Sunday, September 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନଙ୍କୁ ହଟାଇପାରେ ପାକ୍ ସେନା, ଜାଣନ୍ତୁ କାରଣ

ଇସ୍ଲାମାବାଦ : ପାକ୍ ସେନା ଏବେ ଦେଶରେ ଏକ ବଡଧରଣର ପରିବର୍ତ୍ତନ ଯୋଜନାରେ ରହିଛି। ହୁଏତ ଏଥିରେ ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ଖାନଙ୍କୁ ହଟାଇ ଅନ୍ୟ କାହାକୁ ପ୍ରଧାନମନ୍ତ୍ରୀ କରିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ଏଥିଲାଗି ଚାଲିଥିବା ପ୍ରସ୍ତୁତିର ସୂଚନା ବି ମିଳିଲାଣି।  ପାକିସ୍ତାନର ନ୍ୟୁଜ୍ ଚାନେଲ ଜିଓ ଟିଭିରେ ଏ ନେଇ ବିତର୍କ ହୋଇଥିଲା। ଯେଉଁଥିରେ ଅଂଶଗ୍ରହଣ କରିଥିବା ନେତାମାନେ ଅକ୍ଟୋବର ୨୭ ପର୍ଯ୍ୟନ୍ତ ହୁଏତ ଇମ୍ରାନ ପଦରେ ରହିପାରନ୍ତି ବୋଲି ସେମାନେ ଆଶାବ୍ୟକ୍ତ କରିଥିଲେ। 

ମିଳିଥିବା ସୂଚନା ଅନୁସାରେ ପାକ୍ ସେନା ଜଣେ ନୂଆ ନେତାଙ୍କୁ ପ୍ରଧାନମନ୍ତ୍ରୀ କରିବା ପରେ ଭାରତ ସହ ଯୁଦ୍ଧଲାଗି ରଣନୀତି ପ୍ରସ୍ତୁତ କରିବ। ଏଥିଲାଗି ସେନା ଏବେ ପ୍ରସ୍ତୁତିରେ ଅଛି। ତେବେ ପାକ୍ ସେନା ଇମ୍ରାନଙ୍କୁ ପଦରୁ ହଟାଇବ କାହିଁକି ? ଏହା ହିଁ ଏଠାରେ ମୁଖ୍ୟ ପ୍ରଶ୍ନ। ତେବେ ପାକିସ୍ତାନ ଏକ ଏଭଳି ଦେଶ ଯେଉଁଠି ସେନାହିଁ ଦେଶର ଭାଗ୍ୟ ନିର୍ଣ୍ଣୟ କରେ। ସେନା ଯାହାକୁ ଚାହେଁ ତାକୁ ପ୍ରଧାନମନ୍ତ୍ରୀ ଆଶନରେ ବସାଇଥାଏ। ହେଲେ ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ କରି ସେନାର ଉଦ୍ଦେଶ୍ୟ ଏବେ ପୁରଣ ହୋଇପାରୁନି।

ପାକିସ୍ତାନର ଅର୍ଥନୀତି ଏବେ ମାଟି ସାଉଁଟୁଛି। ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଦେଶର ଅର୍ଥାବସ୍ଥା ସୁଧାରିବାରେ ବିଫଳ ହୋଇଛନ୍ତି।  ଦେଶ ଲାଗି କେଉଁଠାରୁ ସାହାଜ୍ୟ ସହଯୋଗ ବି ଆଣିପାରୁନାହାନ୍ତି ସରକାର। ଫଳରେ ଦେଶର ମୁଦ୍ରାସ୍ପିତି ହାର ବଢିବଢି ଚାଲିବା ସରକାରଙ୍କ ପ୍ରତି ଜନ ଅସନ୍ତୋଷର କାରଣ ପାଲଟିଛି। କେବଳ ମୁଦ୍ରାସ୍ପିତି କି ଆର୍ଥିକ ସହଯୋଗ ନୁହେଁ ସଂସଦରେ ଇମ୍ରାନଙ୍କୁ ତାଙ୍କ ଦଳର ସାଂସଦ ବି ନେତାମାନୁ ନାହାନ୍ତି। ତାଙ୍କୁ ‘ନାଜି’ ବୋଲି ସଂସଦରେ ସମ୍ବୋଧନ କରୁଛନ୍ତି। ଏ ନେଇ ଇମ୍ରାନ ଅନେକ ଥର ସଂସଦରେ ତାଙ୍କ ନାମ ଇମ୍ରାନ ଖାନ ନିୟାଜୀ ବୋଲି କହିଛନ୍ତି। ତେବେ ନିୟାଜୀ ଶବ୍ଦ ଯୋଗୁ ତାଙ୍କୁ ଦେଶବାସୀ ପାକିସ୍ତାନୀ ସ୍ୱୀକାର କରନ୍ତିନି। ଏଣୁ କେହି ବାହାରର ଲୋକ ସେମାନଙ୍କୁ ଶାସନ କରୁ ଏହା ଜଣେ ବି ପାକିସ୍ତାନୀ ଚାହାନ୍ତି ନାହିଁ। ଏଣୁ ଗତ ନିର୍ବାଚନରେ ମିଆଁ ନୱାଜ ସରିଫ ଓ ବିଲାୱଲ ଭୁଟ୍ଟୋଙ୍କ ଦଳକୁ ହରାଇବାରେ ସେନା ଇମ୍ରାନଙ୍କୁ ସମର୍ଥନ କରି ବଡ ଭୁଲ କରିଥିବା ଏବେ ପଶ୍ଚାତାପ କରୁଛି।

