ରାତିରେ ପାକିସ୍ତାନ ସେନା ଯୁଦ୍ଧବିରତୀ ଉଲ୍ଲଂଘନ କରିଥିଲା। ଭାରତୀୟ ସେନା ଏହାର ଜବାବି କାର୍ଯ୍ୟାନୁଷ୍ଠାନ କରିଥିଲେ।

ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର କେତେକ ପୋଷ୍ଟ ନଷ୍ଟ ହୋଇଥିବା ବେଳେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହା ଛଡା ୧୨ ଜଣ ଆହତ ହୋଇଛନ୍ତି। ତେବେ ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନ ବନ୍ଦ ନ କରିବାରୁ ପାକିସ୍ତାନ ସେନା ଲାଉଡ୍ ସ୍ପିକରରେ ଶାନ୍ତି ଘୋଷଣା କରିଛି। ତେବେ ଗୋଟିଏ ପୋଷ୍ଟରେ ପାକିସ୍ତାନ ସେନା ଲାଉଡସ୍ପିକରରେ କାର୍ଯ୍ୟାନୁଷ୍ଠାନ ବନ୍ଦ ଲାଗି ନିବେଦନ କରୁଥିବା ବେଳେ ଅନ୍ୟ ଏକପୋଷ୍ଟରେ ଭାରତୀୟ ସୀମାକୁ ଟାର୍ଗେଟ୍ କରିଥିବା ଜଣାପଡିଛି। ଉରି ସେକ୍ଟରରେ ପାକିସ୍ତାନୀ ସେନା ପ୍ରବଳ ଗୁଳିଗୋଳା ମାଡ କରୁଥିବା ଜଣାପଡିଛି।

ଉରିରେ ଭାରତୀୟ ସେନା ପାକ୍‌ର କଡା ଜବାବ ଦେଉଛନ୍ତି। ଦୀର୍ଘ ଦିନ ପରେ ପାକ୍ ଏଭଳି ଜୋରଦାର ଆକ୍ରମଣ କରୁଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଭାରତୀୟ ସେନାର ଜାବାବୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ଜୋରଦାର ରହିଛି। ପାକିସ୍ତାନକୁ ତା ଭାଷାରେ ଏବେ ଜବାବ ମିଳୁଥିବା ଲୋକେ କହୁଛନ୍ତି। ଏପରି ଘାତକ ଆକ୍ରମଣ ହେଲେ ପାକିସ୍ତାନକୁ ଶିକ୍ଷା ମିଳିବ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।

   Related Posts