ଏଥିରେ ଭାରତ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପାକ୍ ପ୍ରଧାନମନ୍ତ୍ରୀଙ୍କ ଲାଗି ନୂଆ ଚାଲେଞ୍ଜ ସୃଷ୍ଟି କରିଛି। ଏଥିଲାଗି ପାକ୍ ସେନା ପରାମର୍ଶରେ ସରକାର ବିଶ୍ୱର ସମର୍ଥନ ଯୋଗାଡ କରିବାରେ ବିଫଳ ହୋଇଛନ୍ତି। ପ୍ରସଙ୍ଗକୁ ଯେଉଁ ସବୁ ମଞ୍ଚରେ ଉପସ୍ଥାପନ ଲାଗି  ସେନା ପରାମର୍ଶ ଦେଇଛି ଇମ୍ରାନ ପାରୁପର୍ଯ୍ୟନ୍ତ କରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ଏଣୁ ପ୍ରାଧନମନ୍ତ୍ରୀଙ୍କୁ ନେଇ ସେନାର ଥିବା ଆଶାଭରସା ଏବେ ତୁଟି ଯାଇଛି। ସେନା ପରାମର୍ଶରେ ଇମ୍ରାନ ଭାରତକୁ ଯୁଦ୍ଧ ଧମକ ବି ଦେଇଥିଲେ। ଏପରିକି ଦରକାର ପଡିଲେ ପରମାଣୁ ଆକ୍ରମଣ ଲାଗି ମଧ୍ୟ ପଛକୁ ହଟିବେନି ବୋଲି ବି କହିଥିଲେ। ହେଲେ ଇମ୍ରାନଙ୍କ ଧମକ ଭାରତକୁ ପ୍ରଭାବିତ କରିପାରିନଥିବା ବେଳେ ଅର୍ଥାଭାବ କାରଣରୁ ଯୁଦ୍ଧଲାଗି ସରକାରୀ ସ୍ତରରେ ବି କୌଣସି ପ୍ରକାର ପ୍ରସ୍ତୁତି ହେଉନି।   ଏଥିଲାଗି ସେନା ଜଣେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ଦେଶର ଶାସନ ଦେଇ ଯୁଦ୍ଧ ପ୍ରସ୍ତୁତି ଲାଗି ଚିନ୍ତାରେ ରହିଛି।

ଭାରତର ପ୍ରଧାନମନ୍ତ୍ରୀଙ୍କ ଅନୁକରଣରେ ଇମ୍ରାନ ‘ନୟା ପାକିସ୍ତାନ’ର  ସ୍ଲୋଗାନ ଦେଉଛନ୍ତି। ହେଲେ ରାଜକୋଷରେ ଅଧୁଲିଟିଏ ନଥିବାରୁ ତାଙ୍କର ସ୍ଲୋଗାନ ଫାଙ୍କା ଆବାଜରେ ପରିଣତ ହୋଇଛି। ଦେଶକୁ ନିବେଶ ଆହ୍ୱାନ ଲାଗି ଇନଭେଷ୍ଟର୍ସ ସମ୍ମିଟରେ ମହିଳାଙ୍କ ଉଲଗ୍ନ ନାଚ କରାଉଛନ୍ତି।  ବିଦେଶନୀତିରେ ଇମ୍ରାନଙ୍କ ସରକାର ଚୀନ ଓ ଆମେରିକା ସହ ନିଜର ତାଳମେଳ ରଖିପାରୁନି। ଫଳରେ ପୂର୍ବ ସରକାରଙ୍କ ଦ୍ୱାରା ହାସଲ କରାଯାଇଥିବା ଚୀନସମର୍ଥନ ବି ଏବେ ହାତରୁ ଖସୁଥିବା ଦେଖାଯାଉଛି। ଆଫଗାନ ଶାନ୍ତି ବାର୍ତ୍ତାରେ ଅନୁସାରେ ପାକ୍ କାମ କରିପାରୁନଥିବାରୁ ଆମେରିକା ବି ଏବେ ପାକିସ୍ତାନକୁ କୌଣସି ପ୍ରକାର ସହାୟତା କରିବାକୁ ଚାହୁଁନି। ଏଣୁ ଭାରତ ଭଳି ଏକ ରାଷ୍ଟ୍ର ବିରୋଧରେ ଯୁଦ୍ଧଘୋଷଣା ଲାଗି ପାକିସ୍ତାନକୁ ଯେତିକି ଅର୍ଥ ଓ ସମର୍ଥନ ଆବଶ୍ୟକ ସେତିକି ହାସଲ କରିବାକୁ ପାକ୍ କେଉଁ ଆଡୁ ସମର୍ଥ ହୋଇ ପାରୁନାହିଁ। ଏଣୁ ଇମ୍ରାନଙ୍କ ସ୍ଥାନରେ ଜଣେ ନୂଆ ନେତାଙ୍କୁ ଚାହୁଁଛି ସେନା।

7936 Views

   ସମ୍ବନ୍ଧିତ ଖବର